Videos
|
Odisha

ହିନ୍ଦୁ ରୀତିନୀତିରେ ଚାଲିଛି ଇଂରାଜୀ ନୂଆବର୍ଷ ପାଳନ

Smruti Parija
Browse all articles by Smruti Parija
·2 years ago·2 min read
ହିନ୍ଦୁ ରୀତିନୀତିରେ ଚାଲିଛି ଇଂରାଜୀ ନୂଆବର୍ଷ ପାଳନ

ଅର୍ଗସ ବ୍ୟୁରୋ: ଶ୍ରୀକ୍ଷେତ୍ର ହେଉକି ତୁଳସୀ କ୍ଷେତ୍ର । ଅର୍କକ୍ଷେତ୍ର ହଉ କି ଦ୍ବିତୀୟ ଶ୍ରୀକ୍ଷେତ୍ର ଅଥବା ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠ । ସବୁଠି ବଡ଼ି ଭୋରରୁ ଲାଗିଥିଲା ଭକ୍ତଙ୍କ ଗହଳି । ଲାଗୁଥିଲା ଯେପରି କୌଣସି ଭାରତୀୟ ପର୍ବ ପାଳନ ପାଇଁ ଶ୍ରଦ୍ଧାଳୁଙ୍କର ଏହି ଭିଡ଼ । ପ୍ରକୃତରେ ସମୟର ଧାରାରେ ଖ୍ରୀଷ୍ଟୀୟ ନବବର୍ଷର ହୋଇସାରିଛି ସନାତନୀ କରଣ । ଏହାହିଁତ ସନାତନ ଧର୍ମର ମହାନତା ଏ ସ୍ବତନ୍ତ୍ରତା। ଭିନ୍ନ ମତ ଓ ପନ୍ଥକୁ ନିଜ ନିଜ ଭିତରେ ସମାହିତ କରିବାର ଅସୀମ ଶକ୍ତି କେବଳ ହିଁ କେବଳ ସନାତନ ଧର୍ମ ପାଖରେ ରହିଛି। ଭାରତୀୟମାନେ ଖ୍ରୀଷ୍ଟିୟ ନୂଆବର୍ଷ ପାଳୁଛନ୍ତି ସତ କିନ୍ତୁ ଭାରତୀୟ ତଥା ହିନ୍ଦୁ ରିତିନୀତି ଓ ପରମ୍ପରାରେ। 

ଶ୍ରୀମନ୍ଦିରରେ ରାତି 12.42ରୁ ଭକ୍ତଙ୍କ ପାଇଁ ସିଂହଦ୍ବାର ଖୋଲି ଦିଆଯାଇଥିଲା। ଇଂରାଜୀ ନୂଆବର୍ଷ ଅବସରରେ  ପ୍ରାୟ ଅଢେଇ ଲକ୍ଷ ଭକ୍ତ ଆଜି ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ କରିଛନ୍ତି। ସପରିବାର ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଓଡିଶାବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ରାଜ୍ୟପାଳ।  

ଡିସେମ୍ବର 31 ରାତିରେ ଶ୍ରୀମନ୍ଦିରରେ ପହଡ଼ ନୀତି ବନ୍ଦ କରି ଦର୍ଶନ ଜାରି ରଖିବାକୁ ଯେଉଁ ଯୋଜନା କରିଥିଲା ସେଥିରୁ ଓହରି ଯାଇଥିଲା ଶ୍ରୀମନ୍ଦିର ପ୍ରଶାସନ। ସନାତନୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଥିଲେ ରାଜ୍ୟ ସରକାର। ରବିବାର ରାତି 9.35ରେ ମହାପ୍ରଭୁଙ୍କ ପହୁଡ ହୋଇଥିବା ବେଳେ ପୁର୍ନବାର ରାତି 12.42ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ବାର ଖୋଲିଦିଆଯାଇଥିଲା। ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ମାର୍କେଟଛକରୁ ବ୍ୟାରିକେଡ୍ ବ୍ୟବସ୍ଥା କରିଥିବା ବେଳେ ପ୍ରଶାସନର ଆକଳନଠୁ ଅଧିକ ଭକ୍ତ ଶ୍ରୀମନ୍ଦିର ଆସିଥିଲେ। ଭକ୍ତଙ୍କୁ ନିୟମନ୍ତ୍ରଣ କରିବା ଲାଗି ପୋଲିସ ଓ ପ୍ରାଶାସନ ନାକେଦମ୍ ହୋଇଯାଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜିଠାରୁ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ସେଡରେ ଭକ୍ତଙ୍କୁ ଛଡ଼ାଯାଇଥିଲା। ଏହା ଶ୍ରଦ୍ଧାଳୁଙ୍କାପଇଁ ଆଣିଦେଇଛି ନୂଆ ଅନୁଭୂତି। ତେବେ ଏହି ଶୀତତାପ ନିୟନ୍ତ୍ରୀତ ସେଡରେ ଏକ ବଡ଼ ଅଘଟଣ ଟଳିଯାଇଛି। ସର୍ଟସର୍କିଟ ଯୋଗୁଁ ଏସିରେ ନିଆଁ ଲାଗିଯାଇଥିଲା କିନ୍ତୁ ଯୁଦ୍ଧକାଳୀନ ଭିତ୍ତିରେ ନିଁଆକୁ ଆୟତ କରାଯାଇଥିଲା। ସେପଟେ ପୁରୀ ବେଳାଭୂମିରେ ଵର୍ଷର ପ୍ରଥମ ସୂର୍ଯ୍ୟଦୋୟ ଦେଖିବା ଲାଗି ମଧ୍ୟ ପ୍ରବଳ ଭିଡ଼ ଲାଗିଥିଲା। 

new-year-celebration-in-hindu-rituals | Argus News