NETAJI / ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ
·5 months ago·2 min read

Key Points
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ସମାରୋହ
ସାମିଲ ହେଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍
ପୋଷ୍ଟାଲ ସଂଗ୍ରହାଳୟ ଉଦ୍ଘାଟନ କଲେ ଉପରାଷ୍ଟ୍ରପତି।

ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ନିର୍ଦ୍ଧାରିତ ସମୟଠାରୁ ୨୫ ମିନିଟ୍ ପୂର୍ବରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି । ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ପରେ କଟକରେ ଆୟୋଜିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ସମାରୋହ ବା ପରାକ୍ରମ ଦିବସରେ ସାମିଲ ହେଲେ ଉପରାଷ୍ଟ୍ରପତି। ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚିବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନେତାଜୀଙ୍କ ଜନ୍ମ ସ୍ଥାନ ସଂଗ୍ରହାଳୟ ବୁଲି ଦେଖିଥିଲେ ଉପରାଷ୍ଟ୍ରପତି । ସେହିପରି ନେତାଜୀଙ୍କ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦ୍ଘାଟନ କରିଛନ୍ତି ଉପରାଷ୍ଟ୍ରପତି।
ନେତାଜୀ ଜୟନ୍ତୀରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି, କହିଲେ ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ନେତାଜୀ। ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶାକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ। ଓଡ଼ିଶା ଏହାର କଳା, ସଂସ୍କୃତି ଓ ଇତିହାସ ପାଇଁ ପରିଚିତ। ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ବାଧୀନତାର ନିଶ୍ବାସ ନେଉଛି। ନେତାଜୀ ଗାନ୍ଧୀଙ୍କ ବିଚାରଧାରାର ବିରୋଧୀ ଥିଲେ ମାତ୍ର ଉଭୟଙ୍କ ଲକ୍ଷ୍ୟ ଏକ ଥିଲା। ଦିଲ୍ଲୀ ଚଲୋ ଡାକରା ଭଳି ଆମେ ବିକଶିତ ଭାରତ ଆଡକୁ ଆଗେଇବା ଉଚିତ ବୋଲି କହିଥିଲେ। ଦେଶର ବରପୁତ୍ରଙ୍କୁ ସମ୍ମାନିତ କରିବା ପ୍ରୟାସ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍।
ଜୟନ୍ତୀରେ ନେତାଜୀଙ୍କୁ ଶତାବ୍ଦୀର ମହାନାୟକ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶତାବ୍ଦୀର ମହାନାୟକ ଭାବେ ଦେଶର ଦଶା ଓ ଦିଶା ବଦଳାଇଥିଲେ ନେତାଜୀ। ୧୩୦ ବର୍ଷ ତଳେ ଓଡ଼ିଆ ବଜାରରେ ନେତାଜୀଙ୍କ ଜନ୍ମ ଓଡ଼ିଶା ପାଇଁ ଗର୍ବ। ICS ଭଳି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ଚାକିରି କରି ନ ଥିଲେ ନେତାଜୀ। ସ୍ବାମୀ ବିବେକାନନ୍ଦ ଓ ଅରବିନ୍ଦଙ୍କ ଆଦର୍ଶରେ ପରିଚାଳିତ ଥିଲେ ନେତାଜୀ। ଜାପାନ ସହାୟତାରେ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ଆଣ୍ଡାମାନରେ ପ୍ରଥମ ଥର ପତାକା ଉତ୍ତୋଳନ କରିଥିଲେ ନେତାଜୀ। ଦେଶର ଇତିହାସ ବହିରେ ନେତାଜୀଙ୍କୁ ଉପଯୁକ୍ତ ସମ୍ମାନ ମିଳି ନାହିଁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
୧୮୯୭ ମସିହାରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ । ନେତାଜୀଙ୍କ ଜୟନ୍ତୀ ପାଇଁ ପୁରା ସଜେଇ ହୋଇଥିଲା ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories