ନୂଆବର୍ଷରେ ଫୁଟିଲା ଗୁଳି, ବୁଲିଲା ଛୁରୀ: ୪ ଆହତ
·1 year ago·1 min read

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କାଳିଢାବା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଡୋମଣୀ ଓଡିଆରପି କଲୋନୀରେ ଗଣ୍ଡଗୋଳ ନେଇ ଫାଇରିଙ୍ଗ ସହ ଛୁରାମାଡ ଅଭିଯୋଗ ହୋଇଛି। ଗତକାଲି ନୂଆବର୍ଷ ଅବସରରେ କିଛି ଯୁବକ ଆସି ସେଠାରେ ଭୋଜିଭାତ କରିଥିଲେ ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପରେ ବ୍ଲାଙ୍କ ବନ୍ଧୁକ ଚାଳନା ସହ ଛୁରାମାଡ ହୋଇଥିଲା।
ଫଳରେ ଚାରି ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଯୁବକ ମାନେ ହେଲେ ଚନ୍ଦନ ନାହାକ, ମୋହନ ନାୟକ, ବସନ୍ତ କୁମାର ପଣ୍ଡା ଓ ଅଜୟ ବେହେରା ବୋଲି ଜଣାପଡିଛି। ଉକ୍ତ ଘଟଣାରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ଘଟଣା ପ୍ରେମ ବ୍ୟପାରକୁ ନେଇ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ରମ୍ଭା ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: