Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲିଠୁ ନୂଆ ଅବକାରୀ ନୀତି : ଖୋଲିବନି ନୂଆ ମଦ ଦୋକାନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
କାଲିଠୁ ନୂଆ ଅବକାରୀ ନୀତି : ଖୋଲିବନି ନୂଆ ମଦ ଦୋକାନ

ଅର୍ଗସ ବ୍ୟୁରୋ: ଆସନ୍ତାକାଲିଠୁ ଲାଗୁ ହେବ ନୂଆ ଅବକାରୀ ନୀତି । ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି ।  ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନୂଆ ଅବକାରୀ ନୀତି ଲାଗୁ ରହିବ । ଗ୍ରାମାଂଚଳରେ କେବଳ ଥ୍ରୀ-ଷ୍ଟାର ଓ ତା’ଠୁ ଅଧିକ ବର୍ଗର ହୋଟେଲ ବ୍ୟତୀତ ଅନ୍ୟ କୌଣସି ନୂଆ ଅନ୍ ସପ୍ ଖୋଲାଯିବାର ବ୍ୟବସ୍ଥା କରାଯାଇ ନାହିଁ । କେବଳ ଥ୍ରୀ ଷ୍ଟାର ହୋଟେଲକୁ ହିଁ ନୂଆ ବାର୍ ଲାଇସେନ୍ସ ମିଳିବ । ବାରରେ କେବଳ ଗୀତ ବାଜିବ, ଚାଲିବ ନାହିଁ ଡ୍ୟାନ୍ସ ବାର୍ । ଭାଙ୍ଗ, ତାଡ଼ି, ପୋଚ ପାଇଁ ବି ନିୟମ ଲାଗୁ ହେବ । ପ୍ରତିବର୍ଷ ମଦ ଲାଇସେନ୍ସଧାରୀଙ୍କ ପାଇଁ ବୃଦ୍ଧି ପାଉଥିବା ଏମଜିକ୍ୟୁ ବା ସର୍ବନିମ୍ନ ପରିମାଣ ଗ୍ୟାରେଣ୍ଟିକୁ ଚଳିତବର୍ଷ ବୃଦ୍ଧି କରାଯିବ ନାହିଁ ।

ଚଳିତ ଆର୍ଥିକ ବର୍ଷ ପୂର୍ବରୁ ନବୀକରଣ ହୋଇନଥିବା ୫୭ଟି ଅନସପ୍ ମଦଦୋକାନର ପୁନଃ ନବୀକରଣ ମଧ୍ୟ କରାଯିବ ନାହିଁ । ବେଳାଭୂମିରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବାର ଅନୁମତି ଦେବ ପର୍ଯ୍ୟଟନ ବିଭାଗ । ବିଚ୍ ଶ୍ୟାକ୍ସର ବାର୍ଷିକ ଲାଇସେନ୍ସ ମୂଲ୍ୟ ହେବ ୫୦ ହଜାର ଟଙ୍କା । ଏସବୁ ବ୍ୟତୀତ ନିଶା ସେବନ ବିରୋଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରଇଛନ୍ତି । ବେଆଇନ ମଦ କାରବାରକୁ ରୋକିବା ଓ ଚଢ଼ାଉ ଜୋରଦାର କରିବା ନିମନ୍ତେ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀମାନଙ୍କୁ ତାଲିମ ଓ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Excise Policy | Argus News