|
logo
Live

Argus News - ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

Odisha

ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

Smruti Parija
Browse all articles by Smruti Parija
·2 years ago
ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଅଲୋଡ଼ା ହେଲା ଶିଶୁ କନ୍ୟା l ନାଳରୁ ଉଦ୍ଧାର ହେଲା ସଦ୍ୟ ଜନ୍ମିତ ଶିଶୁର ମୃତଦେହ । ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସମ୍ମୁଖରେ । ଆଜି(ଗୁରୁବାର) ସକାଳୁ ଥାନା ସମ୍ମୁଖରେ ଥିବା ଏକ ନାଳରେ ଗୋଟିଏ ନବଜାତ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରିଥିବାବେଳେ କିଏ ଓ କେଉଁ ପରିସ୍ଥିତିରେ ଏହି ଶିଶୁ କନ୍ୟାକୁ ନାଳରେ ଫିଙ୍ଗି ଚାଲି ଯାଇଛି ତାହା ଅସ୍ପଷ୍ଟ ରହିଛି । ତେବେ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଶ୍ଚର୍ଯ୍ୟ; ଆଜି ବି ଅଛି ଶିଶୁକନ୍ୟାକୁ ନେଇ ଏଭଳି ମାନସିକତା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର | Argus News