Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ସରକାରଙ୍କ ନୂଆ ମଡେଲ୍,ମୋହନ ସରକାରରେ ସମସ୍ୟାର ସମାଧାନ ଅନ୍ ଦି ସ୍ପଟ୍ 

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଜେପି ସରକାରଙ୍କ ନୂଆ ମଡେଲ୍,ମୋହନ ସରକାରରେ ସମସ୍ୟାର ସମାଧାନ ଅନ୍ ଦି ସ୍ପଟ୍ 

ଅର୍ଗସ ବ୍ୟୁରୋ:ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଅନ୍ଦାଜ୍,ସମସ୍ୟା ସମାଧାନ ଅନ ଦି ସ୍ପଟ୍,ନୂଆ ସରକାର,ଶାସନର ତରିକା ବି ଭିନ୍ନ। ବିଜେଡି ଶାସନରେ ଦୀର୍ଘ ବର୍ଷଧରି ବନ୍ଦ କରି ଦିଆଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। କିନ୍ତୁ ନବୀନ ଯାହା କରୁନଥିଲେ ମୋହନ କରିଦେଖାଇଲେ,ଅନ ଦି ସ୍ପଟ୍ ସମସ୍ୟା ସମାଧାନ,ସେଇଥିପାଇଁ ତ  ସେ ପିପୁଲ୍ସ ସିଏମ୍ ମୋହନ ଚରଣ ମାଝୀ।
ଆଦିବାସୀଙ୍କ ଗାଁରେ ସଭା ମଝିରେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବୈଠକ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେବଳ ପ୍ରଶାସନିକ ଅଧିକାରୀ ନୁହଁନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ଥିଲେ ବିଧାୟକ, ସାଂସଦ ଓ ସରପଞ୍ଚଙ୍କ ସହ ସମିତିସଭ୍ୟ। ଯାଜପୁର ଜିଲ୍ଲା, ବଡ଼ଚଣା ନିର୍ବାଚନ ମଣ୍ଡଳୀ, ସମୀୟା ପଞ୍ଚୟତ, ଗଭାଶଳ ଗାଁର ମାଛୁଆ ସାହିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିଲେ ଅନ  ସ୍ପଟ୍ ସମସ୍ୟାର ସମାଧାନ। ଜଣେ ଆଦିବାସୀ ଛାତ୍ରୀଙ୍କୁ ଚାକିରୀ କରିବା ପାଇଁ ଉପାୟ ବତେଇବା ସହ ଛାତ୍ରୀଙ୍କୁ ଏକ କମ୍ପୁଟର କିଣି ଦେବା ପାଇଁ ବିଧାୟକ ଅମର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। କେବଳ ସେତିକି ନୁହେଁ ଗାଁରେ ହାତୀ ଉପଦ୍ରବ,ସଡ଼କ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଜଙ୍ଗଲ କିସମ ଜମିର ପରିବର୍ତନ, ଅଙ୍ଗନବାଡ଼ି କେନ୍ଦ୍ର ଠୁ ନେଇ ମାଛୁଆ ସାହି ନିକଟର ଥିବା ସ୍ପଞ୍ଜ ଫେକ୍ଟ୍ରି ରୁ ନିର୍ଗତ ହେଉଥିବା ଧୂଆଁ ପର୍ଯ୍ୟନ୍ତ ଗାଆଁର ଅନେକ ସମସ୍ୟା ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଥିଲେ ଜଣେ ପରେ ଜଣେ ଲୋକ। ସଭାରେ ବସିଥିବା ଡିଏଫଓ,ବିଡିଓ,ତହସିଲଦାର, ଜିଲ୍ଲାପାଳ ଓ ଏସପି ଙ୍କୁ ସଙ୍ଗେ ସଙ୍ଗେ ଏହି ସମସ୍ୟା ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବା ନେଇ ମୁଖ୍ୟମନ୍ତ୍ରୀ ଏହି ସଭାରେ ପ୍ରଶାସନିକ ଅଧିକାରୀ ମାନଙ୍କୁ କର୍ଯ୍ୟକରିବା ନେଇ ନିର୍ଦ୍ଦେଶ ଦେଇଥିଲେ। 

କେବଳ ସେତିକି ନୁହେଁ ସଭା କାର୍ଯ୍ୟ ସରିବା ପରେ  ବିଧାୟକ, ସାଂସଦ ମାନଙ୍କ ସହ ଜଣେ ଆଦିବାସୀ ମହିଳାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବାକୁ ଭୁଲିନଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବୀନଙ୍କୁ ଭେଟିମାକୁ ଚାହିଁଲେ ମଧ୍ୟ ଲୋକ ଭେଟିପାରୁନଥିଲେ କିନ୍ତୁ ମୋହନ ରାଜରେ ଲୋକଙ୍କୁ ଭେଟିବାକୁ ସମସ୍ୟାର ସମାଧାନ କରିବାକୁ ନିଜେ ପହଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ,ସମସ୍ୟାର ସମାଧାନ ଅନ୍ ଦି ସ୍ପଟ୍,ଇଏ ନବୀନ ଇଞ୍ଜିନ ନୁହେଁ,ଇଏ ଡବଲ୍ ଇଞ୍ଜିନ୍ ସରକାର ବିକାଶ ଜୋର୍ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New model of BJP government, problem solving on the spot in Mohan government | Argus News