Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

New Year / ନୂଆ ବର୍ଷ ପାଇଁ ଭୁବନେଶ୍ୱରରେ ୧୩ ପ୍ଲାଟୁନ୍‌‌, ପୁରୀରେ ୬୦ ପ୍ଲାଟୁନ୍‌‌ ପୁଲିସ ଫୋର୍ସ ମୁତୟନ

Rashmita Mishra
Browse all articles by Rashmita Mishra
·6 months ago·2 min read
ନୂଆ ବର୍ଷ ପାଇଁ ଭୁବନେଶ୍ୱରରେ ୧୩ ପ୍ଲାଟୁନ୍‌‌, ପୁରୀରେ ୬୦ ପ୍ଲାଟୁନ୍‌‌ ପୁଲିସ ଫୋର୍ସ ମୁତୟନ
New Year

Key Points

ନୂଆ ବର୍ଷରେ କଡାକଡି ସୁରକ୍ଷା ।
ନୂଆବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କଡା କଡି ହେବ ସୁରକ୍ଷା ବ୍ୟବସ୍ଥା ।
୧୫ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । 
ନୂଆବର୍ଷରେ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ।
୬୦ ପ୍ଲାଟୁନ୍‌‌ ପୁଲିସ ଫୋର୍ସ ମୁତୟନ କରାଯିବ।

ନୂଆବର୍ଷରେ ଜିରୋନାଇଟ ସେଲିବ୍ରେସନକୁ ନେଇ କମିସନରେଟ ପୋଲିସ ପକ୍ଷରୁ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ୧୫ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ । ସମସ୍ତ ଥାନା ଅଧିକାରୀ ମାନଙ୍କୁ ନିର୍ଦେଶ ସେମାନେ ନିଜ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ । ମଦ୍ୟପ ଗାଡି ଚାଳକ ମାନଙ୍କ ଉପରେ ନଜର ରହିବ ।

ସେପଟେ ସବୁ ବାର, ରେସଟୁରାଣ୍ଟ ମାଲିକ ମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି ସେମାନେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ । ଏନେଇ ନିର୍ଦେଶାବଳି କମିସନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି । ମହିଳା ମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି କମିସନରେଟ ପୋଲିସ । ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ନିର୍ଦେଶ ଦିଆଯାଇଛି ।

ଖାଲି ସତିକି ନୁହେଁ ନୂଆବର୍ଷରେ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବେ ଶ୍ରଦ୍ଧାଳୁ । ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ପୁରୀରେ କରାଯାଇଛି । ୬୦ ପ୍ଲାଟୁନ୍‌‌ ପୁଲିସ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ଵରେ ୧୦ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩୩ ଉପଆରକ୍ଷୀ ଅଧୀକ୍ଷକ, ୬୨ ଇନ୍ସପେକ୍ଟର ଏବଂ ୨୪୫ ସବ୍ ଇନ୍ସପେକ୍ଟର ରହିବେ ।

ନିଃଶୁଳ୍କ ଜୋତା ଓ ମୋବାଇଲ ଷ୍ଟାଣ୍ଡ୍‌ ସମେତ ଭ୍ରାମ୍ୟମାଣ ଶୌଚାଳୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପ୍ରଭୁଙ୍କ ଦର୍ଶନ ପରେ ଉତ୍ତରଦ୍ଵାର, ଦକ୍ଷିଣଦ୍ଵାର, ପଶ୍ଚିମଦ୍ଵାର ଦେଇ ପ୍ରସ୍ଥାନ କରିବେ।

୩ ରୁ ୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏଭଳି ବନ୍ଦୋବସ୍ତ କରାଯାଇଛି । କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଶୁକ୍ରବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଟ୍ରାଫିକ୍‌ ପରିଚାଳନା, ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯାଇଛି। ବଡ଼ଦାଣ୍ଡରେ ବଗଲା ଧର୍ମଶାଳାଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରାଯାଇଛି।

ଜାନୁଆରୀ ୧ରୁ ଅତ୍ୟଧିକ ଭିଡ଼ ଯୋଗୁଁ ଭକ୍ତଙ୍କୁ କିଛି କିଛି କରି ଛଡ଼ାଯିବ । ଦଳାଚକଟା ସ୍ଥିତି ଏଡ଼ାଇବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ବେଢ଼ା, ନାଟମଣ୍ଡପ ଓ ଜଗମୋହନରେ କୁଇକ୍ ରେସ୍ପନ୍ସ ଦଳ ମୁତୟନ କରାଯିବ । ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିବେ। ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ସିଂହଦ୍ଵାର ସମ୍ମୁଖରେ ରହିବେ । ମନ୍ଦିର ଚତୁଃପାର୍ଶ୍ଵରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Year | New Year Security: 13 Platoons Deployed in Bhubaneswar, 60 in Puri | Argus News