Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୂଆ ଭାରିଆଣ୍ଟ JN-1 ଅନେକ ଲୋକଙ୍କୁ କରୁଛି ସଂକ୍ରମିତ

Odisha

ନୂଆ ଭାରିଆଣ୍ଟ JN-1 ଅନେକ ଲୋକଙ୍କୁ କରୁଛି ସଂକ୍ରମିତ

Ritu Das
Browse all articles by Ritu Das
·1 year ago·2 min read
ନୂଆ ଭାରିଆଣ୍ଟ JN-1 ଅନେକ ଲୋକଙ୍କୁ କରୁଛି ସଂକ୍ରମିତ

Key Points

ତିନି ବର୍ଷ ପରେ କଡ଼ ଲେଉଟାଇଛି କୋରନା
କୋଭିଡର ତିକ୍ତ ଅନୁଭୂତି ଭିତରେ ପୁଣି ଘାରିଲା ଭୂତାଣୁ ଭୟ
ନୂଆ ଭାରିଆଣ୍ଟ JN-1 ଅନେକ ଲୋକଙ୍କୁ କରୁଛି ସଂକ୍ରମିତ
ଭୁବନେଶ୍ୱରରୁ ପ୍ରଥମ କୋରନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢ଼ିଲା ଚିନ୍ତା
ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ସ୍ଥିତିର ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ

ପୁଣି ଡରାଇଲାଣି କରୋନା। ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ବି ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେ ଏବେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ବହୁ ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ବୈଠକ ପରେ ବ୍ୟସ୍ତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍ କହିଚନ୍ତି ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣକୁ ନେଇ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଓଡ଼ିଶାରେ ସ୍ଥିତି ପୂରା ନିୟନ୍ତ୍ରଣାଧୀନ ଅଛି । ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ରହିଛି। ସେପଟେ ସିଙ୍ଗାପୁର, ଥାଇଲାଣ୍ଡ ଓ ହଙ୍ଗକଙ୍ଗରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନଜରକୁ ଆସିଛି ।


ଏପରିକି ଦେଶରେ ବି ମୁମ୍ବାଇ, କେରଳ ଓ ତାମିଲନାଡୁରେ ବି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଭାରତରେ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ମେ ୧୨ ତାରିଖ ପରଠାରୁ କେରଳରେ ସର୍ବାଧିକ ୬୯ ଜଣ ମାମଲା ରିପୋର୍ଟ ହୋଇଛି।। ଏହା ସହିତ ମହାରାଷ୍ଟ୍ରରୁ ୪୪, ତାମିଲନାଡୁରୁ ୩୪, କର୍ଣ୍ଣାଟକରୁ ୮, ଗୁଜରାଟରୁ ୬, ଦିଲ୍ଲୀରୁ ୩, ହରିୟାଣା, ରାଜସ୍ଥାନ ଏବଂ ସିକିମରୁ ଗୋଟିଏ ଲେଖାଏ ମାମଲା ଚିହ୍ନଟ ହୋଇଛି । ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟ ମଧ୍ୟ ହୋଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେଉଁ ମାନେ ବହୁବିଧ ରୋଗରେ ପିଡିତ ଅଛନ୍ତି ସତର୍କ ରୁହନ୍ତୁ । ମାସ୍କ ପିନ୍ଧନ୍ତୁ, ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନୂଆ ଭାରିଆଣ୍ଟରେ ରୋଗୀଙ୍କ ନିକଟରେ ସାଧାରଣ ଲକ୍ଷଣ ଦେଖାଦେଉଛି । କରୋନାର ପ୍ରଜାତି ଜେଏନ୍‌ ଡଟ୍‌ ୱାନ୍‌ର ଦୁଇଟି ପ୍ରଜାତି ଏଲ୍‌ ଏଫ୍‌ -୭ ଓ ଏନ୍‌ବି -୧.୮ରେ ଆକ୍ରାନ୍ତ ହେଉଛନ୍ତି ଲୋକେ। ଏହା ଅଧିକ ସଂକ୍ରାମକ ଓ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କମ କରୁଛି । ଏଲ୍‌ଏଫ୍‌ ଡଟ୍‌ ସେଭେନ୍‌ ଓମିକ୍ରନ୍‌ର ଏକ ଉପପ୍ରଜାତି । ନୂଆ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି ଯାହା ପୂର୍ବରୁ ଦେଖିବାକୁ ମିଳୁଥିଲା। ଥଣ୍ଡା ଥକାପଣ ପରି ଲକ୍ଷଣ ପ୍ରକାଶ ପାଉଛି । ସେହିପରି ଏନ୍‌ବି ୱାନ୍‌ ଉପପ୍ରଜାତି ଆମେରିକା, ୟୁରୋପ, ଏସିଆ ଦେଶରେ ଅଧିକ ପ୍ରଭାବ ବିସ୍ତାର କରୁଥିବା ଦେଖା ଯାଉଛି।

Sponsored
new-variant-jn-1-is-infecting-many-people | Argus News