Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଙ୍ଗଲ ଭିତରୁ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର

Smruti Parija
Browse all articles by Smruti Parija
·1 year ago·2 min read
ଜଙ୍ଗଲ ଭିତରୁ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର

Key Points

ଅଲୋଡା ହେଲା ନବଜାତ ଶିଶୁ ପୁତ୍ର

ଅଲୋଡା ହେଲା ନବଜାତ ଶିଶୁ ପୁତ୍ର । ଜଙ୍ଗଲ ଭିତରୁ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ଜଣେ ମହିଳା । ଜଙ୍ଗଲକୁ କାଠ ସଙ୍ଗ୍ରହ ପାଇଁ ଯାଇଥିବା ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣିବା ପରେ ଉଦ୍ଧାର କରି ଘରକୁ ଆଣିଥିଲେ । ଦେବଗଡ ଜିଲ୍ଲା ସୀମାନ୍ତ ଜମନକିରା ଥାନା କସଡା ଗାଁ ନିକଟ ଜଙ୍ଗଲ ମଧ୍ୟରୁ ଗତକାଲି ସକାଳୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା । କସଡା ଗ୍ରାମର ସୁନୀତା ନାୟକ ଶିଶୁପୁତ୍ରକୁ ଉଦ୍ଧାର କରି ଘରକୁ ଆଣିଥିଲେ । ପରେ ଶିଶୁପୁତ୍ରର ଲାଳନପାଳନ ପାଇଁ ଦେବଗଡ ଜିଲ୍ଲା ଲଇମୁରା ଥାନା କଂସର ଗ୍ରାମରେ ଥିବା ତାଙ୍କ ଭଉଣୀ ସୁସ୍ମିତା ନାୟକଙ୍କୁ ହସ୍ତାନ୍ତର କରିଥିଲେ ।


ତେବେ ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆଜି ଖବର ପାଇ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଏସଏନସିୟୁରେ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଶିଶୁପୁତ୍ରକୁ ଆଶ୍ରୟ ଦେଇଥିବା ମହିଳାଙ୍କ କୋଳରୁ ଶିଶୁ ସୁରକ୍ଷା ବିଭାଗ ଶିଶୁକୁ ନେଇ ଆସିବା ପରେ ଡାକ୍ତରଖାନାରେ ସୁସ୍ମିତା ବାରମ୍ବାର ଅଚେତ ହୋଇ ପଡୁଥିବା ଦେଖାଯାଇଥିଲା । ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ ସେ ପୁଅ କରି ରଖିବା ପାଇଁ ସୁସ୍ମିତା ଦାବି କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଏବେ ଶିଶୁର ଚିକିତ୍ସା ଜାରି ରହିଛ ଏବଂ ସେ ସୁସ୍ଥ ଅଛି । ଚିକିତ୍ସା ପରେ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଯିବ । ଉପଯୁକ୍ତ ପ୍ରମାଣପତ୍ର ସହିତ ଶିଶୁପୁତ୍ରର ହେି ଦାବିଦାର ଆସିଲେ ତାଙ୍କୁ ହସ୍ତାନ୍ତର କରାଯିବ । ନହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ପୌଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ଶିଶୁପୁତ୍ରକୁ ସାମିଲ କରାଯିବ।


ହେଲେ ଏମିତି ଦେଖିବାକୁ ମିଳେ ଯେ ଶିଶୁ କନ୍ୟା ଜନ୍ମ ହୋଇଥିଲେ କେହି କେହି ଅଳିଆ ଗଦାରେ କିମ୍ବା ଜଙ୍ଗଲରେ ଫିଙ୍ଗି ଦିଅନ୍ତି । ଏନେଇ ଅନେକ ବାର ଖବର ପରିବେଷଣ କରାଯାଏ । ପୁଅ ଝିଅ ମଧ୍ୟରେ ଭେଦ ଭାବ ନରଖିବାକୁ କୁହାଯାଏ । ହେଲେ ଶିଶୁପୁତ୍ର ଜନ୍ମ ହେବା ପରେ ଏମିତି ଫିଙ୍ଗିବା ଘଟଣାକୁ ନେଇ କୌଣସି କାରଣ ଜଣାପଡିନାହିଁ ।

Sponsored
new-born-baby-boy-rescued | Argus News