ମେଡିକାଲ୍ରୁ ପୁଣି ନବଜାତ ଶିଶୁ ଚୋରି
·1 year ago

ଅର୍ଗସ ବ୍ୟୁରୋ: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଗାଏବ! ନବଜାତ ଶିଶୁ ପୁତ୍ରକୁ ଚୋରି ଅଭିଯୋଗ ସାମ୍ନାକୁ ଆସିବା ପରେ ମେଡିକାଲରେ ତନାଘନା । ଜନ୍ମ ହେବାର କିଛି ସମୟ ପରେ ନବଜାତ ଶିଶୁକୁ କିଏ ଆଉ କେଉଁଆଡ଼େ ନେଲା ତାକୁ ନେଇ ତନାଖନା । ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ । ଆଜି ନବଜାତ ଶିଶୁ ଜନ୍ମ ହୋଇଥିଲା ହେଲେ କିଛି ସମୟ ପରେ ନବଜାତ ଶିଶୁ ଗାଏବ ନେଇ ମେଡିକାଲରେ ତନାଘନା ଚାଲିଛି । ଶିଶୁ ପୁତ୍ରକୁ କିଏ ଚୋରି କରି ନେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏ ନେଇ ମେଡିକାଲ କର୍ତ୍ତୃପକ୍ଷ CCTV ଯାଞ୍ଚ କରି କରିବା ସହ ତଦନ୍ତ ଜାରୀ ରଖିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: