Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ NHRCଙ୍କ ତଦନ୍ତ ନିର୍ଦ୍ଦେଶ

Odisha

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ NHRCଙ୍କ ତଦନ୍ତ ନିର୍ଦ୍ଦେଶ

Rashmita Mishra
Browse all articles by Rashmita Mishra
·1 year ago·2 min read
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ NHRCଙ୍କ ତଦନ୍ତ ନିର୍ଦ୍ଦେଶ

Key Points

ମାନବାଧିକାର ହନନର ସବୁ ସୀମା ଟପି ସାରିଲାଣି କିଟ୍ 
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ NHRCଙ୍କ ତଦନ୍ତ ନିର୍ଦ୍ଦେଶ
ଯଦି ମାନବାଧିକାର ହନନ ପ୍ରମାଣିତ ହୁଏ ତାହେଲେ କଣ ହେବ ଦଣ୍ଡ
NHRCଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବଢ଼ିଲା ଅଚ୍ୟୁତଙ୍କ ଅଡ଼ୁଆ
ଜଙ୍ଗଲ ଜମି ଜବରଦଖଲ ନେଇ ରହିଛି ଅଭିଯୋଗ

ଟିମ୍‌ ଗଠନ କରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦେଇଛି NHRC । ତଦନ୍ତରେ ସହାୟତା କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି । ବିଶ୍ବବିଦ୍ୟାଳୟର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ଟିମ୍‌ । 10 ମାର୍ଚ୍ଚ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ ସୂଚନା ଦେଇଛନ୍ତି । ନ୍ୟାୟ ପାଇଁ ନେପାଳ ମାନବାଧିକାର କମିଶନ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।


କିଟ ପରିସରରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା । ଏହା ଆତ୍ମହତ୍ୟା ନା ଆଉ କିଛି । କେମିତି ମୃତ୍ୟୁ ହେଲା ନେପାଳୀ ଛାତ୍ରୀଙ୍କର ସେନେଇ କିଛି କୁହାଗଲା ନାହିଁ କିଟ ପକ୍ଷରୁ ।

କିଟ୍ ପରିସରର ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ତୀବ୍ର ଉତ୍ତେଜନା ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା । ସେମାନଙ୍କୁ କିଟ୍ ଅଧିକାରୀ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା।

ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ପରେ କିଟରେ ସାନ-ଏ-ଡାଏ ଘୋଷଣା କରାଯାଇ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସରୁ ବାହାର କରିଦିଆଯାଇଥିଲା ।

କିସରେ ଅବ୍ୟବସ୍ଥାର ଚିତ୍ର ବି ଆସିଛି 2017ର ସିଡବ୍ଲୁସି ରିପୋର୍ଟରୁ। ରିପୋର୍ଟ ଅନୁସାରେ ପିଲାଙ୍କ ପାଇଁ ହଷ୍ଟେଲରେ ନଥିଲା ପର୍ଯ୍ୟାପ୍ତ ଶୌଚାଳୟ, ୪ଶହ ପିଲାଙ୍କ ପାଇଁ ଥିଲେ ମାତ୍ର ୨ ଜଣ ସୁପରଭାଇଜର। ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆଯାଉନଥିଲା। ସକାଳ ଜଳଖିଆରେ ଦିଆଯାଇଥିଲା ଚୂଡ଼ା ଓ ଚିନି। ପିଲାଙ୍କ ଖାଦ୍ୟ ପାଇଁ ନଥିଲା କୌଣସି ମେନୁ ଚାର୍ଟ। କିସ-ସିଡବ୍ଲୁସି ରିପୋର୍ଟର ହେବ କି ତଦନ୍ତ। Kiss ରେ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ଶୋଷଣ ଓ ଜମି ଜବର ଦଖଲ ଭଳି ଅଚ୍ୟୁତ ସାମନ୍ତଙ୍କ ନାଁରେ ରହିଛି ସାଂଘାତିକ ଅଭିଯୋଗ।

ଅନ୍ୟପଟେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ପ୍ରଦାନ ଦାବିରେ କିଟ୍ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି କଂଗ୍ରେସ କର୍ମୀ। ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ କର୍ତ୍ତୃପକ୍ଷ ଅତ୍ୟୁତ ସାମନ୍ତ ଓଡିଶାର ମୁହଁକୁ ସାରା ବିଶ୍ବରେ ତଳକୁ କରିଦେଲେ । ଏବେ NHRCଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଅଧିକ ବଢିଛି ଅଚ୍ୟୁତଙ୍କ ଅଡୁଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NHRC orders probe into death of Nepali student Kiit | Argus News