Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୁଣା ସମସ୍ୟାରେ ଘାଣ୍ଟି ହେଉଛି `ନୂଆସାହି '

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁରୁଣା ସମସ୍ୟାରେ ଘାଣ୍ଟି ହେଉଛି `ନୂଆସାହି '

Key Points

ପୁରୁଣା ସମସ୍ୟାରେ ଘାଣ୍ଟି ହେଉଛି `ନୂଆସାହି '
ପାହାଡ ଚଢ଼ିପାରୁନି ବିକାଶ
ପାଣି, ରାସ୍ତା, ପକ୍କା ଘର ଆଜିବି ଏଠି ଅପହଞ୍ଚ

ଗଂଜାମ ପାତ୍ରପୁର ବ୍ଲକ ତୁରୁବୁଡି ଗ୍ରାମ ପଞ୍ଚାଯତର ଝଗଡ଼ାପଲ୍ଲୀ ନୂଆସାହି । ପାହାଡ ଉପରେ ଅବସ୍ଥିତ ଆଦିବାସୀ ଗାଁ । ଗାଁ କୁ ପହଞ୍ଚିବାକୁ ହେଲେ ଅତିକ୍ରମ କରିବାକୁପଡେ ପଞ୍ଚାୟତ ଠାରୁ 4 କିଲୋମିଟର ରାସ୍ତା। ମାତ୍ର ଏହି ୪ କିଲୋମିଟର ରାସ୍ତାର କଷ୍ଟ ନ କହିଲେ ଭଲ। କଚ୍ଚା ରାସ୍ତା ର ଅବସ୍ଥା କାଦୁଅ ବିଲ ସାଙ୍ଗେ ସମାନ। ଏମିତି ଖାଲମାଲ ରାସ୍ତା ଚାଲିକି ଗଲେବି ପଡିବାର ସମ୍ଭାବନା ଅଧିକ। ମାତ୍ର ରାସ୍ତା ନଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ

ଗାଁ ରେ ଦେଖିବାକୁ ପାଇବେନି ପକ୍କା ଘର । କାରଣ ଆଜିବ ଆବାସ ଯୋଜନା ଏଠି ସାତ ସପନ । ଗାଁରେ 25 ଆଦିବାସୀ ପରିବାର ରୁହନ୍ତି । ଯେଉଁମାନଙ୍କ ପାଖରେ ଘରବାଡ଼ି ପଟ୍ଟା ନାହିଁ। ଏମିତରେ ଆବାସ କେମିତି ମିଳିବ ତାହା ଅନୁମାନ କରିପାରୁଥିବେ । ଘର ନଥିବାରୁ ବିଦ୍ୟୁତ ସେବା ମଧ୍ୟ ଏଠାରେ ଅପହଞ୍ଚ।

ଜଳ ଯୋଗାଣ ପାଇଁ ଗାଁରେ ଗୋଟିଏ ନଳକୂପ ଅଛି ସତ ମାତ୍ର ସେ ଅଚଳ । ଫଳରେ ଗ୍ରାମବାସୀ ବିଲ ମଝିରେ ଥିବା କୂଅ ଉପରେ ନିର୍ଭର କରନ୍ତି । କହିବାକୁ ଗଲେ ବର୍ଷ ତମାମ ଏହି କୂଅ ପାଣି ଅଞ୍ଚଳବାସୀଙ୍କ ଶୋଷ ମେଣ୍ଟାଇଥାଏ । ମାତ୍ର ଏହି କୂଅ ପାଖକୁ ବି ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାସ୍ତା, ପାଣି, ଘର ମୌଳିକ ଆବଶ୍ୟକତା ହୋଇଥିବା ବେଳେ ଆଜିବି ଏହି ସବୁ ଅପହଞ୍ଚ ଦୁର୍ଗମବାସୀଙ୍କ ପାଖରେ। ଫଳରେ ଜୀବନ ବଞ୍ଚିବା ଏଠାରେ ଦୁର୍ବିଶାହ ହୋଇ ପଡୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
new-hope-is-echoing-in-old-problems | Argus News