Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - KIIT ଘଟଣାର ତଦନ୍ତ ପାଇଁ ବିଶ୍ଵବିଦ୍ୟାଳୟକୁ ଯିବ ଟିମ୍, ୧୦ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Odisha

KIIT ଘଟଣାର ତଦନ୍ତ ପାଇଁ ବିଶ୍ଵବିଦ୍ୟାଳୟକୁ ଯିବ ଟିମ୍, ୧୦ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·1 year ago·2 min read
KIIT ଘଟଣାର ତଦନ୍ତ ପାଇଁ ବିଶ୍ଵବିଦ୍ୟାଳୟକୁ ଯିବ ଟିମ୍, ୧୦ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ NHRC । ଟିମ୍‌ ଗଠନ କରି ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ତଦନ୍ତରେ ସହାୟତା କରିବା ପାଇଁ କିଟ୍ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ବିଶ୍ଵବିଦ୍ୟାଳୟର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ଟିମ୍‌ । ମାର୍ଚ୍ଚ ୧୦ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଟ୍ ପରିସରରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଏଥିସହ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା ।

କିଟ୍‌ରେ ପଢ଼ୁଥିବା ନେପାଳର ଶତାଧିକ ଛାତ୍ରଛାତ୍ରୀ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ । ଅଭିଯୋଗ କରିଥିଲେ କି, ସେମାନଙ୍କୁ କିଟ୍ ଅଧିକାରୀ ଶାରିରୀକ, ମାନସିକ ନିର୍ଯାତନା ଦେଉଛନ୍ତି । ନ୍ୟାୟ ପାଇଁ ନେପାଳ ମାନବାଧିକାର କମିଶନ ଜାତୀୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ ଛାତ୍ରଛାତ୍ରୀ ।

ଅନ୍ୟପଟେ କିଟ୍ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଛି । ପ୍ରଥମେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ୍‌ଙ୍କ ସହ ୮ ଜଣ ଅଧିକାରୀ ହାଜର ହୋଇ ଉଚ୍ଚସ୍ତରୀୟ କମିଟିର ଜେରାର ସମ୍ମୁଖିନ ହୋଇଥିଲେ । ଦ୍ଵିତୀୟ ଦଫାରେ ଉଚ୍ଚସ୍ତରୀୟ କମିଟିରେ କିଟ୍‌ର ସିନିୟର ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସିନିୟର ଆଡମିନଷ୍ଟ୍ରଟିଭ୍ ଅଫିସର ସିଦ୍ଧାର୍ଥ ରାୟ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପ୍‌ସିତା ଶତପଥୀ, ଚିଫ୍‌ ପ୍ରୋକ୍ଟର ପି. କେ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି ହାଜର ହୋଇଥିଲେ ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୬ରେ କିଟ୍‌ର ୬ ନମ୍ବର କ୍ୟାମ୍ପସ୍‌ରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଉ ଛାତ୍ରଙ୍କ ଉପରେ ବଳପ୍ରୟୋଗ କରିଥିଲେ କିଟ୍‌ର ସୁରକ୍ଷାକର୍ମୀ । ଏପରିକି ଜୋରଜବରଦସ୍ତି ଭାବେ ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍ କର୍ତ୍ତୃପକ୍ଷ ବସ୍ ଯୋଗେ କଟକ ରେଲୱେ ଷ୍ଟେସନକୁ ପଠାଇ ଦେଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NHRC Directs Inquiry In KIIT Nepali Student Death | Argus News