Videos
|
Odisha

Accident / NH-୧୬ରେ ବଡ଼ ଧରଣର ସିରିଜ୍ ଦୁର୍ଘଟଣା; ୨ ମୃ*ତ, ୫ରୁ ଅଧିକ ଗୁରୁତର

Sushanta Sahoo
Browse all articles by Sushanta Sahoo
·1 hour ago·1 min read
NH-୧୬ରେ ବଡ଼ ଧରଣର ସିରିଜ୍ ଦୁର୍ଘଟଣା; ୨ ମୃ*ତ, ୫ରୁ ଅଧିକ ଗୁରୁତର
Fatal Series of Crashes on NH-16 at Chamakhundi

Key Points

ବ୍ରହ୍ମପୁର ଚମାଖଣ୍ଡିରେ ସିରିଜ୍ ଦୁର୍ଘଟଣା
ଦୁର୍ଘଟଣାରେ ୨ ମୃତ, ୫ରୁ ଅଧିକ ଗୁରୁତର
୨ ବାଇକ୍, ସ୍କୁଟି ସହ ଟ୍ରକ୍ ଓ କାର୍ ଧକ୍କା
ଦୁର୍ଘଟଣା ପରେ ଜାତୀୟ ରାଜପଥ ଅବରୋଧ
ବ୍ରହ୍ମପୁର: ଜାତୀୟ ରାଜପଥ ୧୬ରେ ବଡ଼ ଧରଣର ସିରିଜ୍ ଦୁର୍ଘଟଣା ହୋଇଛି । ଛତ୍ରପୁର ନିକଟ ଚମାଖଣ୍ଡି ଜାତୀୟ ରାଜପଥର ବାଇକ୍, ସ୍କୁଟି, ଟ୍ରକ୍ ଓ କାର୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।

ଏହି ସିରିଜ୍ ଦୁର୍ଘଟଣାରେ ଏକାଧିକ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ MKCG ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ହେବ ଦେଶର ଶ୍ରେଷ୍ଠ 'ମାନୁଫାକ୍‌ଚରିଂ ହବ୍'- ମୁଖ୍ୟମନ୍ତ୍ରୀ 

ମିଳିଥିବା ସୂଚନା ଅନୁସାରେ, ଦୁଇ ବାଇକ, ଗୋଟିଏ ସ୍କୁଟି ସହ ଟ୍ରକ ଏବଂ କାର ମଧ୍ୟରେ ଏହି ସିରିଜ୍ ଦୁର୍ଘଟଣା ହୋଇଛି । ସ୍କୁଟି ଓ ବାଇକ୍ ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାର ମୃତାହତଙ୍କ ମଧ୍ୟରେ ମହିଳା ମଧ୍ୟ ରହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚମାଖଣ୍ଡି ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଛି । ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ଓଭର୍ ବ୍ରିଜ୍ ନିର୍ମାଣ ପାଇଁ ପୂର୍ବରୁ ଗ୍ରାମବାସୀମାନେ ଦାବି କରି ଆସୁଥିଲେ । ଏବେ ଦୁର୍ଘଟଣା ପରେ ଗ୍ରାମବାସୀ ରାସ୍ତାରୋକ କରିବା ସହ ତୁରନ୍ତ ଓଭର୍ ବ୍ରିଜ୍ ନିର୍ମାଣ କରିବାକୁ ଦାବି ରଖିଛନ୍ତି ।

କେମିତି ଘଟିଲା ଦୁର୍ଘଟଣା ?

ଜାତୀୟ ରାଜପଥ-୧୬ରେ ଭୁବନେଶ୍ୱର ପଟୁ ଟ୍ରକ୍ (MH12TV 8072) ଆସୁଥିଲା ବେଳେ ଚମାଖଣ୍ଡି ଛକ ନିକଟରେ ପ୍ରଥମେ ଏକ କାର୍‌କୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ି ଅପରପାର୍ଶ୍ଵକୁ ପଳାଇ ଆସିଥିଲା । ବୀପରିତ ରାସ୍ତାକୁ ଆସିବା ପରେ ଟ୍ରକ୍‌ଟି ୨ଟି ବାଇକ୍ ଓ ଗୋଟିଏ ସ୍କୁଟିକୁ ମଧ୍ୟ ଧକ୍କା ଦେଇଛି ।