Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - FASTag ରେ ବଡ଼ ପରିବର୍ତ୍ତନ : ନଜାଣିଲେ ହେବେ ହଇରାଣ

Odisha

FASTag ରେ ବଡ଼ ପରିବର୍ତ୍ତନ : ନଜାଣିଲେ ହେବେ ହଇରାଣ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
FASTag ରେ ବଡ଼ ପରିବର୍ତ୍ତନ : ନଜାଣିଲେ ହେବେ ହଇରାଣ

Key Points

  • FASTag regulations PKG SM
  • FASTagରେ ବଡ଼ ପରିବର୍ତ୍ତନ
  • ଏଣିକି ଗାଡ଼ିରେ ଲାଗିବ ପଞ୍ଜୀକରଣ  ଓ ଚେଚିସ ନମ୍ବର

ଅର୍ଗସ ବ୍ୟୁରୋ : ଟୋଲ୍‌ ରାସ୍ତାରେ ଗାଡ଼ି ଚଲାଉଥିଲେ ଥିଲେ ସାବଧାନ । କାରଣ FASTag ରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ନିୟମ ଅନୁସାରେ ଏଣିକି ଯଦି ଗାଡିରେ ପଞ୍ଜୀକରଣ  ଓ ଚେଚିସ ନମ୍ବର ଲାଗିନଥିବ ତେବେ ଟୋଲଗେଟ୍‌ରେ ଆପଣ ଅସୁବିଧାର ସାମ୍ନା କରିପାରନ୍ତି । ଏମିତିକି ଗାଡିକୁ ଟୋଲଗେଟ୍‌ରେ ଅଟକାଯାଇପାରେ । ତେଣୁ କେନ୍ଦ୍ର ପରିବହନ ଓ ସଡକ ସୁରକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ହିଁ ଗାଡ଼ି ଚଳାନ୍ତୁ । 

ଅଗଷ୍ଟ ୧ ଅର୍ଥାତ୍‌ ଆଜିଠୁ ଫାସଟ୍ୟାଗକୁ ନେଇ ଦେଶରେ ଲାଗୁ ହୋଇଛି ନୂଆ ନିୟମ । ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସଟ୍ୟାଗର କେୱାଇସି ପ୍ରକ୍ରିୟା ଗାଡି ମାଲିକଙ୍କୁ ପୂରଣ କରିବାକୁ ପଡ଼ିବ । ପାଞ୍ଚ ବର୍ଷରୁ ପୁରୁଣା ସମସ୍ତ ଫାସଟ୍ୟାଗକୁ ସମ୍ପୂର୍ଣ୍ଣ ବଦଳାଇବାକୁ ବି ପଡ଼ିବ। ଆଜିଠୁ ଫାସଟ୍ୟାଗ ସହ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଚେଚିସ ନମ୍ବର ବି ରହିବ । କିଛି ଏମିତି ଗୁରୁତ୍ଵପୂର୍ଣ୍ଣ ସୂଚନା ରାଜ୍ୟସଭାରେ ଦେଇଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ । ଯାହାକୁ ନେଇ ଗାଡ଼ି ମାଲିକଙ୍କର ଚିନ୍ତା ବଢିଛି ।

ରାସ୍ତାରେ କେମିତି ଆରାମରେ ଗାଡ଼ି ଚାଲିବ ସେନେଇ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏମିତିକି ଟୋଲଗେଟ୍‌ରେ ଯେମିତି ଅଧିକ ସମୟ ଗାଡ଼ି ନଅଟକିବ ସେନେଇ ବି ମାଷ୍ଟର ପ୍ଲାନ ହୋଇଛି । ସେଇଥି ଲାଗି ତ ଏଣିକି ସାଟେଲାଇଟ ମାଧ୍ୟମରେ ଟୋଲ ଟ୍ୟାକ୍ସ କାଟିବାକୁ ନେଇ ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବଛାଯାଇଥିବା ଦେଶର କେତେକ ଟୋଲ ଗେଟରେ ଫାସଟ୍ୟାଗ ସିଷ୍ଟମ ସହ ଏହାକୁ ପାଇଲଟିଂ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯିବ। ଜିଏନଏସଏସ ଅଧାରିତ ଟୋଲ କଲେକ୍ସନ ଫାସଟ୍ୟାଗ ଠାରୁ ମଧ୍ୟ ଆହୁରି ଦ୍ରୁତ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ପୂର୍ବରୁ କ୍ୟାସ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ଫାସଟ୍ୟାଗ ମାଧ୍ୟମରେ ଟୋଲଟ୍ୟାକ୍ସ ଭରୁଛନ୍ତି ଗାଡ଼ି ଚାଳକ । ଏଥିପାଇଁ ଗାଡ଼ି ଗୁଡିକୁ ଟୋଲଗେଟରେ ଅଟକିବାକୁ ପଡୁଥିବା ବେଳେ ଏବେ ସେ ସମସ୍ୟା ଆଉ ରହିବନି ବୋଲି କହିଛନ୍ତି ଗଡକରୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fastag | Argus News