Odisha Assembly / ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ହେବ କି ପଞ୍ଚାୟତ ପୁନର୍ଗଠନ ? ଜାଣନ୍ତୁ କ'ଣ କହିଲେ ମନ୍ତ୍ରୀ...

Key Points
ଓଡ଼ିଶାରେ ପରବର୍ତ୍ତୀ ତ୍ରିସ୍ତରୀୟ ନିର୍ବାଚନ ୨୦୨୭ ସୁଦ୍ଧା ହେବାର ଅଛି । ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ପୁନର୍ଗଠନ କରିବା ପାଇଁ ପ୍ରଶାସନିକ ସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରାଯାଇ ନାହିଁ ।
ଭୁବନେଶ୍ଵର: ଓଡ଼ିଶାରେ ଏବେ ୬ ହଜାର ୭୯୪ ଗ୍ରାମ ପଞ୍ଚାୟଚ ଓ ୯୧ ହଜାର ୯୧୩ଟି ୱାର୍ଡ ରହିଛି । ରାଜ୍ୟରେ ପରବର୍ତ୍ତୀ ତ୍ରିସ୍ତରୀୟ ନିର୍ବାଚନ ୨୦୨୭ ସୁଦ୍ଧା ହେବାର ଅଛି । ବିଧାନସଭାରେ ଏ ତଥ୍ୟ ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ବଢ଼ିବ ବ୍ଲକ ଓ ପଞ୍ଚାୟତ ସଂଖ୍ୟା, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ
ରାଜ୍ୟରେ ପଞ୍ଚାୟତ ପୁନର୍ଗଠନ ନେଇ ବିଧାୟକ ଅରୁଣ କୁମାର ସାହୁ ଓ ବିଧାୟକ ଟଙ୍କଧର ତ୍ରିପାଠୀ ଅଣତାରକା ପ୍ରଶ୍ନ କରିଥିଲେ । ପଚାରିଥିଲେ, "ଓଡ଼ିଶାରେ ପରବର୍ତ୍ତୀ ତ୍ରିସ୍ତରୀୟ ନିର୍ବାଚନ କେବେ ସୁଦ୍ଧା ହେବାର ଅଛି । ତା' ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ।"
ଯାହାର ଲିଖିତ ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, "ଓଡ଼ିଶାରେ ପରବର୍ତ୍ତୀ ତ୍ରିସ୍ତରୀୟ ନିର୍ବାଚନ ୨୦୨୭ ସୁଦ୍ଧା ହେବାର ଅଛି । ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ପୁନର୍ଗଠନ କରିବା ପାଇଁ ପ୍ରଶାସନିକ ସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରାଯାଇ ନାହିଁ ।"
ମନ୍ତ୍ରୀ ଆହୁରି କହିଛନ୍ତି ଯେ, "ପଞ୍ଚାୟତ ପୁନର୍ଗଠନ କରିବା ପାଇଁ ଯେବେ ସରକାର ବିଧିବଦ୍ଧ ନିଷ୍ପତ୍ତି ନେବେ, ସେହି ସମୟରେ ନୀତି ନିୟମ ସମ୍ପର୍କିତ ନିର୍ଦ୍ଦେଶାବଳୀ ଅନୁଯାୟୀ ନୂତନ ପଞ୍ଚାୟତ ଗଠନ ନିମନ୍ତେ ଆସିଥିବା ପ୍ରତ୍ୟେକ ପ୍ରସ୍ତାବକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନିଷ୍ପତ୍ତି ନିଆଯିବ ।"
📱 Get Argus News App
✨କେଉଁ ଜିଲ୍ଲାରେ କେତେ ବ୍ଲକ, କେତେ ପଞ୍ଚାୟତ ?
ଏବେ ରାଜ୍ୟର ୩୦ ଜିଲ୍ଲାରେ ମୋଟ ୩୧୪ଟି ବ୍ଲକ, ୬ ହଜାର ୭୯୪ଟି ପଞ୍ଚାୟତ, ୯୧ ହଜାର ୯୧୩ଟି ୱାର୍ଡ ରହିଛି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୬ଟି ବ୍ଲକ୍ ସହ ୪୦୪ ପଞ୍ଚାୟତ ରହିଥିବା ବେଳେ ତା'ପଛକୁ ଗଞ୍ଜାମରେ ୨୨ଟି ବ୍ଲକରେ ରହିଛି ସର୍ବାଧିତ ୫୦୩ଟି ପଞ୍ଚାୟତ ।
ସେହିଭଳି ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୩ଟି ଲେଖାଏଁ ବ୍ଲକ୍ ରହିଥିବା ବେଳେ ଯଥାକ୍ରମେ ୬୯, ୭୦ଟି ପଞ୍ଚାୟତ ରହିଛି । ଝାରସୁଗୁଡ଼ା ଓ ନୂଆପଡ଼ାରେ ୫ଟି ଲେଖାଏଁ ବ୍ଲକ ଥିବାବେଳେ ଯଥାକ୍ରମେ ୭୮, ୧୩୧ଟି ପଞ୍ଚାୟତ ରହିଛି ।

ଜିଲ୍ଲା ଅନୁଯାୟୀ ସୁନ୍ଦରଗଡ଼ରେ ୧୭ ବ୍ଲକରେ ୨୭୯ଟି ପଞ୍ଚାୟତ ରହିଛି । କୋରାପୁଟରେ ୧୪ଟି ବ୍ଲକରେ ୨୪୦ଟି ପଞ୍ଚାୟତ ଅଛି । ସେହିଭଳି ବଲାଙ୍ଗିରରେ ୧୪ଟି ବ୍ଲକ ୩୧୭ ପଞ୍ଚାୟତ, କଟକରେ ୧୪ ବ୍ଲକ ୩୭୩ ପଞ୍ଚାୟତ ରହିଛି ।
କଳାହାଣ୍ଡିରେ ୧୩ ବ୍ଲକରେ ୩୧୦ ପଞ୍ଚାୟତ ଥିବାବେଳେ ବାଲେଶ୍ଵର, ବରଗଡ଼ ଓ କନ୍ଧମାଳରେ ୧୨ଟି ବ୍ଲକ ରହିଛି । ଯେଉଁଠି ଯଥାକ୍ରମେ ୩୫୬, ୨୫୩, ୧୭୧ ପଞ୍ଚାୟତ ରହିଛି ।
Related Topics
Explore more stories