Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନେ ଦୁଇ ଦିନ ଭିତରେ ଘୋଷଣା ହେବ ରାଜ୍ୟ ବିଜେପିର ନୂଆ ଟିମ୍

Smruti Parija
Browse all articles by Smruti Parija
·11 months ago·2 min read
ଦିନେ ଦୁଇ ଦିନ ଭିତରେ ଘୋଷଣା ହେବ ରାଜ୍ୟ ବିଜେପିର ନୂଆ ଟିମ୍

Key Points

ଖୁବ୍ ଶୀଘ୍ର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ସଂସଦୀୟ ବୋର୍ଡ ନେବ ଚୂଡ଼ାନ୍ତ ନିଷ୍ପତ୍ତି
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା
ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତାକୁ ଦିଆଯିବ ପ୍ରାଧାନ୍ୟ
ଦିନେ ଦୁଇ ଦିନ ଭିତରେ ଘୋଷଣା ହେବ ରାଜ୍ୟ ବିଜେପିର ନୂଆ ଟିମ୍
ପ୍ରଥମେ ସଂଗଠନ, ବୋର୍ଡ, ନିଗମ ପରେ ହେବ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ

ଗଠନ ହେବ ରାଜ୍ୟ ବିଜେପିର ନୂଆ ଟିମ୍ । ଦଳୀୟ ସଂଗଠନରୁ ନେଇ ବୋର୍ଡ ନିଗମରେ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ। ମନ୍ତ୍ରିମଣ୍ଡଳର ବି ସମ୍ପ୍ରସାରଣ ହେବ। ଏଥିପାଇଁ ବେଶ୍ କିଛି ହେବ ଚାଲିଥିବା ଚର୍ଚ୍ଚା ଆଲୋଚନା ବାବଦରେ ଆଜି ସ୍ପଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି, ସବୁ ପାଇଁ ପ୍ରକ୍ରିୟା ଚାଲିଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ କାମ। ଏ ନେଇ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତା ଆଧାରରେ ଲୋକଙ୍କୁ ସୁଯୋଗ ମିଳିବ। ବଡ଼ କଥା ହେଲା ଦିନେ ଦୁଇ ଦିନ ଭିତରେ ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା ହେବ। ଦଳୀୟ ସମ୍ବିଧାନ ଅନୁସାରେ ଏଥିରେ 25 ପ୍ରତିଶତ ନୂଆ ଚେହେରାଙ୍କୁ ସୁଯୋଗ ମିଳିବ । ପ୍ରଥମେ ସଂଗଠନ, ବୋର୍ଡ ନିଗମ ପରେ ହେବ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ।


ରାଜ୍ୟ କମିଟି, ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ଗଠନ କାମ ସାରିବା ନେଇ ଦିଲ୍ଲୀରେ ରାଜ୍ୟର ଦଳୀୟ ସାଂସଦ, ସଭାପତି ଓ ପ୍ରଭାରୀଙ୍କ ଉପସ୍ଥିତିରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଚର୍ଚ୍ଚା ହେଇଛି । ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି। ଠିକ୍ ସମୟରେ ସବୁ ନିଷ୍ପତ୍ତି ନିଆଯିବ । ମନ୍ତ୍ରୀ ମଣ୍ଡଳ 6 ପଦବୀ ପୂରଣ, ବୋର୍ଡ ଓ ନିଗମ ନିଯୁକ୍ତି ଖୁବ୍ ଶୀଘ୍ର ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିଛି ରାଜ୍ୟର କେତେକ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ସେମାନେ କହିଛନ୍ତି ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଯାହା ପାର୍ଟିର ନେତୃତ୍ୱ ସ୍ଥିର କରିବେ ସେହି ଅନୁସାରେ କାମ ହେବ।



Sponsored
new-state-bjp-team-to-be-announced-in-a-day-or-two | Argus News