Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡିଜିଟାଲ ଯୁଗରେ ଭୋଗୁଛନ୍ତି ନେଟୱର୍କ ଯନ୍ତ୍ରଣା

Odisha

ଡିଜିଟାଲ ଯୁଗରେ ଭୋଗୁଛନ୍ତି ନେଟୱର୍କ ଯନ୍ତ୍ରଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡିଜିଟାଲ ଯୁଗରେ ଭୋଗୁଛନ୍ତି ନେଟୱର୍କ ଯନ୍ତ୍ରଣା

ଗଛ ଉପରେ ଚଢିଲେ ମିଳୁଛି ନେଟୱର୍କ। ଜୀବନକୁ ବାଜିରେ ଲଗାଇ ଗଛ ଚଢୁଛନ୍ତି ଟାୱାର ଆସିଲେ କଥା ହେଉଛନ୍ତି। ନହେଲେ ଫୋନକୁ ଅନାଇ ଦୀର୍ଘ ସମୟ ବସି ରହୁଛନ୍ତି। ଏଥିପାଇଁ ରାତିପାହିଲେ ଗଛର ବିଭିନ୍ନ ସ୍ଥାନରେ ଝୁଲୁଛି ମୋବାଇଲ ଫୋନ । ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ଡ଼ିମିରିଖୋଲ ଗାଁର । ଏଗାଁରେ ନାହିଁ ନେଟୱର୍କ ତେଣୁ ଚାଲୁନି ମୋବାଇଲ। ଫଳରେ ଗାଁ ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଏହି ଗଛ ଭରସାରେ ଗ୍ରାମବାସୀ। ଏଠିବେ କେତେବେଳେ ମୋବାଇଲ ଟାୱାର ଆସୁଛିତ କେତେବେଳେ ନାହିଁ ।

ଶଗଡା ପଂଚାୟତର ଅନେକ ଗାଁର ଏଭଳି ସମାନ ଦଶା । ପାଠ ପଢିବା ହେଉ କି କାହାକୁ ଫୋନ କରିବା ହେଉଁ ଗଛ ଉପରକୁ ଧାଇ ଯାଆନ୍ତି ପିଲାଠୁ ବୁଢା । ଗଛ ଉପରେ ଚାଲେ ପାଠପଢା। ଗଛ ଉପରେ ହୁଏ ଅଫିସ କାମ। ଜୀବନକୁ ବାଜିରେ ଲଗାଇ ଏଠି ଲୋକେ ଖୋଜନ୍ତି ଟାୱାର।

ଗାଁରେ ଏକ ଟାୱାର ଦୁଇବର୍ଷ ହେଲା ବସିଛି ହେଲେ ଏଯାଏଁ କାର୍ଯ୍ୟ କାରି ହୋଇ ନାହିଁ । ଏପଟେ ନେଟୱର୍କ ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଦୁର୍ଗମର ଏହି ଅଚଂଳ ମାଓ ଅଧ୍ୟୁଷିତ ହୋଇଥିବାରୁ ଟେଲିକମ କମ୍ପାନି ଗୁଡିକ ଟାୱାର କରୁନାହାନ୍ତି। ତେବେ ଟୋଲିଫୋନ ଆଝିକାଲି ଜୀବନର ଅବିଛେଦ୍ୟ ଅଙ୍ଗ ହୋଇଥିବା ବେଳେ ବର୍ଷବର୍ଷ ଧରି ଗାଁରେ ନେଟୱର୍କ ନ ରହିବା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
network-suffers-in-the-digital-age | Argus News