Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖୁସି ଖବର ! ବ୍ରହ୍ମପୁରରେ ହେବ ଜିଲ୍ଲା ଜୁଡିସିଆଲ୍ କମ୍ପ୍ଲେକ୍ସ

Odisha

ଖୁସି ଖବର ! ବ୍ରହ୍ମପୁରରେ ହେବ ଜିଲ୍ଲା ଜୁଡିସିଆଲ୍ କମ୍ପ୍ଲେକ୍ସ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଖୁସି ଖବର ! ବ୍ରହ୍ମପୁରରେ ହେବ ଜିଲ୍ଲା ଜୁଡିସିଆଲ୍ କମ୍ପ୍ଲେକ୍ସ

ପୂରଣ ହେବାକୁ ଯାଉଛି ବହୁ ଦିନର ସ୍ୱପ୍ନ । ଖୁବଶୀଘ୍ର ବ୍ରହ୍ମପୁରରେ ହେବ ଜିଲ୍ଲା ଜୁଡିସିଆଲ୍ କମ୍ପ୍ଲେକ୍ସ । ହାଇକୋର୍ଟଙ୍କଠୁ ମିଳିଲା ଗ୍ରୀନ୍ ସିଗନାଲ୍ । ଏଣିକି ଟିଣ, ଛପର ସ୍ୟାଡ ତଳେ ବସିବେ ନାହିଁ ଆଇନଜୀବୀ ।

ଦୁଇ ବର୍ଷ ହେଲା ଜିଲ୍ଲା ଜୁଡିସିଆଲ୍ କମ୍ପ୍ଲେକ୍ସ ସ୍ଥାନ ଚୟନରେ କଳ୍ପନାଜଳ୍ପନା ଲାଗି ରହିଥିଲା । ସହରଠୁ ୨୦ କିମି ଦୂର କୀର୍ତିପୁରରେ ପ୍ରଥମେ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସ୍ଥାନ ଚୟନ ହୋଇଥିଲା । ମାତ୍ର ପରେ ପୁଣି ମହକିଲ, ଓକିଲ ଓ ବିଚାରପତିଙ୍କ ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ହିଁ କମ୍ପ୍ଲେକ୍ସ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

ବ୍ରହ୍ମପୁରରେ ଥିବା ଗଞ୍ଜାମ ଓକିଲ ସଂଘ କୋଠା, ପୁରୁଣା SDJM, ପରିବାର ଅଦାଲତ, ଫାଷ୍ଟଟ୍ରାକ୍ କୋର୍ଟ କୋଠାକୁ ଭାଙ୍ଗି ସେଠାରେ ନୂଆ କମ୍ପ୍ଲେକ୍ସ କରିବାକୁ ପ୍ରସ୍ତାବ ହୋଇଥିଲା । ହେଲେ ସ୍ଥାନ ଚୟନରେ ଅନିଶ୍ଚିତତା ଲାଗି ରହିଥିବାରୁ ଗଞ୍ଜାମ ଓକିଲ ସଂଘ ଅଫିସ୍ ଖାଲି କରାଯାଇ ଅସ୍ଥାୟୀ ସେଡ୍ ନିର୍ମାଣ କରି ଆଇନଜୀବୀମାନେ ସେଠାରେ ବସୁଥିଲେ ।

ଗତ ମାସ ୯ ତାରିଖରେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ଗଞ୍ଜାମ ଜଜ୍‌ସିପ୍‌ର ପ୍ରୋଟକଲ୍ ଜଜ୍ ବିଭୁପ୍ରସାଦ ରାୟ ବ୍ରହ୍ମପୁର ଗସ୍ତ କରି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ । କମ୍ପ୍ଲେକ୍ସ ଡିପିଆର୍ ପ୍ରସ୍ତୁତ କରୁଥିବା ପୂର୍ତ୍ତବିଭାଗ ଯନ୍ତ୍ରୀ, ଓକିଲ ସଂଘ କର୍ମକର୍ତ୍ତା ଓ ବିଚାରପତିଙ୍କ ସହ ଆଲୋଚନା କରିଥିଲେ । ଉଚ୍ଚ ନ୍ୟାୟାଳୟଙ୍କଠୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ କୋର୍ଟକୁ ଚିଠି ପହଞ୍ଚିବା ପରେ ଓକିଲ ସଂଘ କର୍ମକର୍ତ୍ତା, ମହକିଲ ଖୁସିବ୍ୟକ୍ତ କରିଛନ୍ତି ।

ବ୍ରହ୍ମପୁରରେ ଜୁଡିସିଆଲ୍ କମ୍ପ୍ଲେକ୍ସ ନିର୍ମାଣ ସ୍ବପ୍ନ ପୂରଣ ହେବାକୁ ଉଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଶତାଧିକ ଆଇଜୀବୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
New Judicial Complex In Berhampur | Argus News