Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁରେ ମିଳୁନି ନେଟୱାର୍କ ସେବା

Rashmita Mishra
Browse all articles by Rashmita Mishra
·1 year ago·1 min read
ଗାଁରେ ମିଳୁନି ନେଟୱାର୍କ ସେବା

ଅର୍ଗସ ବ୍ୟୁରୋ: ଗାଁରେ ନାହିଁ ନେଟୱାର୍କ, ସିଗନାଲ ପାଇଁ ଚଢିବାକୁ ପଡୁଛି ଗଛ। ଫୋନରେ କଥା ହେବା ପାଇଁ ଗାଁ ମୁଣ୍ଡ ଗଛ ମୂଳ ଭରସା।  କାରଣ ଏଇଠି ମୋବାଇଲ ରହିଲେ, ସିଗନାଲ୍ ରହୁଛି । ଫୋନ କଲ୍ ଆସୁଛି, କଥା ହେବା ପାଇଁ ଗାଁ ମୁଣ୍ଡ ଗଛ ମୂଳରେ ବସିବାକୁ ପଡୁଛି । ନହେଲେ ବିନା ନେଟୱାର୍କରେ ଖେଳନା ପାଲଟିଯାଉଛି ମୋବାଇଲ୍ । ନେଟୱାର୍କ ନଥିବାରୁ ଡିଜିଟାଲ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ଦିଲି ଗ୍ରାମବାସୀ। 

ରାୟଗଡା ବିଷମକଟକ ବ୍ଲକ ଅନ୍ତର୍ଗତ ବେଥିଆପଡା ପଞ୍ଚାୟତର କିନ୍ଦିଲି ଗାଁ । ଚାରିଆଡେ ପାହାଡ ମଝିରେ ଗାଁ । ଗାଁକୁ ଯିବାକୁ ହେଲେ ବିଷମକଟକ ସଦର ମହକୁମା ଠାରୁ ପ୍ରାୟ 27 କିଲୋମିଟର ଯିବାକୁ ହୁଏ । ଗାଁରେ ମୌଳିକ ସମସ୍ୟା ଅନେକ ଥିବା ବେଳେ ନେଟୱାର୍କ ସମସ୍ୟା ଉତ୍କଟତର ସାଜିଛି। ଆଜିର ଯୁଗରେ ମୋବାଇଲ ବିନା ସଵୁ ଅଚଳ ହୋଇ ଯାଉଥିବା ବେଳେ ନେଟୱାର୍କ ନଥିବା ଯୋଗୁଁ ଗ୍ରାମବାସୀ ଶିକ୍ଷା ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା କହିଛନ୍ତି ଗ୍ରାମବାସୀ ।

ଦୀର୍ଘ ଦିନର ଦାବି ପରେ ଗାଁରେ ଟାୱାର ନିର୍ମାଣ ହେଲା। କିନ୍ତୁ ନିର୍ମାଣ ହେବାର ଇତି ମଧ୍ୟରେ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଞ୍ଚଳରେ ନେଟୱାର୍କ ଆସୁନାହିଁ। ଖାଲି ସେତିକି ନୁହେଁ ବର୍ଷେତଳେ ଗାଁରେ ଏକ ଜିଓ ନେଟୱାର୍କ ଟାୱାର ମଧ୍ୟ ନିର୍ମାଣ କରାଗଲା । ଲୋକେ ଭାବିଥିଲେ ଗାଁରେ ଏଣିକି ନେଟଓଵର୍କ ଆସିବ। ହେଲେ ନିର୍ମାଣର ବର୍ଷେ ପରେବି ଟାୱାର କାର୍ଯ୍ୟକ୍ଷମ ହୋଇନି।   ଉପାନ୍ତ ବାସୀଙ୍କୁ ଟାୱାର ଧୋକା। ଦୁଇଦୁଇଟି ଟାୱାର ଥାଇବି ଗାଁକୁ ମିଳୁନି ସିଗନାଲ। ମୋବାଇଲ ସିଗନାଲ୍ ନଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
Network service not available in the village | Argus News