Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାସନ କାର୍ଡରେ ଜାଲିୟାତି ସର୍ଭେ ସରିବା ଆଗରୁ ଡିଲରଙ୍କ ପାଖରେ ପହଞ୍ଚିଲା ନୂଆ କାର୍ଡ

Odisha

ରାସନ କାର୍ଡରେ ଜାଲିୟାତି ସର୍ଭେ ସରିବା ଆଗରୁ ଡିଲରଙ୍କ ପାଖରେ ପହଞ୍ଚିଲା ନୂଆ କାର୍ଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସନ କାର୍ଡରେ ଜାଲିୟାତି ସର୍ଭେ ସରିବା ଆଗରୁ ଡିଲରଙ୍କ ପାଖରେ ପହଞ୍ଚିଲା ନୂଆ କାର୍ଡ

ଅର୍ଗସ ବ୍ୟୁରୋ:  ଜଗତସିଂହପୁର ପୌର ପରିଷଦରେ ପ୍ରବାସୀ ଶ୍ରମିକ ମାନଙ୍କ ରାସନ କାର୍ଡରେ ବଡ଼ ଜାଲିୟାତି ସର୍ଭେ ସରିବା ଆଗରୁ ଡିଲରଙ୍କ ପାଖରେ ପହଞ୍ଚିଲା ନୂଆ କାର୍ଡ। କେତେକ ସ୍ଥଳେ ନୂତନ ରାସନ କାର୍ଡ ଧାରୀ ମାନେ ଡିଲର କେନ୍ଦ୍ରରୁ ଧାର୍ଯ୍ୟ ସାମଗ୍ରୀ ଉଠାଇ ସାରିଛନ୍ତି। ଘଟଣା ପ୍ରଘଟ ହେବା ପରେ ଜଗତସିଂପୁର ପୌର ପରିଷଦରେ ହଟ୍ଟଗୋଳ ଦେଖିବା ପାଇଁ ମିଳିଛି, ଅନେକ ସ୍ଥଳେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ମୁହଁ ଖୋଲିଛନ୍ତି ଜିଲ୍ଲା ଯୋଗାଣ ବିଭାଗ କହିଛନ୍ତି ପୌର ପରିଷଦ ମେଲ ରୁ ଆସିଥିବା ତଥ୍ୟ ଅନୁସାରେ ଆମେ ପ୍ରବାସୀ ଶ୍ରମିକ ମାନଙ୍କ କ୍ଷେତ୍ରରେ ଚାଉଳ ଦେଉଛୁ। ଏ ନେଇ ପୌର ପରିଷଦ ଅଧିକାରୀଣି ଙ୍କୁ ପଚାରିବାରୁ ଯେଉଁ ଚିଠି ଜାରି ହୋଇଛି ସେ ତାଙ୍କର ନୁହଁ କିଏ ଜଣେ ଫେକ ଚିଠି କରିଥିବା କହିଛନ୍ତି।

ଦରକାର ପଡ଼ିଲେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ଥାନାର ଦ୍ୱାରସ୍ଥ ହେବେ। କିଭଳି ଭାବରେ ଜିଲ୍ଲା ଯୋଗାଣ ବିଭାଗ ଫେକ୍ ଚିଠି ଉପରେ ଏଭଳି କାମ କଲେ ତାହା ତଦନ୍ତ ସାପେକ୍ଷ, ଚିଠି ଉପରେ କୌଣସି ପ୍ରକାର ନମ୍ବର କିମ୍ବା ତାରିଖ ଦସ୍ତଖତ ନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ ଫେକ କରାଯାଇଛି। ଜିଲ୍ଲା ଯୋଗାଣ ବିଭାଗ ଏହି ଚିଠି ଉପରେ ତଦନ୍ତ କରିବା ନିହାତି ଆବଶ୍ୟକ ବୋଲି ପ୍ରଶ୍ନ ଉଠିଛି। ତେବେ ଜିଲ୍ଲା ଯୋଗାଣ ବିଭାଗ ଖାମ୍ ଖିଆଲି ମନୋଭାବ ପାଇଁ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। କୋଭିଡ ସମୟରେ କେନ୍ଦ୍ର ସରକାରଙ୍କ ଯେଉଁ ଇ ଶ୍ରମ ପୋର୍ଟାଲ ଖୋଲା ଯାଇଥିଲା ତାହା ଯଥେଷ୍ଟ ପରିମାଣରେ ଉପଲବ୍ଧ ହୋଇ ପାରୁନଥିବା ଆଭାସ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
New cards reached dealer for ration card fraud survey was completed | Argus News