ସଂକ୍ଷେପରେ ଖବର...

୧- ସିଂହଦ୍ୱାର ଆଗରେ ୩ ରଥ । ଶ୍ରୀନଅର ସାମ୍ନାରେ ଲକ୍ଷ୍ମୀ-ନୃସିଂହ ଭେଟ ସମ୍ପନ୍ନ । ବୁଧବାର ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ।
୨- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଗଇଁତଲା ନିକଟରେ ବସ ଦୁର୍ଘଟଣା। ରାସ୍ତାକଡରେ ଛିଡା ହୋଇଥିବା ହାଇଓ୍ବାକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ୧୬ ଜଣ ଆହତ ହୋଇ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଅନ୍ୟପଟେ ଟ୍ରକ୍ ତଳେ ଚାପିହୋଇ ଚାଲିଗଲା ଦୁଇ ଜୀବନ.......ବାରିପଦା ୧୮ ନମ୍ବର ଏନଏଚରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା........ମୃତକ ଦୁଇ ଜଣ ଦୁଇ ସାଙ୍ଗ ବୋଲି ଜଣାପଡ଼ିଛି।
୩- କଟକ ଜୋବ୍ରାସ୍ଥିତ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ.......ଅଗ୍ନିଶମ ଟିମ ପକ୍ଷରୁ ଖୋଜାଖୋଜି ଜାରି ରହିଛି.....ଯୁବକଙ୍କ ଘର ଛତ୍ରପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି
୪- ଜମ୍ମୁ-କାଶ୍ମୀର ଡୋଡାରେ ଏନକାଉଣ୍ଟର......ଆତଙ୍କବାଦୀଙ୍କ ଗୁଳିରେ ଜଣେ କ୍ୟାପ୍ଟେନଙ୍କ ସମେତ ୪ ଯବାନ ସହିଦ.......ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେସନ ଜାରି ରହିଛି
📱 Get Argus News App
✨୫- ମୁମ୍ବାଇ ଏକ୍ସପ୍ରେସ ହାଇଓ୍ବେରେ ଭୟଙ୍କର ସଡ଼କ ଦୁର୍ଘଟଣା.....ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୨ ଜଣ ଆହତ ହୋଇଛନ୍ତି।
୬- ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ....ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଘୋଷଣା କରାଗଲା ସେପଟେ ସିନେଟର ଜେଡି ଭେନ୍ସ ହେଲେ ଉପରାଷ୍ଟ୍ରପତି ପ୍ରାର୍ଥୀ
୭- ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଭାଇ.......ଅମନଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ
୮- ମ୍ୟାଚ୍ ସମୟରେ ଗୁଟ୍ଖା ବିଜ୍ଞାପନ ବନ୍ଦ କରିବାକୁ ବିସିସିଆଇକୁ କହିପାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
୯- ରକ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା କୋପା ଆମେରିକା ଫାଇନାଲ ମ୍ୟାଚରେ ଆହତ ହେଲେ ଆର୍ଜେଣ୍ଟିନାର ଲିଓନେଲ ମେସି। ମ୍ୟାଚ ପୂର୍ବରୁ ଘାସରେ ଅଧିକ ପାଣି ଦିଆଯାଇଥିବା ଅଭିଯୋଗ
୧୦- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର ; ପ୍ରଭାବରେ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା