Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

New Year Celebrations / ଇଂରାଜୀ ନବବର୍ଷ ପାଇଁ ସବୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

Rashmita Mishra
Browse all articles by Rashmita Mishra
·6 months ago·2 min read
ଇଂରାଜୀ ନବବର୍ଷ ପାଇଁ ସବୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼
New Year Celebrations

Key Points

ନୂଆବର୍ଷର ପ୍ରଥମ ଦିନରେ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ । 
ନୂଆ ସଙ୍କଳ୍ପ, ଅନେକ ଆଶା ନେଇ ବର୍ଷ ୨୦୨୬କୁ ସ୍ଵାଗତ । 
ଜଗା ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । 

ନୂଆ ବର୍ଷ, ନୂଆ ଆଶା... ବର୍ଷର ପ୍ରଥମ ଦିନରେ ଦେବ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଜନ ସମାଗମ । ନୂଆ ବର୍ଷରେ ଚାରିଆଡ଼େ ଭକ୍ତିମୟ ପରିବେଶ । ନୂଆ ବର୍ଷର ନୂଆ ସମୟକୁ ଶ୍ରଦ୍ଧାର ସହ ପାଳନ କରିଛନ୍ତି ଲୋକେ । ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳୀରେ ପ୍ରବଳ ଗହଳି ଦେଖିବାକୁ ମିଳିଛି।

ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ବଡ଼ି ଭୋରରୁ ଜଗା ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲମ୍ବା ଲାଇନ ଦେକିବାକୁ ମିଳିଥିଲା । ଠାକୁର ଦର୍ଶନ ସହ ନୂଆବର୍ଷ ଆରମ୍ଭ କରିବା ପାଇଁ ଓଡ଼ିଆ ଲୋକଙ୍କ ଭିତରେ ବେଶ ଆଗ୍ରହ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବାକୁ ବେଳାଭୂମିରେ ଲାଗିଥିଲା ଜମାଣିଆ ଭିଡ଼ । ପୁରୀ ଆସିଥିବା ପର୍ଯ୍ୟଟକ ବେଳାଭୂମି ସ୍ନାନର ଭରପୁର ମଜା ଉଠାଇ ନୂଆବର୍ଷକୁ କରିଛନ୍ତି ସ୍ୱାଗତ।

ନୂଆ ବର୍ଷର ପ୍ରଥମ ଦିନରେ ରାଜଧାନୀର ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ୨୦୨୬ର ପ୍ରଥମ ଦିନ ବାବା ଲିଙ୍ଗରାଜଙ୍କ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏଥିସହ ରାମ ମ୍ନଦିର ଓ ଇସ୍କନ ମନ୍ଦିରରେ ମଧ୍ୟ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

କଟକର ଅଧିଷ୍ଠାତ୍ରୀ ମା କଟକ ଚଣ୍ଡୀଙ୍କ ଦର୍ଶନ ପାଇଁ ଭିଡ଼ ଲାଗିଛି।ଭକ୍ତ ମାନେ ଧାଡି ରେ ଆସି ଶାନ୍ତି ଶୃଙ୍ଖଳା ସହ ମା ଙ୍କ ଦର୍ଶନ କରିଛନ୍ତି । ନୂଆ ବର୍ଷ ଭିଡ଼କୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଭୋର ୪ଟା ରୁ ପହଡ଼ ଖୋଲାଯାଇ ମଙ୍ଗଳା ଆଳତି କରାଯାଇଥିଲା।ପରେ ମା ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ।

ନୂଆଁବର୍ଷରେ ମାଁ ସମଲେଶ୍ୱରୀ ମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ । ବର୍ଷର ପ୍ରଥମ ଦିନରେ ସକାଳୁ ସକାଳୁ ମାଁ ଙ୍କୁ ଦର୍ଶନ ଆର୍ଶିବାଦ ଲାଭ ପାଇ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସକାଳୁ ମଙ୍ଗଳ ଆଳତୀ ପରେ ୬ ଟା ସମୟରେ ମନ୍ଦିର ଦ୍ବାର ଖୋଲା ଯାଇଥିଲା । ଶାନ୍ତିଶୃଙ୍ଖଳା ଭାବେ ମାଁ ଙ୍କୁ ଦର୍ଶନବ ପାରିବେ ସେନେଇ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l

ବାରିପଦାର ବିଭିନ୍ନ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଜଗନ୍ନାଥ ମନ୍ଦିର ସହ ଅଧିଷ୍ଠାତ୍ରୀ ଦେବୀ ମା ଅମ୍ବିକାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡି ଦେଖିବାକୁ ମିଳିଛି । ସପରିବାର ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର କାମନା କରି ମନ୍ଦିର ମାନଙ୍କରେ ଦୀପ ଦାନ , ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଛନ୍ତି ଶ୍ରଦ୍ଧାଳୁ ।

ଇଂରାଜୀ ନବବର୍ଷରେ ଚାରିଆଡ଼େ ଭାରତୀୟ ସଂସ୍କୃତିର ମହମହ ବାସ୍ନା । ସାଙ୍ଗ ସାଥିଙ୍କ ସହ ଭୋଜିଭାତ କରି ଲୋକେ ଜିରୋ ନାଇଟ ସେଲିବ୍ରେଟ କରୁଥିବା ବେଳେ ବର୍ଷର ପ୍ରଥମ ଦିନକୁ ଲୋକେ ଦେବ ଦର୍ଶନ କରି ସ୍ଵାଗତ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Year Celebrations | Huge Devotee Rush in Temples Across Odisha on English New Year | Argus News