Videos
|
Odisha

ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

Smruti Parija
Browse all articles by Smruti Parija
·2 years ago·1 min read
ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା । ଲୋକସେବା ଭବନରେ ଦାୟିତ୍ୱ ନେଲେ ମନୋଜ ଆହୁଜା । ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଠାରୁ ଦାୟିତ୍ୱ ନେଲେ । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର IAS ଅଫିସର୍ ମନୋଜ ଆହୁଜା । 

ଆଜି ଅବସର ନେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଏହା ପୂର୍ବରୁ ଭାବବିହ୍ବଳ ଟୁଇଟ କରି ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶୀର୍ବାଦ କାମନା କରୁଛି ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଦୀପ ଜେନା । ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ମୁଁ ଜୀବନର ଏକ ନୂଆ ପର୍ଯ୍ୟାୟକୁ ପ୍ରବେଶ କରୁଥିବାରୁ ଜଣେ ସାଧାରଣ ଲୋକ ଭାବେ ଯେପରି ରାଜ୍ୟର ହିତ ପାଇଁ ସହଯୋଗ କରିପାରିବି ସେଥିପାଇଁ ଆପଣଙ୍କ ଆଶିର୍ବାଦ କାମନା କରୁଛି । ପ୍ରଦୀପ କହିଛନ୍ତି, ମୁଁ ସର୍ବଦା ସୀମା ଭିତରେ ରହି ପ୍ରତ୍ୟେକଙ୍କୁ ପ୍ରତିଉତ୍ତର ଦେଇଛି ।

ଅନେକକଙ୍କ ପରି ମୋର କେହି ସହଯୋଗୀ କି ସଂସ୍ଥା ପ୍ରତିଉତ୍ତର ଦିଅନ୍ତି ନାହିଁ । ମୁଁ ନିଜେ ହିଁ ସବୁର ଉତ୍ତର ଦିଏ । ସରକାରଙ୍କ ସୀମା ଅତିକ୍ରମ କରିପାରିବି ନାହିଁ । ଏଥିପାଇଁ କେ୍ତେକ ପ୍ରସଙ୍ଗରେ ପ୍ରତିଉତ୍ତର ଦେଇପାରିନାହିଁ । ଏଥିପାଇଁ ମୋତେ କ୍ଷମା କରିବେ ବୋଲି କହିଛନ୍ତି । ସେପଟେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବାକୁ ଥିବା ମନୋଜ ଆହୁଜା ଆଜି ଓଡିଶା ଆସିବାର ସମ୍ଭାବନା ଅଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
New Chief Secretary Manoj Ahuja took charge | Argus News