ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ,କମିଲା ରନ୍ଧନ ଗ୍ୟାସ୍ ଦର

ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଦିନରେ ଆୟକର ଠାରୁ ଆରମ୍ଭ କରି ଜିଏସ୍ଟି, କ୍ରେଡିଟ୍ କାର୍ଡ, ୟୁପିଆଇ ନିୟମ ସମେତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ଆଦି ବଦଳିଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରି ୧ରେ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବଜେଟ୍ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଥିଲେ। ଏଥିଯୋଗୁ ନୂଆ ଟିକସ ସ୍ଲାବ୍ ଏବଂ ହାର କାର୍ଯ୍ୟକାରୀ ହେବ।
ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ। ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ। ୟୁନାଇଟେଡ ପେମେଣ୍ଟ୍ସ ଇଣ୍ଟରଫେସ୍ ତଥା ୟୁପିଆଇର ସୁରକ୍ଷାକୁ ବଢ଼ାଇବା ପାଇଁ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ କେତେକ ନୂଆ ନିୟମ ଆଜିଠାରୁ ଲାଗୁ ହେବ । ସେହିପରି କେତେକ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ ହୋଇଯିବ। ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ ହେବ। ଏସବିଆଇ, ଆଇଏଫସି ସେମାନଙ୍କ କ୍ରେଡିଟ୍ କାର୍ଡ ରିଓ୍ବାର୍ଡ ପଏଣ୍ଟରେ ବଡ଼ ପରିବର୍ତ୍ତନ ଲାଗି ସଂକେତ ଦେଇସାରିଛନ୍ତି।
ଏପ୍ରିଲ ୧ରୁ ନୂଆ ନିୟମ
UPI ନିୟମରେ ପରିବର୍ତ୍ତନ
ଦୀର୍ଘ ସମୟ ଧରି ୟୁପିଆଇ ସେବା ଥିବା ମୋବାଇଲ ନମ୍ବର ବ୍ୟବହୃତ ହେଉନଥିଲେ ଏହି ସେବା ବନ୍ଦ ହେବ
ଏଲପିଜି ସିଲିଣ୍ଡର ଦର ୪୧ ଟଙ୍କା କମିଲା
ଘର ମାଲିକ ଓ ବରିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି
ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ୍ରେ ରିହାତି ମିଳିବ
ଘର ମାଲିକମାନଙ୍କୁ ଘରଭଡ଼ା ଉପରେ ଦେଉଥିବା ଟ୍ୟାକ୍ସ ଉପରେ ରିହାତି
ଭଡ଼ା ବାବଦରେ ପୂର୍ବରୁ ୨ ଲକ୍ଷ ୫୦ ହଜାରରୁ ଅଧିକ ହେଲେ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା
ଏହାକୁ ବୃଦ୍ଧି କରି ୬ ଲକ୍ଷ ଟଙ୍କା କରିଛନ୍ତି ସରକାର
୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡିବନି ଆୟକର
ବେତନଭୋଗୀଙ୍କୁ ମିଳିବ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ
ନୂ୍ଆ ଟିକସ ବ୍ୟବସ୍ଥାରେ ବେତନଭୋଗୀଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଦେବାକୁ ପଡିବନି ଟିକସ
ଏଜୁକେଶନ ଲୋନ୍ ଉପରେ ହଟିଲା ଟିଡିଏସ୍
ପୂର୍ବରୁ ୭ ଲକ୍ଷ ଟଙ୍କା ଏଜୁକେସନ ଲୋନ୍ ଉପରେ ୦.୫ ଟିସିଏସ୍ କାଟୁଥିଲେ ଋଣଦାତା
ମ୍ୟୁଚୁଆଲ ଫଣ୍ଡ୍ ଆୟ ଉପରେ ବଢ଼ିଲା ଟିଡିଏସ୍ ସୀମା
ଡିଭିଡେଣ୍ଡ୍ରୁ ହୋଇଥିବା ଆୟ ଉପରେ ଟିଡିଏସ୍ ସୀମାକୁ ୫ ହଜାରରୁ ବୃଦ୍ଧି କରି ୧୦ ହଜାର ଟଙ୍କା କରାଯାଇଛି
ଏପ୍ରିଲ ପହିଲାରୁ ଏସବିଆଇ ଓ ପିଏନବି ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନିୟମରେ ପରିବର୍ତ୍ତନ ଆସିବ
ଏପ୍ରିଲ ୧ରୁ ଖାତାରେ ସର୍ବନିମ୍ନ ବାଲାନ୍ସ ନ ରହିଲେ ଖାତାଧାରକଙ୍କ ଠାରୁ ଜରିମାନା ଆଦାୟ କରିବ ବ୍ୟାଙ୍କ
ଏନଏଚଏଆଇ ଏପ୍ରିଲ ୧ରୁ ଟୋଲ ଟିକସ ବୃଦ୍ଧି କରିପାରେ
ନିବେଶକ ନିଜ ଡିମାଟ୍ ଓ ମ୍ୟୁଚୁଆଲ ଫଣ୍ଡ ହୋଲ୍ଡିଙ୍ଗ ତଥ୍ୟ ଡିଜିଲକରରେ ଡିଜିଟାଲ ରୂପରେ ରଖିପାରିବ
ପୁରୁଣା ପେନସନ ସ୍କିମ ଓପିଏସ ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ