ଭୂତକୋଠୀ ପାଲଟିଛି ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ର

Key Points
ନୂଆ ବିଲଡିଂରେ ତାଲା, କୁଡିଆରେ ପିଲା
ଭଡ଼ା ଘରେ ଚାଲିଛି ଅଙ୍ଗନବାଡ଼ି
ଭୂତକୋଠୀ ପାଲଟିଛି ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ର
ନିଜ ଜମି ଓ ନିଜ ଘର ଥାଉଥାଉ ଭଡ଼ା ଘରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର। ଦିନେ ନୁହଁକି ଦୁଇ ଦିନ ନୁହଁ, ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ଭଡା କୁଡିଆ ଘରେ ପାଠ ପଢୁଛନ୍ତି ପିଲା। କାରଣ ନୂଆ ଅଙ୍ଗନୱାଡ଼ି ଗୃହ ନିର୍ମାଣ ହୋଇଛି ସତ ମାତ୍ର ଏହାକୁ ତାଲା ମାରି ରଖିଛି ଠିକାଦାର। ସାରସକଣା ତହସିଲ ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମରେ ଅବସ୍ଥିତ ଅଙ୍ଗନୱାଡି କେନ୍ଦ୍ରର ପ୍ରକୃତ ସ୍ଥିତି। ଏଠାରେ ୧୩ଜଣ ଶିଶୁଙ୍କ ନା ରହିଛି ମାତ୍ର ଏମାନଙ୍କ ପାଇଁ ନାହିଁ ଶ୍ରେଣୀଗୃହ। ଫଳରେ ଅଙ୍ଗନୱାଡ଼ି ଦିଦିଙ୍କ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର।
୪ ବର୍ଷ ହେଲାଣି ଘର ତିଆରି ହେଲାଣି ହେଲା ବ୍ୟବହାରରେ ଆସୁନି। ଫଳରେ ଘର ଚାରିପଡେ ଅନାବନା ଗଛ ଓ ଘାସର ଜଙ୍ଗଲ ସୃଷ୍ଟି ହେଲାଣି। ସେପଟେ ରକ୍ଷଣାବେକ୍ଷଣ ଅଭାବରୁ ଘରର ଝର୍କା ଓ କବାଟ କିଏ ତାଡି ନେଲାଣି। ଠିକାଦାର ଘର ନିର୍ମାଣର ଅର୍ଥ ପାଇ ନଥିବାରୁ ଘରେ ତାଲା ପକାଇ ଦେଇଥିବା ଜଣା ପଡିଛି। ସେପଟେ ଘରନିର୍ମାଣ ପାଇଁ ଅର୍ଥ ଦିଆଯାଇଛି। ବାକି ଅଳ୍ପ କିଛି ଟଙ୍କା ବାକି ଥିବା ସ୍ବିକାର କରିଛନ୍ତି ସିଡିପିଓ।
ନିଜସ୍ୱ ଜମି ଓ ଘର ଥାଉଥାଉ ବାର ଦୁଆର ସୁଣ୍ଡି ପିଣ୍ଡା ହେଉଛନ୍ତି କେନ୍ଦୁମୁଣ୍ଡି ଅଙ୍ଗନୱାଡି କେନ୍ଦ୍ରର ଶିଶୁ। ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମନମୁଖି କାମ ପାଇଁ କୁଡିଆ ଘରେ ଚାଲିଛି ଦେଶର ଭବିଷ୍ୟତ ଗଢା।