Videos
|
Odisha

ଗଞ୍ଜାମରେ ଯୋଗଦେଲେ ନୂଆ ଜିଲ୍ଲାପାଳ, ପ୍ରଥମ ଦିନରୁ ଶୁଣିଲେ ଅଭିଯୋଗ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଗଞ୍ଜାମରେ ଯୋଗଦେଲେ ନୂଆ ଜିଲ୍ଲାପାଳ, ପ୍ରଥମ ଦିନରୁ ଶୁଣିଲେ ଅଭିଯୋଗ

Key Points

ଗଞ୍ଜାମରେ ନୂଆ ଜିଲ୍ଲାପାଳଙ୍କ ଯୋଗଦାନ
ପ୍ରଥମ ଦିନରୁ ଶୁଣିଲେ ଲୋକଙ୍କ ଅଭିଯୋଗ
୧୧୨ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ

ଗଞ୍ଜାମରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ । କାର୍ଯ୍ୟରେ ଯୋଗ ଦେବା ପରେ ପ୍ରଥମ ଦିନରୁ ଶୁଣିଲେ ଲୋକଙ୍କ ଅଭିଯୋଗ । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ନୂତନ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ କାର୍ଯ୍ୟରେ ଯୋଗଦାନ କରି ୧୧୨ଟି ଅଭିଯୋଗ ଶୁଣିଛନ୍ତି l


ଦିବ୍ୟାଙ୍ଗଙ୍କଠୁ ଆରମ୍ଭ କରି ସ୍ବାସ୍ଥ୍ୟ, ଶିକ୍ଷା, ଭତ୍ତା, ଜମି, ଶ୍ରମିକ କାର୍ଡ, ରାସନ୍ କାର୍ଡ ଆଦିର ଅଭିଯୋଗ ଶୁଣିଛନ୍ତି । ରେଡ୍‌କ୍ରସ ତରଫରୁ ୪ ଜଣଙ୍କୁ ୧୨ ହଜାର ଟଙ୍କା ସହାୟତା ରାଶି ଚେକ୍ ଦ୍ଵାରା ପ୍ରଦାନ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
New District Collector joins Ganjam, complaints heard from first day | Argus News