New Rules / ଆଜିଠୁ ବଦଳୁଛି ନିୟମ...ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ

Key Points
ଆଜିଠାରୁ ବଦଳିବ ଏକାଧିକ ନିୟମ
ପକେଟ ଉପରେ ପଡ଼ିପାରେ ପ୍ରଭାବ
କ୍ୟାଲେଣ୍ଡରର ପୃଷ୍ଠା ଓଲଟିବା ସହିତ ବଦଳିଯାଏ ଜୀବନର ଅନେକ ନିୟମ । ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ମେ’ ମାସ । କିନ୍ତୁ ଏହି ନୂଆ ମାସ ନିଜ ସହିତ ନୂଆ ଆଶା ନୁହେଁ, ବରଂ କିଛି ନୂଆ ଆର୍ଥିକ ନିୟମ ନେଇ ଆସୁଛି । ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କିମ୍ବା ଘରର ରୋଷେଇ ଗ୍ୟାସ୍କୁ ନେଇ ଚିନ୍ତିତ, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ । ଆପଣ କିମ୍ବା ଆପଣଙ୍କ ପିଲା ଅନଲାଇନ୍ ଗେମ୍ ଖେଳୁଥିଲେ ମଧ୍ୟ ସାବଧାନ !
ଆଜି ମେ' ମାସର ପ୍ରଥମ ଦିନ । ଆଜିଠାରୁ ଦେଶରେ ଏକାଧିକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ବିଶେଷ କରି ରୋଷେଇ ଗ୍ୟାସଠାରୁ ଆରମ୍ଭ କରି କ୍ରେଡିଟ୍ କାର୍ଡ ଯାଏଁ ପରିବର୍ତ୍ତନ ହେବାକୁ ଥିବା ଏହି ନିୟମ ଗୁଡ଼ିକ ସାଧାରଣ ଲୋକ ଓ ମଧ୍ୟବିତ୍ତ ପରିବାରଙ୍କ ପକେଟକୁ ପ୍ରଭାବିତ କରିବା ସମ୍ଭାବନା ରହିଛି । ନଜର ପକାନ୍ତୁ ଆଜିଠାରୁ ବଦଳୁଥିବା ୫ଟି ବଡ଼ ନିୟମ ଉପରେ ।
୧. କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ
ଯଦି ଆପଣ କ୍ରେଡିଟ୍ କାର୍ଡଧାରୀ, ତେବେ ସାବଧାନ ! ଅନେକ ବଡ଼ ବ୍ୟାଙ୍କ ନିଜର ରିୱାର୍ଡ ପଏଣ୍ଟ ଓ ବିଲିଂ ସାଇକେଲରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।
SBI କରିଛି ପରିବର୍ତ୍ତନ
ଲେଟ୍ ପେମେଣ୍ଟରୁ ଆରମ୍ଭ କରି ଆନୁଆଲ ଫିସ୍ ଯାଏଁ ମହଙ୍ଗା କରୁଛି SBI
୧୦୦ରୁ ଅଧିକ ୫୦୦ରୁ କମ୍ ଟଙ୍କାର ଲେଟ୍ ପେମେଣ୍ଟ ଚାର୍ଜ ୧୦୦ ଟଙ୍କାକୁ ବୃଦ୍ଧି
ସେହିପରି ୫୦୦ରୁ ଅଧିକ ୧୦୦୦ରୁ କମ୍ ଟଙ୍କାର LPC ହେବ ୫୦୦ ଟଙ୍କା
BPCL SBI Credit Cardରେ ୫୦ ହଜାର ଖର୍ଚ୍ଚ କଲେ ବର୍ଷକୁ ମିଳୁଥିଲା ୪୯୯ ଟଙ୍କା
ଆଜିଠାରୁ ଏହାକୁ ବୃଦ୍ଧି କରି ୧ ଲକ୍ଷ ଟଙ୍କା କରି ଦିଆଯାଇଛି
ରେଣ୍ଟ ପେମେଣ୍ଟ ଉପରେ ଲାଗୁ ହେଉଥିବା ଅତିରିକ୍ତ ଚାର୍ଜ ମଧ୍ୟ ବୃଦ୍ଧି ହୋଇପାରେ
୨. ଏଟିଏମ୍ ଓ ବ୍ୟାଙ୍କିଙ୍ଗ୍ ଚାର୍ଜ ମହଙ୍ଗା
ଆଜିଠଆରୁ ବ୍ୟାଙ୍କିଙ୍ଗ୍ ସେବା ପୂର୍ବ ଅପେକ୍ଷା ଟିକେ ମହଙ୍ଗା ହେବାର ସମ୍ଭାବନା ରହିଛି । ସେଭିଂ ଆକାଉଣ୍ଟରେ ରହୁଥିବା ମିନିମମ ବ୍ୟାଲାନ୍ସ ଓ ଏଟିଏମ୍ ଟ୍ରାଞ୍ଜାକସନ୍ ଲିମିଟ୍କୁ ନେଇ କିଛି ଘରୋଇ ବ୍ୟାଙ୍କ ନିଜର ଚାର୍ଜ ବୃଦ୍ଧି କରିପାରନ୍ତି । ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ଡିମାଟ୍ ଆକାଉଣ୍ଟଧାରୀଙ୍କ ପାଇଁ କେୱାଇସି (KYC) ଅପଡେଟ୍ କରିବା ବାଧ୍ୟତାମୂଳକ ହୋଇଛି । ଏହା ନକଲେ ଆପଣଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇପାରେ ।
ଏଥିସହ ପଢ଼ନ୍ତୁ: PF ଟଙ୍କା ସହଜରେ ପାଇବାକୁ ମାନନ୍ତୁ ଏହି ୭ ନିୟମ
୩. ବଦଳିବ LPG ସିଲିଣ୍ଡର ନିୟମ
ଇରାନ- ଆମେରିକା ଯୁଦ୍ଧ କାରଣରୁ ତୈଳ ସଂକଟ ପରେ ରୋଷେଇ ଗ୍ୟାସ ଯୋଗାଣକୁ ନିୟନ୍ତ୍ରିତ କରିବା ପାଇଁ କେନ୍ଦ୍ର ସରକାର ଲକଇନ୍ ପିରିୟଡକୁ ବୃଦ୍ଧି କରିଥିଲେ । ସହରାଞ୍ଚଳରେ ଗୋଟିଏ ଘରୋଇ LPG ସିଲିଣ୍ଡର ବୁକ୍ କରିବାର ୨୫ ଦିନ ପରେ ଦ୍ବିତୀୟ ସିଲିଣ୍ଡର ବୁକ କରିବା ପାଇଁ ନିୟମ ରହିଥିଲା । ସେହିପରି ଗ୍ରାମାଞ୍ଚଳରେ ଏହି ଅବଧି ୪୫ ଦିନ ରଖାଯାଇଥିଲା । ତୈଳ କମ୍ପାନିଗୁଡ଼ିକ ଏହାକୁ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରୁଛନ୍ତି । ଏଥିସହ OTP ବେସ୍ଡ ଡେଳିଭରୀ ସିଷ୍ଟମକୁ ସ୍ଥାୟୀ ଭାବେ ଲାଗୁ କରାଯାଇପାରେ ।
୪. ଯାନବାହନ ଦରରେ ପରିବର୍ତ୍ତନ
କେତେକ ଅଟୋମୋବାଇଲ୍ କମ୍ପାନୀ ମେ’ ମାସରୁ ନିଜର କିଛି ମଡେଲ୍ ଗାଡ଼ିର ଦାମ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏଣୁ ଆଜିଠାରୁ କାର୍ କିମ୍ବା ବାଇକ୍ କିଣିବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ ।
୫. ବଦଳୁଛି ଅନଲାଇନ୍ ଗେମିଂ ନିୟମ
ଯଦି ଆପଣ କିମ୍ବା ଆପଣଙ୍କ ପିଲା ଅନଲାଇନ୍ ଗେମ୍ ଖେଳୁଛନ୍ତି, ତେବେ ସାବଧାନ ! ଆଜିଠାରୁ ଅନଲାଇନ୍ ଗେମିଂର ସମଗ୍ର ଚିତ୍ର ବଦଳିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ‘ଅନଲାଇନ୍ ଗେମିଂ ନିୟମାବଳୀ ୨୦୨୬’ ଅଧୀନରେ ଏଣିକି ଗେମିଂ କମ୍ପାନୀଙ୍କ ଉପରେ ରହିବ ସରକାରଙ୍କ ନଜର । ମନଇଚ୍ଛା ଗେମ୍ ଚଲାଇବା ଏବେ ପଡ଼ିବ ମହଙ୍ଗା। ଏଥିପାଇଁ ଗଠନ ହେବ ଅନଲାଇନ୍ ଗେମିଂ ଅଥରିଟି ଅଫ୍ ଇଣ୍ଡିଆ- OGAI । ଏଣିକି ପ୍ରତିଟି ମୋବାଇଲ୍ ଏବଂ କମ୍ପ୍ୟୁଟର ଗେମ୍ ଉପରେ ରହିବ ଏହି ସଂସ୍ଥାର ସେନ୍ସର ।
ତିନିଟି ଶ୍ରେଣୀରେ ବଣ୍ଟା ଯାଇଛି ସମସ୍ତ ଗେମ୍
୧. ଅନଲାଇନ୍ ମନି ଗେମ୍ ଅର୍ଥାତ ଟଙ୍କା ଲଗାଉଥିବା ଗେମ୍
୨. ଅନଲାଇନ୍ ସୋସିଆଲ୍ ଗେମ୍ସ
୩. ଇ-ସ୍ପୋର୍ଟସ୍
ଯେଉଁ ପ୍ଲାଟଫର୍ମରେ ଅର୍ଥ କାରବାର ହେଉଛି ବା ଟଙ୍କା ଲଗାଇ ଗେମ୍ ଖେଳାଯାଉଛି, ସେମାନଙ୍କୁ ସରକାରଙ୍କ ପାଖରେ ପଞ୍ଜିକରଣ କରିବାକୁ ହେବ । ବିନା ପଞ୍ଜିକରଣରେ ଏଭଳି ଗେମ୍ ଚଲାଇବା ବେଆଇନ ଘୋଷିତ ହେବ। ଗେମିଂ ଆପ୍ ମାଧ୍ୟମରେ ହେଉଥିବା ଟଙ୍କା ଦେଣନେଣ ଉପରେ ସରକାର ତୀକ୍ଷ୍ଣ ନଜର ରଖିବେ । ଏହାଦ୍ୱାରା ଅନଲାଇନ୍ ଠକେଇ ଓ ବେଆଇନ ଅର୍ଥ କାରବାରକୁ ରୋକାଯାଇପାରିବ ।
📱 Get Argus News App
✨Related Topics
Explore more stories