ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମବ୍ରାଞ୍ଚର ତନାଘନା

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମବ୍ରାଞ୍ଚର ତନାଘନା । ପୁଅ ବିଶାଳ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ ଜାରି ହୋଇଛି । ଆଜି ହାଜର ହୋଇପାରନ୍ତି ବିଶାଳ ଓ ଦୀପାଳି । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ କିଛି ଆପତ୍ତି ଥିଲେ ଜଣାଇପାରିବେ । ହତ୍ୟାକାଣ୍ଡ ସମ୍ପର୍କରେ କିଛି ନୂଆ ତଥ୍ୟ ଥିଲେ ଜଣାଇପାରିବେ । ପୋଲିସ ଲଗାଇ ବାପାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ଝିଅ ଦୀପାଳି । ଏବେ କାହା ଉପରେ ତାଙ୍କର ସନ୍ଦେହ ଅଛି କ୍ରାଇମବ୍ରାଞ୍ଚ ଆଗରେ ହାଜର ହୋଇ ଜଣାଇବେ କି ତା ଉପରେ ସମସ୍ତଙ୍କ ନଜର । ପୂର୍ବରୁ ଗଣମାଧ୍ୟମ ଆଗରେ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିଲେ ଦୀପାଳି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଆସିନାହିଁ ।
ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି। ପୂର୍ବତନ ବିଧାୟକ ଦୀପାଳି ଦାସ ତାଙ୍କ ବାପା ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ତେବେ ଦୀପାଳି ଓ ବିଶାଳ କ୍ରାଇମବ୍ରାଞ୍ଚ ଆଗରେ କଣ ମତ ରଖୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।