Flight Cancellation / ବାହାଘର ଯୋଡ଼ା ପିନ୍ଧି ବିମାନ ବନ୍ଦରରେ ଅଟକିଛନ୍ତି ନବ ଦମ୍ପତି

Key Points
ଏୟାରପୋର୍ଟରେ ଅଟକିଛନ୍ତି ନବ ଦମ୍ପତି ।
ଭୁବନେଶ୍ବର ବିମାନବ ନ୍ଦରରେ ନବ ବିବାହିତା ଦମ୍ପତି ।
ବାହାଘର ଯୋଡ଼ା ପିନ୍ଧି ବିମାନ ବନ୍ଦରରେ ବସିଛନ୍ତି ।
ଇଣ୍ଡିଗୋର ବିମାନ ଉଡ଼ାଣ ବିଳମ୍ବ ଓ ବାତିଲ୍ ଭିତରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାରି ଭିତରେ ଭୁବନେଶ୍ୱର ବିମାନ ବନ୍ଦରରେ ଦେଖିବାକୁ ମିଳିଛି ନବ ବିବାହିତା ଦମ୍ପତିଙ୍କୁ । ଯିଏକି ଭୁବନେଶ୍ୱରରୁ ଦୁର୍ଗାପୁର ଯିବା ପାଇଁ ଆଗୁଆ ଟିକେଟ ମଧ୍ୟ କରିଥିଲେ ।
ସୂଚନାନୁଯାୟୀ ଭୁବନେଶ୍ୱର ବିମାନ ବନ୍ଦରରେ ବାହାଘର ଯୋଡା ପିନ୍ଧି ପହଞ୍ଚିଲେ ନବ ବିବାହିତା ଦମ୍ପତି । ଭୁବନେଶ୍ୱରରୁ ଦୁର୍ଗାପୁର ଯିବା ପାଇଁ ଇଣ୍ଡିଗୋରେ ଅଗ୍ରୀମ ଟିକେଟ କରିଥିଲେ ଦମ୍ପତି । ବର ଭୁବନେଶ୍ଵର ଓ କନ୍ୟା ଦୁର୍ଗାପୁରର । ଉଭୟ ଦିଲ୍ଲୀରେ ଚାକିରି କରନ୍ତି । ବର୍ତ୍ତମାନ ଇଣ୍ଡିଗୋକୁ ନେଇ ଚାଲିଥିବା ସମସ୍ୟା ଦେଖି ସେମାନେ ବାହାଘର ସରୁ ସରୁ ବିମାନ ବନ୍ଦର ଆସିଥିଲେ । କାଲି ଉଭୟଙ୍କର ରିସେପସନ୍ ରହିଛି । କିନ୍ତୁ ୱେବ୍ ଚେଇକିଂ ପରେ ସେମାନଙ୍କୁ ଭିତରେ ବସିବାକୁ କହିଛନ୍ତି । କିନ୍ତୁ ଫ୍ଲାଇଟ ବିଳମ୍ବ ରହିଛି । ଯଦି ଆଜି ନ ଯାଉଛନ୍ତି ଦମ୍ପତି ତେବେ କାଲି ନିଜ ରେସପସନରେ ମଧ୍ୟ ଯୋଗ ନ ଦେଇପରାନ୍ତି ବୋଲି କହିଛନ୍ତି ବରଙ୍କ ଭାଇ ।
ଶୁକ୍ରବାର ଭୁବନେଶ୍ଵରରେ ବାହାଘର ପରେ, ଭୋଜି ଦେବାକୁ ବେଙ୍ଗାଳୁରୁ ଯାଉଥିଲେ । ବାହାଘର ପୂର୍ବରୁ ବେଙ୍ଗାଳୁରୁରେ ରିସେପସନ୍ ପାର୍ଟି ପାଇଁ ସରିଥିଲା ସବୁ ପ୍ରସ୍ତୁତି । ହୋଟେଲ୍ ବୁକିଂରୁ ନେଇ ଖାଦ୍ୟ ମେନ୍ୟୁ ପର୍ଯ୍ୟନ୍ତ ସବୁ ଠିକ୍ ହୋଇ ଅଗ୍ରୀମ ଦିଆ ସରିଥିଲା ।
ଯୋଜନା ଅନୁସାରେ, ଭୁବନେଶ୍ଵରରେ ବାହା ଘରେ ପରେ ବେଙ୍ଗାଳୁରୁ ଯିବାକୁ ବାହିରଥିଲେ ନବ ବିବାହିତ ଦମ୍ପତି । ହେଲେ ଇଣ୍ଡିଗୋ ବିମାନ ବାତିଲ୍ ପାଇଁ ବେଙ୍ଗାଳୁରୁ ଯାଇପାରିଲେନି । ସେପଟେ ରିସପେସନ୍ ପାର୍ଟି ପାଇଁ ସବୁ ଯୋଗାଡ଼ ସରିଥିବାରୁ ଶେଷରେ ବର, କନ୍ୟା ଅନଲାଇନ୍ରେ ଭିଡିଓ କଲ୍ ଯୋଗେ ସାମିଲ୍ ହେଲେ ।
ସେପଟେ ଆଜି ମଧ୍ୟ ଅନେକ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଛି । ବିଶେଷକରି ଦିଲ୍ଲୀ, ବାଙ୍ଗାଲୋର, ଅହମ୍ମଦାବାଦରୁ ଉଡ଼ାଣ ଭରିବାକୁ ଥିବା ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏଭଳି ପରିସ୍ଥିତ ହେବ ବୋଲି ଆଗରୁ ଜାଣିଥିଲେ ମଧ୍ୟ ଚୁପ୍ ବସିଥିଲା ଇଣ୍ଡିଗୋ କର୍ତ୍ତୃପକ୍ଷ । ହଜାର ହଜାର ବିମାନ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ କେବଳ ସରି କହି ଚୁପ୍ ହୋଇଯାଇଛନ୍ତି । ବାରମ୍ବାର ବିମାନର ଯାତ୍ରା ସମୟ ବଦଳାଯାଉଥିବା ବେଳେ ଅନେକ ବିମାନର ଉଡାଣ ଶେଷ ମୁହୂର୍ତ୍ତରେ ବାତିଲ କରାଯାଉଛି।
ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦର ବାହାରେ ଅପେକ୍ଷା କରି ରହୁଛନ୍ତି । କିନ୍ତୁ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଇଣ୍ଡିଗୋ ସଂସ୍ଥା ଏୟାରବସ୍ ଏ ୩୨୦ର ସଫ୍ଟୱେୟାର୍ ଅପଡେଟ୍, ଶୀତକାଳୀନ ସମୟସୂଚୀ ପରିବର୍ତ୍ତନ, ବିମାନବନ୍ଦର ଭିଡ଼ ଏବଂ ପାଇଲଟ୍ମାନଙ୍କ ନୂଆ ଉଡ଼ାଣ ସମୟ ନିର୍ଦ୍ଧାରଣ ନିୟମ ଯୋଗୁଁ ଏହି ସଂକଟ ଦେଖାଦେଇଛି । ବିମାନ କର୍ମଚାରୀଙ୍କ ଦୀର୍ଘଦିନର ଅଭାବ ଏବଂ ଅତ୍ୟଧିକ ଉଡ଼ାଣ ନିର୍ଦ୍ଧାରଣ ଯୋଗୁଁ ଏଭଳି ସ୍ଥିତି ଦେଖାଯାଇଛି ।
ଦିଲ୍ଲୀ , ମୁମ୍ବାଇ, ହାଇଦ୍ରାବାଦ ଏବଂ ପୁଣେରୁ ପାଖାପାଖି ୩୦୦ ଇଣ୍ଡିଗୋ ବିମାନ ବାତିଲ୍ ହୋଇଯାଇଛି । ହାଇଦ୍ରାବାଦରୁ ୬୬ ବିମାନ ବାତିଲ ହୋଇଥିଲା ବେଳେ ଶ୍ରୀନଗରରୁ ଆଜି ପାଇଁ ୭ ଇଣ୍ଡିଗୋ ଫ୍ଲାଇଟ୍ ବାତିଲ୍ ହୋଇଛି । ସେହିପରି ପୁଣେରୁ ୪୨ଟି ବିମାନ ବାତିଲ୍ ହୋଇଛି । ଲଗାତାର ୫ ଦିନ ପାଇଁ ଇଣ୍ଡିଗୋ ବିମାନରେ ଅସ୍ଥିରତା ଜାରି ରହିଥିବା ବେଳେ ଏବେସୁଦ୍ଧା ହଜାରରୁ ଅଧିକ ବିମାନ ବାତିଲ୍ ହୋଇସାରିଛି । ଓଡ଼ିଶାରେ ଝାରସୁଗୁଡାରୁ ମୁମ୍ବାଇ ଯିବାକୁ ଥିବା ଇଣ୍ଡିଗୋ ଫ୍ଲାଇଟ୍ ମଧ୍ୟ ବାତିଲ୍ ହୋଇଥିବା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଭୁବନେଶ୍ବର ବିମାବନ୍ଦର ପକ୍ଷରୁ ଏହି ପ୍ରସଙ୍ଗରେ ପୂର୍ବରୁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ତାହା ହେଲା ୦୧୧-୨୪୬୧୦୮୪୩, ୦୧୧-୨୪୬୯୩୯୬୩ ଓ ୦୯୬୫୦୩-୯୧୮୫୯ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories