Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବଦାସ ହତ୍ୟା ମାମଲାରେ ନୂଆ ମୋଡ: ମୁଖ୍ୟମନ୍ତ୍ରୀଙ୍କୁ E-MAIL

Rashmita Mishra
Browse all articles by Rashmita Mishra
·1 year ago·2 min read
ନବଦାସ ହତ୍ୟା ମାମଲାରେ ନୂଆ ମୋଡ: ମୁଖ୍ୟମନ୍ତ୍ରୀଙ୍କୁ  E-MAIL

ରାଜ୍ୟର ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ନେଲା ନୂଆ ମୋଡ଼ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି ସ୍ୱର୍ଗତ ନବ ଦାସଙ୍କ ପରିବାର । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇ-ମେଲ କରିଛନ୍ତି ନବ ଦାସଙ୍କ ପତ୍ନୀ । ପୂର୍ବରୁ ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ କହିଥିଲେ । ପ୍ରାୟ ୨ ମାସ ତଳେ ନବ ଦାସଙ୍କ ପୁଅ ଓ ଝିଅ ସିବିଆଇ ତଦନ୍ତ ଚାହୁଁଥିବା ଗଣମାଧ୍ୟମରେ କହିଥିଲେ।

ଏବେ ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ ଲିଖିତ ଆବେଦନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ୧୧ ତାରିଖରେ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିବା ଖବର ମିଳିଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିବାରୁ ଶ୍ରୀମତି ଦାସ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି ।

ମାମଲାର ବିବରଣୀ ଅନୁସାରେ, ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହି ହତ୍ୟା ଘଟଣାକୁ ୨ ବର୍ଷ ପୂରିଥିବାବେଳେ ଅଦ୍ୟାବଧି ତଦନ୍ତର କୌଣସି ଅଗ୍ରଗତି ହେଉନାହିଁ। ତେଣୁ ଆବେଦନକାରୀ ପିନାକ ପାଣି ମହାନ୍ତି ମାମଲାର ସିବିଆଇ ତଦନ୍ତ ଦାବିରେ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନବ ଦାସ ହତ୍ୟା ଘଟଣା ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ନିମନ୍ତେ ଆଦେଶ ଦେଇଥିଲେ।

ସେପଟେ ମାମଲାର କ୍ରାଇମବ୍ରାଞ୍ଚର ତଦନ୍ତ ସନ୍ଦେହ ପରିସରରୁ ମୁକୁଳି ପାରୁନାହିଁ । ବର୍ତ୍ତମାନର ଶାସକ ଦଳ ନେତାମାନେ ମଧ୍ୟ ସେ ସମୟରେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ଯାହାକୁ କେନ୍ଦ୍ର କରି ତଦନ୍ତକୁ ନେଇ କୌଣସି ଆପତ୍ତି ଥିଲେ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେବାକୁ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ ହୋଇଥିଲା । ହେଲେ ସେମାନେ ହାଜର ନ ହୋଇ ସମୟ ମାଗିଥିଲେ । ଏପରିକି ସିବିଆଇ ତଦନ୍ତ ଦାବି ଚାହୁଁଥିବା ଦୀପାଳି ଓ ବିଶାଳ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ହେଲେ ଆବେଦନ ପାଇଁ ବିଳମ୍ୱ ହେବାରୁ ବିଭିନ୍ନ ମହଲରେ ସମାଲୋଚନା ହେଉଛି । ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇମେଲ ଓ ଚିଠି ଯୋଗେ ସମୟ ମାଗିବା ପରେ ନବ ଦାସ ହତ୍ୟା ମାମଲା ପୁଣି ଚର୍ଚ୍ଚାକୁ ଫେରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
new-twist-in-nabdas-murder-case-e-mail-to-chief-minister | Argus News