Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପଶ୍ଚିମ ଓଡ଼ିଶାରୁ ପଶ୍ଚିମବଙ୍ଗ, ଗୋ ଚାଲାଣର ନୂଆ ରୁଟ୍ ! ମାଫିଆଙ୍କ ଲିଙ୍କ୍‌ରେ BJD ନେତା

Odisha

ପଶ୍ଚିମ ଓଡ଼ିଶାରୁ ପଶ୍ଚିମବଙ୍ଗ, ଗୋ ଚାଲାଣର ନୂଆ ରୁଟ୍ ! ମାଫିଆଙ୍କ ଲିଙ୍କ୍‌ରେ BJD ନେତା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପଶ୍ଚିମ ଓଡ଼ିଶାରୁ ପଶ୍ଚିମବଙ୍ଗ, ଗୋ ଚାଲାଣର ନୂଆ ରୁଟ୍ ! ମାଫିଆଙ୍କ ଲିଙ୍କ୍‌ରେ BJD ନେତା

ପଶ୍ଚିମ ଓଡ଼ିଶାରୁ ପଶ୍ଚିମବଙ୍ଗ, ଗୋ ଚାଲାଣର ନୂଆ ରୁଟ୍ । ଗୋ ମାଫିଆଙ୍କ ଲିଙ୍କ୍‌ରେ ବଡ଼ ବିଜେଡି ନେତା ଥିବା ଜଣାପଡିଛି । ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ବଡ଼ ଲୋକଙ୍କ ଆଶୀର୍ବାଦରେ ଚାଲିଥିଲା ଏସବୁ ଗୋରୁ ଚାଲାଣ ! ଟେଣ୍ଡରରେ ହେରଫେର୍ କରି ଗୋ ମାଫିଆକୁ ଦିଆଯାଇଥିଲା ଗୋରୁ ମାର୍କେଟର ଲିଜ୍ । ରାମପୁରରୁ ପଶ୍ଚିମବଙ୍ଗ ଭାୟା ସମ୍ବଲପୁର। ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଗୋରୁ ବଜାରରୁ ଗୋରୁ ଚାଲାଣ ହେଉଛି ପଶ୍ଚିମବଙ୍ଗକୁ। ଆଶ୍ଚର୍ଯ୍ୟର କଥା ଗୋରୁ ଚାଲାଣର ଯିଏ ମାଷ୍ଟରମାଇଣ୍ଡ, ତା ନାଁରେ ହିଁ ରହିଛି ଗୋରୁ ବଜାରର ଲିଜ୍। ଅର୍ଥାତ ବିଲେଇ ଜଗିଛି ମାଛ ବଜାର ।

ଗୋରୁ ଚାଲାଣ ବେଳେ ଯାହାକୁ ବାନ୍ଧିଛି ସମ୍ବଲପୁର ପୋଲିସ ସେ ହେଲେ ରାମପୁର ୪ ନମ୍ବର ୱାର୍ଡର ନରେନ୍ଦ୍ର ମେହେର। ନରେନ୍ଦ୍ର ସହ ପ୍ରସନ୍ନ ସାହୁ, ପରମେଶ୍ବର ଲୁହା, ନନ୍ଦ କୁମାର ଚୌଧୁରୀ ଓ ଦୟାନଧି ଲୁହାଙ୍କୁ ମଧ୍ୟ ଗିରଫ୍ କରିଛି ପୋଲିସ। ଏମାନେ ସମସ୍ତେ ରାମପୁର ଅଞ୍ଚଳର ହୋଇଥିବା ବେଳେ ପ୍ରସନ୍ନ ଓ ପରମେଶ୍ବରଙ୍କ ନାଁରେ ପୂର୍ବରୁ ମଧ୍ୟ ରହିଛି ମାମଲା।

ଗୋରୁ ଚାଲାଣର ମୁଖ୍ୟ ଅଭିଯୁକ୍ତ ନରେନ୍ଦ୍ରରଙ୍କ ସହ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପୁତୁରା ତଥା ବିଜେଡି ନେତା ଉମେଶ ପୂଜାରୀଙ୍କ ସହ ରହିଛି ଉତ୍ତମ ସମ୍ପର୍କ। ଯାହାକି ଭାଇରାଲ ହୋଇଥିବା ଏକ ଫଟୋରୁ ସ୍ପଷ୍ଟ ବାରି ହେଉଛି । ଅର୍ଥାତ ଉମେଶଙ୍କ ଖାସମ୍ ଖାସ୍ ହେଉଛନ୍ତି ଗୋ ମାଫିଆ ନରେନ୍ଦ୍ର।

କେବଳ କଣ ଏତିକି, ଯେଉଁ ଗୋରୁ ମାର୍କେଟରୁ ଗୋରୁ ଚାଲାଣ ହେଉଥିଲା ତାକୁ ଲାଗି ରହିଛି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଅଫିସ୍। ସ୍ଥାନୀୟ ଲୋକଙ୍କ ସନ୍ଦେହ ହେଲା, ଗୋରୁ ଚାଲାଣରେ ନରେନ୍ଦ୍ରକୁ ବ୍ୟବହାର କରି ବଡ଼ବଡ଼ ଲୋକ ଚଳାଇଥିଲେ କାରବାର।

ନରେନ୍ଦ୍ରକୁ ଗୋରୁ ବଜାରର ଟେଣ୍ଡର ଦେବାକୁ ଟେଣ୍ଡରରେ ବି କରାଯାଇଛି ହେରଫେର୍। ଯାହାକି ରାମପୁର ପଞ୍ଚାୟତ ତରଫରୁ ହୋଇଥିବା ବିଡ୍ କପିରୁ ସ୍ପଷ୍ଟ ଜଣାପଡ଼େ । ୨୦୨୩ରେ କେବଳ ଦୁଇ ଜଣ ହିଁ ବିଡିଂ କରିଛନ୍ତି । ନରେନ୍ଦ୍ର ମେହେରଙ୍କ ସହ ଯିଏ ବିଡ଼ିଂ କରିଛି ସିଏ ବି ନରେନ୍ଦ୍ରଙ୍କ ଘନିଷ୍ଟ ବନ୍ଧୁ। ସେହିପରି ୨୦୨୪ରେ ମଧ୍ୟ ସମାନ ଫର୍ମୁଲା ଆପଣାଯାଇଥିଲା।

ସେଥର ମଧ୍ୟ କେବଳ ୨ ଜଣ ବିଡିଂ କରିଥିଲେ। ଆଉ ନରେନ୍ଦ୍ରଙ୍କ ବ୍ୟତୀତ ଯିଏ ବିଡିଂ କରିଥିଲା ସିଏ ମଧ୍ୟ ବିଜେଡି ନେତା ଉମେଶଙ୍କ ଖାସ୍ ବନ୍ଧୁ। ଅର୍ଥାତ ଟେଣ୍ଡର ତ ବାହାନା ଥିଲା, ନରେନ୍ଦ୍ରଙ୍କୁ ଗୋରୁ ବଜାର ଦେବା ମୁଖ୍ୟ ଯୋଜନା ଥିଲା। ତେବେ ଏଠି ପ୍ରଶ୍ନ କଣ ୨ ବର୍ଷ ହେଲା ଚାଲିଛି ଗୋରୁ ଚାଲାଣ ? ପ୍ରତି ମଙ୍ଗଳବାର ବସୁଥିବା ସାପ୍ତାହିକ ବଜାରରେ ପ୍ରାୟ ୨ରୁ ୪ ହଜାର ଗୋରୁ ଆସନ୍ତି। ତେବେ ୨ ବର୍ଷରେ କେତେ ଗୋରୁ ଚାଲାଣ ହୋଇଥିବେ ହିସାବ କରନ୍ତୁ। ଏପଟେ ନିଜେ ଏସପି ବି କହିଛନ୍ତି ରାମପୁର ବଜାରରୁ ଚାଲାଣ ହେଉଛି ଗୋରୁ।

ଗତ ୧୧ ତାରିଖରେ ମଧ୍ୟ ରାମପୁର ଅଞ୍ଚଳରେ ଏକ ଗୋରୁ ବୋଝେଇ ପିକଅପ୍ ଧରା ପଡ଼ିଥିଲା। ୩ ଜଣ ଗିରଫ ମଧ୍ୟ ହୋଇଥିଲେ। ପରେ ୪୧ରେ ବେଲ୍ ଦେଇ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଗୋ ସୁରକ୍ଷା ନେଇ କଠୋର ଆଇନ ନଥିବାରୁ ଗୋରୁ ଚାଲାଣ ବନ୍ଧ ହେଉନଥିବା ଆଶଙ୍କା। ଏପଟେ ବିଜେଡି ନେତାଙ୍କ ସମ୍ପୃକ୍ତି ନେଇ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
New route for cow trafficking from western Odisha to West Bengal! BJD leader linked to mafia | Argus News