Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Newborn Rescued / ସକାଳୁ ଦୋକାନ ଖୋଲୁ ଖୋଲୁ ମିଳିଲା ବ୍ୟାଗ୍‌, ବାହାରିଲା ନବଜାତ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ସକାଳୁ ଦୋକାନ ଖୋଲୁ ଖୋଲୁ ମିଳିଲା ବ୍ୟାଗ୍‌, ବାହାରିଲା ନବଜାତ
Newborn Rescued

Key Points

ଏକ ବ୍ୟାଗ ଭିତରୁ ନବଜାତ ଉଦ୍ଧାର
ଆଜି ଭୋର ସକାଳୁ ଜଣେ ଟିଫିନ ଦୋକାନୀ ନିଜ ଦୋକାନ ଖୋଲିବା ସମୟରେ ବ୍ୟାଗ ଦେଖିଥିଲେ
ଇଏ କେମିତିକା ମାଆ ବା ପରିବାର ଲୋକେ। ନିଜ ଜନ୍ମକଲା ଛୁଆଛୁ ଛାଡି ଚାଲିଯାଇଛି। ''କି ଦୋଷ କରିଛି ଏ ମୁଁ...କାହିଁକି ମତେ ଏମିତି ଶୀତ କାକରରେ ଫିଙ୍ଗିଦେଇ ଚାଲିଗଲୁ ମାଆ। ମୋର ଦୋଷ କେଉଁଠି, ମତେ ଜନ୍ମ କରି କୋଳେଇ ନେବା ବଦଳରେ ଏମିତି ଫୋପାଡିଦେବା ତୋ ପାଇଁ ସହଜ ଥିଲା କି ମାଆ । ଏକଥା ମନେ ମନେ ଭାବୁଥିବା ସେହି ନବଜାତର।'' ବ୍ୟାଗ ଭିତରୁ ନବଜାତ ଉଦ୍ଧାର ହୋଇଛି । ସମ୍ବଲପୁର ସହରର ବଡବଜାର ଛକରେ ଏକ ବ୍ୟାଗ ଭିତରୁ ନବଜାତ ଉଦ୍ଧାର । ଆଜି ଭୋର ସକାଳୁ ଜଣେ ଟିଫିନ ଦୋକାନୀ ନିଜ ଦୋକାନ ଖୋଲିବା ସମୟରେ କ୍ୟାବିନ ଉପରେ ଏକ ବ୍ୟାଗ ଥିବା ଦେଖିବାକୁ ପାଇଥିଲେ। ଏହାପରେ ବ୍ୟାଗକୁ ଖୋଲି ଦେଖିବା ପରେ ସେଥିରୁ ଜଣେ ଶିଶୁ ଥିବା ଜାଣିବାକୁ ପାଇଥିଲେ । ପରେ ନବଜାତକୁ ଉଦ୍ଧାର କରିଥିଲେ ।

ଏହାପରେ ସ୍ଥାନୀୟ ଲୋକେ କ୍ଷେତରାଜପୁର ପୋଲିସକୁ ସୂଚନା ଦେଇଥିଲେ । ତେଵେ ନବଜାତକକୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ଅଧିକ ଥଣ୍ତା ହେଉଥୁବାରୁ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଗୁରୁତର ଅଛି । ଶିଶୁଟି କାହାର, କିଏ ଛାଡି ଚାଲିଯାଇଛି ତାହା ଜଣାପଡିନାହିଁ । ପୋଲିସ ଆଖପାଖ ଅଂଚଳ ସିସିଟିଭି ଯାଂଚ କରୁଛି । କିଏ ଆଣି ଶିଶୁଟିକୁ ଏଠାରେ ଛାଡି ଚାଲିଯାଇଛି ବୋଲି ସମସ୍ତେ କହୁଥିବାବେଳେ ଶିଶୁଟିର ସୁରକ୍ଷା ପ୍ରତି ଉଠୁଛି ପ୍ରଶ୍ନ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତ୍ତାମାନେ ଡାକ୍ତରଖାନାରେ ପହଞ୍ଚି ଶିଶୁର ସ୍ୱାସ୍ଥ୍ୟବସ୍ଥା ବୁଝିଥିବା ସୂଚନା ରହିଛି ।

ଏଥିସହ ପଢ଼ନ୍ତୁ: ହୁତୁହୁତୁ ହୋଇ ଜଳିଲା ବାର୍‌, କାରଣ ଅସ୍ପଷ୍ଟ

ତେବେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ୨୪ ଘଣ୍ଟା ଡାକ୍ତରଖାନାରେ ରହିବ ଏବଂ ୭୨ ଘଣ୍ଟା ପରେ ଏହି ଶିଶୁ ପାଇଁ ନୋଟିସ କରାଯିବ। ଯଦି କେହି ଶିଶୁକୁ ଗ୍ରହଣ ନକରନ୍ତି ତେବେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଶିଶୁଟି କୁମାରୀ ମାତୃତ୍ୱ କିମ୍ବା ଅବୈଧ ପ୍ରେମ ସମ୍ପର୍କ ଯୋଗୁଁ ଜନ୍ମ ନେଇଥାଇପାରେ ବୋଲି ସାଧାରଣରେ ସୂଚନା ମିଳିଛି। ଲୋକଲଜ୍ଜା ଭୟରେ କେହି ଏହି ଶିଶୁକୁ ଛାଡି ଚାଲିଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ଏଭଳି ଘଟଣା କେବଳ ଯେ ରାଜ୍ୟରେ ଘଟୁଛି ତାହା ନୁହେଁ, ରାଜ୍ୟ ବାହାରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସୁଛି। ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଥିଲା କୋଲକାତାରେ। ଏମିତି କିଛି ଘଟିଥିଲା, ଯେଉଁଠି ପରିତ୍ୟକ୍ତ ପାଇଖାନା ବାହାରେ କୁକୁରପଲ ଶୀତ ରାତି ସାରା ନବଜାତକୁ ସୁରକ୍ଷା ଦେଇଥିଲେ । ପଶୁ ଭିତରେ ନବଜାତକୁ ଅନାବିଳ ପ୍ରେମ, ସ୍ନେହର ଏ ଅନନ୍ୟ ଚିତ୍ର ଦେଖିବାକୁ ମିଳିଛି ପଡ଼ୋଶୀ ପଶ୍ଚିମବଙ୍ଗରେ । ପଶ୍ଚିମ ପଶ୍ଚିମବଙ୍ଗର ନାବାଦ୍ଵୀପରେ ଶୀତୁଆ ରାତିରେ ପଲେ କୁକୁର ବଞ୍ଚାଇ ଦେଇଛନ୍ତି ନବଜାତର ଜୀବନ । ନଦିଆ ଜିଲ୍ଲାର ରେଲୱେ ୱାର୍କର କଲୋନୀରୁ ମିଳିଥିଲା ନବଜାତ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Newborn Rescued | Newborn Rescued From Bag, Admitted to Hospital | Argus News | Argus News