ଅର୍ଗସ ନ୍ୟୁଜ ଆପ୍ରେ ଲଞ୍ଚ ହେଲା ନୂଆ ଫିଚର ଭୋସର୍ଟ୍ସ: ଖବର ଜାଣିବାର ସହଜ ଉପାୟ

Key Points
voo shorts ହେଉଛି ଓଡ଼ିଶାର ସ୍ବର....ଯାହା ଆପଣଙ୍କ ପାଖରେ ପହଞ୍ଚାଇବ ସଠିକ୍ ସମୟରେ ସତ ଖବର।
ଓଡ଼ିଶା ଡିଜିଟାଲ ମିଡିଆରେ ଦର୍ଶକଙ୍କ ପାଇଁ ଏକ ବୈପ୍ଳବିକ ଏବଂ ଅତ୍ୟାଧୁନିକ ସୁଯୋଗ ଆଣିଲା ଅର୍ଗସ ନ୍ୟୁଜ୍। ଯାହା ଆପଣଙ୍କ ହାତପାହାନ୍ତାରେ ପହଞ୍ଚାଇବ ଦେଶ ଦୁନିଆର ଖବର। ଚୁଟକିରେ ପଢିପାରିବେ ଆଞ୍ଚଳିକ ଠାରୁ ନେଇ ଦେଶବିଦେଶ ଖବର ପର୍ଯ୍ୟନ୍ତ। ତେବେ ଜାଣନ୍ତୁ କ'ଣ ଯୋଡି ହେଲା ଆଡଭାନ୍ସ ଫିଚର ?
voo shorts ହେଉଛି ଓଡ଼ିଶାର ସ୍ବର....ଯାହା ଆପଣଙ୍କ ପାଖରେ ପହଞ୍ଚାଇବ ସଠିକ୍ ସମୟରେ ସତ ଖବର। ଏହି ଭୋ ସର୍ଟ୍ସ ଆପ ହେଉଛି ଓଡ଼ିଶାର ଗର୍ବ। ମୋବାଇଲରେ ଏହି ଆପ ମାଧ୍ୟମରେ ସଙ୍ଗସଙ୍ଗେ ପାଇହେବ ସବୁ ଖବର।
ତେବେ ଭୋ-ସର୍ଟ୍ସ କାହିଁକି?
ବର୍ତ୍ତମାନ ସମୟରେ ବଦଳିଛି ଖବର ପ୍ରସାରର ଧାରା। ବ୍ୟସ୍ତବହୁଳ ସମୟ ଭିତରେ ଟିଭି ଦେଖିବା ଓ ଖବରକାଗଜ ପଢିବା ସମ୍ଭବ ହେଉନି ସମସ୍ତଙ୍କ ପାଇଁ। ଯାହାକୁ ଦୃଷ୍ଟିରେ ରଖି ଏହା ଅର୍ଗସ ନ୍ୟୁଜର ଏକ ଅନନ୍ୟ ପ୍ରୟାସ। ଏବେ ମୋବାଇଲ ସ୍କ୍ରିନରେ ଭୋ-ସର୍ଟ୍ସ ମାଧ୍ୟମରେ ସହଜରେ ଦେଖି ହେବ ସବୁ ଖବର।
- ସ୍କ୍ରଲ କଲେ ଆଖି ପିଛୁଳାକେ ମିଳିବ ସବୁ ଅପଡେଟ୍
-ସଙ୍ଗେ ସଙ୍ଗେ ଆସିବ ବ୍ରେକିଙ୍ଗ ନ୍ୟୁଜ
-ଅର୍ଗସ ନ୍ୟୁଜ ଆପଣଙ୍କୁ ନିଶ୍ଚିତ ଭାବେ ଇଣ୍ଟେରଷ୍ଟିଙ୍ଗ କଣ୍ଟେଣ୍ଟ ଭେଟିଦେବ ବୋଲି ଦୃଢ ପ୍ରତିଶ୍ରୁତିବଦ୍ଧ
ଏଥିରେ କଣ ଅଛି ?
ଭିଡିଓରୁ ସର୍ଟ୍ସ....
ସର୍ଟ୍ସରୁ
ଭୋ-ସର୍ଟ୍ସ
ଅର୍ଗସ ନ୍ୟୁଜରେ ଆପଣ ପାଇପାରିବେ ଟିକନିକ୍ ଖବର। ଲାଟେଷ୍ଟ, ଫାଷ୍ଟେଷ୍ଟ ଏବଂ ସ୍ମାର୍ଟେଷ୍ଟ। ମାନେ ବ୍ରେକିଙ୍ଗ ନ୍ୟୁଜରୁ ଆରମ୍ଭ କରି ଲାଟେଷ୍ଟ ୟୁଟ୍ୟୁବ ଭିଡିଓ, ଖେଳ ଖବର ପର୍ଯ୍ୟନ୍ତ। । ସ୍କ୍ରଲ କଲେ ଆସିବ ଇନସାଇଟ ଷ୍ଟୋରୀ ଏବଂ ଓ୍ବେବଷ୍ଟୋରୀ ।
କାହିଁକି ଏହି ଆପ୍ ଆପଣଙ୍କ ପାଇଁ ଉପଯୋଗୀ ?
ତୁରନ୍ତ ଖବର ପାଇପାରିବେ
ମୋବାଇଲରେ ଫାଷ୍ଟେଷ୍ଟ ଖବର ପାଇବେ
କାହାପାଇଁ ଏହି ଆପ୍?
ଆଜିର ଯୁବପିଢ଼ି ଓ କର୍ମଜୀବୀଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ଏହା ଅର୍ଗସ ନ୍ୟୁଜର ଏକ ନିଆରା ପ୍ରୟାସ। ଅର୍ଗସ ଭୋ-ସର୍ଟ୍ସ ଆପ କେବଳ ଆପଣଙ୍କ ପାଇଁ।