Videos
|
Odisha

ସାବିତ୍ରୀରେ ରିଲିଜ ହେଲା ନୂଆ ମ୍ୟୁଜିକ ଭିଡିଓ

Rashmita Mishra
Browse all articles by Rashmita Mishra
·1 year ago·2 min read
ସାବିତ୍ରୀରେ ରିଲିଜ ହେଲା ନୂଆ ମ୍ୟୁଜିକ ଭିଡିଓ

Key Points

ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ରିଲିଜ ହେଲା "କହ ରେ କାଳିଆ ସୁନା

ଓଡ଼ିଶା ମ୍ୟୁଜିକ୍ ବ୍ୟାନର ସବୁବେଳେ ନୂଆ ପରିକଳ୍ପନା ସହ ନୂଆ ନୂଆ ମ୍ୟୁଜିକ୍ ଭିଡିଓ ଦର୍ଶକଙ୍କୁ ଭେଟି ଦେଇଥାଏ। ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଆମ ଭାରତୀୟ ସୈନିକ ମାନଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ମ୍ୟୁଜିକ୍ ଦ୍ବାରା ରିଲିଜ ହୋଇଛି "କହ ରେ କାଳିଆ ସୁନା"। ଏହି ମ୍ୟୁଜିକ୍ ଭିଡିଓଟିର ସିଡି ଉନ୍ମୋଚନ କରାଯାଇଥିଲା ଏହି ରିଲିଜ ସମୟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅର୍ଗସ୍ ଟିଭିର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ସାମାଜିକ କର୍ମୀ ଅର୍ଥାତ୍ କିନ୍ନର ସମାଜ ମୁଖ୍ୟ ମୀରା ପରିଡ଼ା ଓ ପ୍ରଯୋଜକ ପ୍ରଣୟ ଜେଥି । ସ୍ୱାମୀ ଖୁସିରେ ଖୁସି ଆଉ ସ୍ୱାମୀ ଦୁଃଖରେ ଦୁଃଖୀ ହୋଇ ପାଦରେ ପାଦ ମିଶାଇ ସଂସାର ବାଟ ଚାଲିଥାଏ ସ୍ତ୍ରୀ । ସେଇଥିପାଇଁ ତ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀର ଆଖ୍ୟା ଦିଆଯାଇଛି ।


ସ୍ତ୍ରୀଟିଏ ସବୁବେଳେ ଚାହେଁ ତା ଶଙ୍ଖା ସିନ୍ଦୂର ବଜର ହେଉ ସ୍ୱାମୀ ଦୀର୍ଘାୟୁ ହୁଅନ୍ତୁ। ଏହି କାମନା କରି ସେ ରଖେ ସାବିତ୍ରୀ ବ୍ରତ। ଆଉ ସେଭଳି ଏକ ପବିତ୍ର ଦିନ ଅର୍ଥାତ୍ ସାବିତ୍ରୀ ଅମାବାସ୍ୟାରେ ଯେତେବେଳେ ଜଣେ ସ୍ତ୍ରୀ ପାଖରେ ତା ସ୍ବାମୀ ନଥାଏ। ସେତେବେଳେ ସେ ଜଗତ ର ନାଥ ଜଗନ୍ନାଥଙ୍କ ପାଖରେ ଲୁହ ଗଡ଼ାଇ ନିଜ ମନର ବ୍ୟଥାକୁ ବଖାଣିବା ଛଡ଼ା ଆଉ କିଛି ବାଟ ନଥାଏ। ସେଭଳି ଏକ କାହାଣୀକୁ ନେଇ ଏହି ଭଜନଟି ଗତିଶୀଳ ହୋଇଥିବା ବେଳେ ଏହି ଭଜନରେ ଅଭିନୟ କରିଛନ୍ତି ସାମ୍ବାଦିକା କବିତା ସ୍ୱାଇଁ ଓ ଅଭିନେତା ଦୀପକ ସାହୁ। ବାବୁ ନିର୍ଦ୍ଦେଶନା ଭାର ସମ୍ଭାଳି ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ରାଘବ ସ୍ୱାଇଁ। ମ୍ୟୁଜିକରେ ରହିଛନ୍ତି ଜୟଦେବ ମିଶ୍ର ଲିରିଷ୍ଟରେ ରହିଛନ୍ତି ସ୍ୱର୍ଣ୍ଣପ୍ରଭା ନାୟକ , ଡିଓପି ବିଜୁ ରହିଥିବା ବେଳେ ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମଣ୍ଟୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
new-music-video-released-for-savitri | Argus News