Videos
|
Odisha

ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ନୂଆ ଖୁଲାସା

Smruti Parija
Browse all articles by Smruti Parija
·1 year ago·1 min read
ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ନୂଆ ଖୁଲାସା

Key Points

ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ନୂଆ ଖୁଲାସା

ରୂପା ମୁଦିକୁ ଚିହ୍ନିଲେ ମୁଦି ବିକ୍ରି କରିଥିବା ଗହଣା ଦୋକାନୀ

ରୂପା ମୁଦି ଖୋଲିବ କି ରହସ୍ୟ ?

ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ନୂଆ ଖୁଲାସା । ଘଟଣାସ୍ଥଳରୁ ମିଳିଥିବା ରୂପା ମୁଦିକୁ ଚିହ୍ନିଲେ ମୁଦି ବିକ୍ରି କରିଥିବା ଗହଣା ଦୋକାନୀ । ଗତକାଲି ଠାରୁ ଗହଣା ଦୋକାନୀଙ୍କୁ ଅଟକ ରଖି ଆଜି ଦିନ 10ଟା ରେ ଛାଡ଼ିଲା ପୁଲିସ । କ୍ରାଇବ୍ରାଞ୍ଚ୍ ଟିମ୍ ଓ ପୁଲିସର ପଚରାଉଚରା ବେଳେ ଘଟଣାସ୍ଥଳରୁ ମିଳିଥିବା ମୁଦି ଅଢେଇ ମାସ ପୂର୍ବରୁ ପୀଡ଼ିତାଙ୍କ ଜଣେ ସାଙ୍ଗ ଏହି ମୁଦିକୁ ତାଙ୍କ ଦୋକାନରୁ କିଣିଥିବା ନେଇ ସୂଚନା ଦେଇଥିଲେ । ସେ ମୁଦି ପୀଡ଼ିତାଙ୍କ ନିକଟକୁ କେମିତି ଗଲା ଏହା ଏବେ ପ୍ରଶ୍ନବାଚୀ ହୋଇଥିବା ବେଳେ ଦିଲ୍ଲୀ ଏମ୍ସରେ କ୍ରାଇମବ୍ରାଞ୍ଚ୍ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି । ପୁନଃ ଆଜି ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ କ୍ରାଇମ୍ ବ୍ରାଞ୍ଚ ଟିମ୍ ବୟାନ ରେକର୍ଡ କରିବ ବୋଲି ସୂଚନା ମିଳିଛି ।


ଅନ୍ୟ ପକ୍ଷରେ ଆଜି ସପ୍ତମ ଦିନରେ ତଦନ୍ତକାରୀ ଅଧିକାରୀ ମାନେ ପୀଡ଼ିତାଙ୍କ ପରିବାର ଓ ପ୍ରତ୍ୟକ୍ଷଦର୍ଶୀ ଦୁଃଖିଷ୍ୟାମ ସେନାପତିଙ୍କୁ ଥାନାକୁ ଡ଼ାକି ପଚରା ଉଚରା କରିଛି । ସମ୍ପର୍କୀୟ ଲୋକଙ୍କ କହିବା ଅନୁଯାୟୀ ପୀଡ଼ିତା ପୂର୍ବ ଅପେକ୍ଷା ସୁସ୍ଥ ହେଉଛନ୍ତି ସେ ବୟାନ ଦେବା ଅବସ୍ଥାରେ ନାହାନ୍ତି । ଦିନ ପରେ ଦିନ ବିତୁଛି ହେଲେ ପୁଲିସ ହାତ ଖାଲି କୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
new-revelations-in-the-balanga-victim-case | Argus News