ନବ ଦାସ ହତ୍ୟା ମାମଲା: ଦୀପାଳି ଓ ବିଶାଳଙ୍କୁ ନୋଟିସ

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା। ପୁଣି କ୍ରାଇମବ୍ରାଞ୍ଚର ତନାଘନା । ପୁଅ ବିଶାଳ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ । ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ରହିଛି ନିର୍ଦ୍ଦେଶ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ କିଛି ଆପତ୍ତି ଥିଲେ ଜଣାଇ ପାରିବେ । ହତ୍ୟାକାଣ୍ଡ ସମ୍ପର୍କରେ କିଛି ନୂଆ ତଥ୍ୟ ଥିଲେ ଜଣାଇ ପାରିବେ। ପୂର୍ବରୁ ଗଣମାଧ୍ୟମ ଆଗରେ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିଲେ ଦୀପାଳି । ଉଭୟଙ୍କ ବୟାନ ମାମଲାକୁ ଦେଇପାରେ ନୂଆମୋଡ଼ ।
ଏବେବି ନବ ଦାସ ହତ୍ୟା ମାମଲାର ତଦନ୍ତ ଓପନ୍ ଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର । ପୂର୍ବରୁ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ ଦୀପାଳି । ପରିବାର ସହ ଆଲୋଚନା କରି ଏଥିପାଇଁ ଲିଖିତ ଭାବେ ଦେବାକୁ ବି ଦୀପାଳି କହିଥିଲେ ।
📱 Get Argus News App
✨୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କର ମୃତ୍ୟୁ ଘଟିଥିଲା।
ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ ଆଉଟପୋଷ୍ଟରେ ଏଏସ୍ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲା। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଗୋପାଳ ଏବେ ଜେଲରେ ଅଛି। ଏବଂ ମାମଲା ଏବେ ନ୍ୟାୟାଳୟରେ ବିଚାରାଧୀନ ଅଛି।