Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୁଥରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏଁ ଗଠନ ହେବ ନୂଆ ସାଂଗଠନିକ କମିଟି

Rashmita Mishra
Browse all articles by Rashmita Mishra
·1 year ago·2 min read
ବୁଥରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏଁ ଗଠନ ହେବ ନୂଆ ସାଂଗଠନିକ କମିଟି

Key Points

  • ସାଂଗଠନିକ ନିର୍ବାଚନ ପୂର୍ବରୁ ବିଜେପିର ପ୍ରଶିକ୍ଷଣ କର୍ମଶାଳା
  • ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସଭାପତିଙ୍କୁ ଦିଆଗଲା ପ୍ରଶିକ୍ଷଣ 
  • ବୁଥରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏଁ ଗଠନ ହେବ ନୂଆ ସାଂଗଠନିକ କମିଟି
  • ସମସ୍ତଙ୍କ ସହମତିରେ ନିରପେକ୍ଷ ଭାବେ ଚୟନ ହେବେ ନୂଆ ପଦାଧିକାରୀ

ଅର୍ଗସ ବ୍ୟୁରୋ: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ସାଂଗଠନିକ କର୍ମଶାଳା । ପ୍ରାଥମିକ ଓ ସକ୍ରିୟ ସଦସ୍ୟତା ଗ୍ରହଣ କଲା ପରେ ବୁଥ କମିଟି ଗଠନ ପ୍ରକ୍ରିୟା ଚାଲିଛି। ତାପରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ, ସହ ରାଜ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଳା ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ସହ ଅଧିକାରୀ, ସକ୍ରିୟ ସଦସ୍ୟ ପ୍ରମୁଖ ଓ ଜିଲ୍ଲା ସଭାପତିମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସେମାନେ ନିରପେକ୍ଷ ଭାବେ କିଭଳି ସମସ୍ତଙ୍କ ସହମତିରେ ବିଭିନ୍ନ କମିଟି ଗଠନ କରିବେ ସେ ନେଇ ହୋଇଛନ୍ତି ପ୍ରଶିକ୍ଷିତ। ପ୍ରତି ୬ ବର୍ଷରେ ଥରେ ବିଜେପିରେ ସଦସ୍ୟତା କରାଯାଏ । ୩ ବର୍ଷରେ ଥରେ ସାଂଗଠନିକ ନିର୍ବାଚନ ହୁଏ । ବୁଥ ସ୍ତରରୁ ନେଇ ଜାତୀୟ ସ୍ତର ପର୍ଯ୍ୟନ୍ତ ସଙ୍ଗଠନ ପୁନର୍ଗଠନ ହୋଇଥାଏ ।

ଦଳର ସଦସ୍ୟତା ଅଭିଯାନର ସ୍ଥିତି ଏବଂ ସାଙ୍ଗଠନିକ ନିର୍ବାଚନ ନେଇ କର୍ମଶାଳାରେ ଆଲୋଚନା ହୋଇଛି । ଦଳର ସଙ୍ଗଠନକୁ ମଜବୁତ କରିବା ଦିଗରେ ଦିନ ତମାମ କର୍ମଶାଳାରେ ଆଲୋକପାତ କରିଥିଲେ ବରିଷ୍ଠ ନେତା। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ତିଆରି ହୋଇଛି ରୋଡ଼ ମ୍ୟାପ। 

 ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ, ସହ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି, ସୁକେଶୀ ଓରାମ, ସୁକାନ୍ତ ପାଣିଗ୍ରାହୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମ ପ୍ରମୁଖ ଉପସ୍ଥିତ ଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New organizational committees to be formed starting from booth to state level | Argus News