Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ; ନେପାଳ ବୈଦେଶିକ ମନ୍ତ୍ରୀଙ୍କ ଉଦ୍‌ବେଗ, କହିଲେ...

Rashmita Mishra
Browse all articles by Rashmita Mishra
·1 year ago·1 min read
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ; ନେପାଳ ବୈଦେଶିକ ମନ୍ତ୍ରୀଙ୍କ ଉଦ୍‌ବେଗ, କହିଲେ...

କିଟ୍‌ରେ ଛାତ୍ରୀ ମୃତ୍ୟୁକୁ ୩ ମାସ ପୁରିନି ପୁଣି ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଚାଲିଯାଇଛି ଜୀବନ । ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରୀଙ୍କ ମୃତଦେହ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି, କାଲି ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କଲା କିଏ ? ପୋଲିସ ନା କିଟ୍ କର୍ମଚାରୀ ? କାରଣ ଇନଫୋସିଟି ଥାନାର କନେଷ୍ଟବଳ ନିରାକାର ଖଟୁଆଙ୍କ କହିବା କଥା, ପୋଲିସ କିମ୍ସ ମେଡିକାଲ ଏମରଜେନ୍ସିରୁ ମୃତଦେହକୁ ଧରି ଭୁବନେଶ୍ୱର ଏମ୍ସସକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲେ ।

ସେପଟେ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ସେ ଟୁଇଟ୍‌ ଯୋଗେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାର ଯାଞ୍ଚ ପାଇଁ କହିଛନ୍ତି।

ନେପାଳ ବୈଦେଶିକ ମନ୍ତ୍ରୀ ନିଜ ଟୁଇଟ୍‌ରେ କହିଛନ୍ତି,ଓଡ଼ିଶାର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ନେପାଳୀ ଛାତ୍ରୀ ପ୍ରିସା ସାହଙ୍କ ତାଙ୍କ ହଷ୍ଟେଲ ରୁମ୍‌ରେ ମୃତଦେହ ମିଳିବା ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। ପ୍ରିସାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛୁ। ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି।

ଘଟଣା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତୁରନ୍ତ କୂଟନୈତିକ ପ୍ରୟାସ ଆରମ୍ଭ କରିଛି, ଭାରତ ସରକାର, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଦିଲ୍ଲୀରେ ଥିବା ନେପାଳୀ ଦୂତାବାସ ସହିତ ସମନ୍ବୟ ରଖି ଘଟଣାର ସତ୍ୟତା ଏବଂ ତଥ୍ୟ ତଦନ୍ତ କରିଛି।

ସୂଚନାଯୋଗ୍ୟ, ଗୁରୁବାର କିଟ୍‌ ହଷ୍ଟେଲ ରୁମରୁ ନେପାଳ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ। ଗତ ଫେବୃଆରୀ ୧୬, ୨୦୨୫ରେ ଜଣେ ୨୦ ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲମସାଲଙ୍କ ଆତ୍ମହତ୍ୟା ପରେ ଏହା ଦ୍ୱିତୀୟ ଏଭଳି ଘଟଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nepali-student-dies-in-plane-crash-nepal-foreign-minister-expresses-concern-says | Argus News