କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: NHRC ଜାରି କଲା ନୋଟିସ

କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ନୋଟିସ ଜାରି କଲେ ଏନଏଚଆରସି। ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଏନଏଚଆରସି ନୋଟିସ ଜାରି କରିଛନ୍ତି। ତୁରନ୍ତ ମାମଲା ରୁଜ୍ଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ। ୯ ତାରିଖ ସୁଦ୍ଧା ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ସେପଟେ ଭୁବନେଶ୍ବରରେ ପହଞ୍ଚିଛନ୍ତି ନେପାଳୀ ଛାତ୍ରୀଙ୍କ ବାପା ମା। ଘଟଣା ଦିନ ଝିଅ ସହିତ ବାପା ମା କଥା ହୋଇଥିବା କହିଛନ୍ତି। ଝିଅର ସେମିତି କିଛି ସମସ୍ୟା ଥିବା ନେଇ ଝିଅ କହିନାହିଁ ବୋଲି ମୃତ ଛାତ୍ରୀଙ୍କ ମା କହିଛନ୍ତି।
ଘଟଣା ଦିନ ୩ ଟା ବେଳେ ବାପା ମା ଝିଅ ସହିତ କଥା ହୋଇଥିବା ଜଣାଇଛନ୍ତି। ସନ୍ଧ୍ୟା ୮ ଟା ବେଳେ ଝିଅର ମୃତ୍ୟୁ ଖବର ପାଇଥିଲେ। ସେପଟେ ୟୁଜିସି ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି। ଭୁବେନଶ୍ବରର ଏମସ ହସ୍ପିଟାଲର ଶବ ଗୃହରେ ରହିଛି ମୃତ ଦେହ।
📱 Get Argus News App
✨ଗୁରୁବାର ରାତି ୮ ଟାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଜଣାପଡ଼ି ନାହିଁ । ମୃତ ଛାତ୍ରୀଙ୍କ ନାଁ ସନ୍ନି ଶାହା । ୪ନମ୍ୱର କ୍ୟାମ୍ପସ ରୁମ୍ ନମ୍ୱର ୧୧୧ରୁ ଇନଫୋସିଟି ଥାନା ଜବତ କରିଥିଲା ମୃତଦେହ। ଗତ ଫେବୃଆରୀ ୧୬, ୨୦୨୫ରେ ମଧ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସାରା ବିଶ୍ବ ଆଗରେ ନିନ୍ଦିତ ହୋଇଥିଲା ଓଡ଼ିଶା।