Videos
|
Odisha

୮ ଜିଲ୍ଲାରେ ହେବ ନୂଆ ମେଡିକାଲ୍ କଲେଜ୍

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
୮ ଜିଲ୍ଲାରେ ହେବ ନୂଆ ମେଡିକାଲ୍ କଲେଜ୍

ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଆହୁରି ସମୃଦ୍ଧ ହେବ ଓଡ଼ିଶା। ରାଜ୍ୟର ୮ ଜିଲ୍ଲାରେ ହେବ ନୂଆ ମେଡିକାଲ୍ କଲେଜ୍ ପ୍ରତିଷ୍ଠା। ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଧେୟକ ଆଲୋଚନା ସମୟରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ଭଦ୍ରକ, ଜଗତସିଂହପୁର, ନବରଙ୍ଗପୁର ଓ ଢେଙ୍କାନାଳ ଜିଲ୍ଲାରେ ଏମବିବିଏସ ପାଠ୍ୟକ୍ରମ ପାଇଁ ଆରମ୍ଭ ହେବ ମେଡିକାଲ୍‌ କଲେଜ ନିର୍ମାଣ। ସେହିଭଳି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝରରେ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ଡେଣ୍ଟାଲ୍‌ କଲେଜ, ରାଇରଙ୍ଗପୁରରେ ଆୟୁର୍ବେଦିକ ମେଡିକାଲ କଲେଜ ନିର୍ମାଣ କାମ ଆରମ୍ଭ ହେବ।


ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ସରକାର ବିଶାଳ ବଜେଟ୍ ଆଣୁଛନ୍ତି, ହେଲେ ଖର୍ଚ୍ଚ କରି ପାରୁ ନାହାଁନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୪-୨୫ ବର୍ଷର ବଜେଟ୍ ଆମ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ନଥିଲା। ବଜେଟ୍ ପ୍ରସ୍ତୁତି ଓ ଏହାର କାର୍ଯ୍ୟପାଇଁ ଆମକୁ ମାତ୍ର ୮ ମାସ ସମୟ ଲାଗିଥିଲା। ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ କେବଳ ଏକ ଆର୍ଥିକ ବର୍ଷ ପାଇଁ ଆୟ-ବ୍ୟୟର ହିସାବ ନୁହେଁ, ଏହା ଓଡ଼ିଶାକୁ ବିକାଶର ପଥରେ ଦଉଡ଼ାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅର୍ଥ ଖର୍ଚ୍ଚକୁ ନେଇ କହିଛନ୍ତି ୨୦୨୩-୨୪ ତୁଳନାରେ ୧୬ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ମୋଟ୍ ବଜେଟ୍‌ର ୭୮ ପ୍ରତିଶତ ଖର୍ଚ୍ଚ ହୋଇଛି। ଋଣ ଭାର ମଧ୍ୟ ନିୟନ୍ତ୍ରଣରେ ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
New medical colleges to be set up in 8 districts of Odisha | Argus News