Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜୁନ ୧୫ରୁ ୨୦ ତାରିଖ ଭିତରେ ଆସିବ ନୂଆ ଅବକାରୀ ନୀତି: ପୃଥୀରାଜ ହରିଚନ୍ଦନ

Odisha

ଜୁନ ୧୫ରୁ ୨୦ ତାରିଖ ଭିତରେ ଆସିବ ନୂଆ ଅବକାରୀ ନୀତି: ପୃଥୀରାଜ ହରିଚନ୍ଦନ

Rashmita Mishra
Browse all articles by Rashmita Mishra
·1 year ago·2 min read
 ଜୁନ ୧୫ରୁ ୨୦ ତାରିଖ ଭିତରେ ଆସିବ ନୂଆ ଅବକାରୀ ନୀତି: ପୃଥୀରାଜ ହରିଚନ୍ଦନ

Key Points

ଆସନ୍ତା ଜୁନ ୧୫ରୁ ୨୦ ତାରିଖ ଭିତରେ ନୂଆ ଅବକାରୀ ନୀତି
ଏଥର ଆସୁଛି ୩ ବର୍ଷିଆ ଅବକାରୀ ନୀତି

ଆସନ୍ତା ଜୁନ ୧୫ରୁ ୨୦ ତାରିଖ ଭିତରେ ଆସିବ ନୂଆ ଅବକାରୀ ନୀତି । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥର ଆସୁଛି ୩ ବର୍ଷିଆ ଅବକାରୀ ନୀତି । ଚୋରା ମଦ ବିକ୍ରି ସହ ସଠିକ ରାଜସ୍ବ କିପରି ଆସିବ ତାହାକୁ ଫୋକସ ଦେଇଛନ୍ତି ସରକାର । ମନ୍ତ୍ରୀ କହିଛନ୍ତି ୪ ଟି କମିଟି ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ସରିଛି । ଅବକାରୀ ସଚିବଙ୍କ ନେତୃତ୍ଵରେ ଏକ ଟିମ କିଛି ଦିନ ଭିତରେ ଆନ୍ଧ୍ରପ୍ରଦେଶ ଯିବେ । ବିଭିନ୍ନ ରାଜ୍ୟର ମଡେଲକୁ ଅନୁଧ୍ୟାନ କରାଯାଉଛି ।

ତେବେ ରାଜ୍ୟରେ ବର୍ତ୍ତମାନ ବିଜେଡି ସରକାର ଲାଗୁ କରିଥିବା ଅବକାରୀ ନୀତି ପ୍ରଚଳନ ହେଉଛି । ଗତ ମାର୍ଚ୍ଚ ମାସରେ ପୁରୁଣା ଅବକାରୀ ନୀତିକୁ ଆଉ ମାସକୁ ବୃଦ୍ଧି କରାଯାଇଥିବା ବେଳେ, ଏହାରି ଭିତରେ ୨ ମାସ ବିତିଗଲାଣି । ହେଲେ ସରକାର ଏପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ଲାଗୁ କରିନାହାନ୍ତି ।

ରାଜ୍ୟ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋହନ ମାଝୀଙ୍କ ସରକାର ନିଜସ୍ୱ ଅବକାରୀ ନୀତି ଆଣିବା ପାଇଁ ଏବେ କାମ କରୁଛନ୍ତି । ଯେଉଁଥିରେ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଓ ପର୍ଯ୍ୟାୟକ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ଏବଂ ବିଜେଡି ସରକାରର ‘ଲଟେରୀ ସିଷ୍ଟମରେ ୫ବର୍ଷିଆ ଲାଇସେନ୍ସ’ ଆଦିରେ ବ୍ୟାପକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏହାଛଡ଼ା ପୂର୍ବର ବିଜେଡି ସରକାର ଭଳି ରାଜସ୍ୱ ସଂଗ୍ରହ ପାଇଁ ଅବକାରୀ ଟିକସ ଉପରେ ନିର୍ଭରଶୀଳତା କମ କରିବାକୁ ମଧ୍ୟ ନୂଆ ସରକାର ଯୋଜନା ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଘୋଷଣା କରିଥାନ୍ତି । ତେବେ ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ୧ରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଅବକାରୀ ନୀତି ଘୋଷଣା କରିଥିଲେ । ଏହା ପରେ ନୂଆ ସରକାର ଆସିବା ପରେ , ଏହାକୁ ପ୍ରଥମେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ । ପରେ ନୂଆ ଅବକାରୀ ନୀତି ନେଇ କାମ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର ଅବଧି ମାସେ ମାସେ ବୃଦ୍ଧି କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
new-excise-policy-to-come-between-june-15th-and-20th-prithiraj-harichandan | Argus News