Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜୀବନ ହାରିଥିଲେ ନେପାଳି ଛାତ୍ରୀ

Odisha

କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜୀବନ ହାରିଥିଲେ ନେପାଳି ଛାତ୍ରୀ

Ritu Das
Browse all articles by Ritu Das
·1 year ago·2 min read
କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜୀବନ ହାରିଥିଲେ ନେପାଳି ଛାତ୍ରୀ

ନେପାଳି ଛାତ୍ରୀଙ୍କ ଯୌନ ଶୋଷଣ ଅଭିଯୋଗକୁ ଅଣଦେଖା କରିଥିଲା କିଟ । କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜୀବନ ହାରିଥିଲେ ନେପାଳି ଛାତ୍ରୀ । ବିଧାନସଭାରୁ ଆସିଛି ଏଭଳି କିଛି ସାଂଘାତିକ ତଥ୍ୟ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ରଖିଥିବା ଉତ୍ତର କହୁଛି ଫେବୃଆରୀ ୧୭ ରେ ଜୀବନ ହାରିଥିବା କିଟ୍ ରେ ପଢୁଥିବା ନେପାଳି ଛାତ୍ରୀ ୧୧ ମାସ ପୂର୍ବରୁ ଯୌନ ଶୋଷଣର ଶିକାର ହୋଇଥିଲେ । ଏ ନେଇ ମାର୍ଚ୍ଚ ୧୨, ୨୦୨୪ ରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ଜଣାଇଥିଲେ । ୟୁଜିସି ଗାଇଡ଼ ଲାଇନ ଅନୁଯାୟୀ କୀଟ ବିଶ୍ୱ ବିଦ୍ୟାଳୟ ଇଣ୍ଟରନାଲ କମିଟି ଗଠନ କରିଥିଲା । ବିଧାୟକ ଦାଶରଥି ଗମାଙ୍ଗୋଙ୍କ ପ୍ରଶ୍ନରେ ଆସିଥିବା ଏହି ଉତ୍ତର କିଟ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ତଥ୍ୟ ସାମ୍ନାକୁ ଆସିବ ପରେ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି ବିରୋଧୀ। 


ଏଠି ପ୍ରଶ୍ନ ଉଠୁଛି ୧୧ ମାସ ଭିତରେ କଣ ପୀଡ଼ିତାଙ୍କୁ ନ୍ୟାୟ ଦେଇ ପାରିଲାନି କିଟ କର୍ତ୍ତପକ୍ଷ । ଯେଉଁଥି ପାଇଁ ଆତ୍ମହତ୍ୟା ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ପୀଡିତାଙ୍କୁ ନ୍ୟାୟ ଦେବାକୁ କଣ ପଦକ୍ଷେପ ନେଇଥିଲେ କିଟ କର୍ତ୍ତ୍ତୃପକ୍ଷ । କେତେ ଥର ପୀଡିତାଙ୍କୁ କରାଯାଇଥିଲା କାଉନସେଲିଂ । ଏ ବାବଦରେ ପୀଡିତାଙ୍କ ପରିବାରକୁ ଅବଗତ କରାଇଥିଲେ ତ କର୍ତ୍ତ୍ତୃପକ୍ଷ । କର୍ତ୍ତ୍ତୃପକ୍ଷ ନ୍ୟାୟ ଦେବାରୁ ବିଳମ୍ବ କରିବାରୁ କିମ୍ବା ନଦେଇ ପାରିବାରୁ ଜୀବନ ହାରିଲେ କି ନେପାଳୀ ଛାତ୍ରୀ । ଯାହାକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଉଚ୍ଚ ଏ ବିଷୟ ବି ଉଚ୍ଚ ସ୍ତରୀୟ କମିଟିର ତଦନ୍ତ ପରିସର ଅଛି । ଏହା ସହ ଫେରିଥିବା ନେପାଳୀ ଛାତ୍ରୀଙ୍କର ମଧ୍ୟ ବୟାନ ରେକର୍ଡ ପରେ ରିପୋର୍ଟ ଦାଖଲ କରିବ ଉଚ୍ଚ ସ୍ତରୀୟ କମିଟି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଧାନସଭାରେ ଆଉ ଏକ ପ୍ରଶ୍ନର ଉତ୍ତର ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି କୀଟ ଘଟଣାରେ ତିନୋଟି ଘଟଣାରେ ୧୯ ଜଣଙ୍କ ସାକ୍ଷ ଗ୍ରହଣ କରିଛି ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି । ଫେବୃଆରୀ ୨୧ ତାରିଖରେ ୮ ଜଣ, ୨୭ ତାରିଖରେ ୬ ଜଣ ଓ ମାର୍ଚ୍ଚ ୬ ରେ ୫ ଜଣଙ୍କ ସାକ୍ଷ ଗ୍ରହଣ କରିଛି ଉଚ୍ଚ ସ୍ତରୀୟ କମିଟି । ଏବେ ଉଚ୍ଚ ସ୍ଥରୀୟ କମିଟି କେବେ ରିପୋର୍ଟ ଦେଉଛି ଆଉ କଣ ରିପୋର୍ଟ ଦଉଛି ତା ଉପରେ ନଜର।

Sponsored
nepali-student-lost-her-life-due-to-negligence-of-kit-authorities | Argus News