Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନେପାଳୀ ଛାତ୍ରୀ ମୃତ୍ୟୁର ଖୋଳତାଡ଼ କରିବ NHRC ଟିମ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ନେପାଳୀ ଛାତ୍ରୀ ମୃତ୍ୟୁର ଖୋଳତାଡ଼ କରିବ NHRC ଟିମ୍

ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ତନାଘନା ପାଇଁ KIITରେ NHRC ଟିମ୍ । ଛାତ୍ରୀ ମୃତ୍ୟୁ ଏବଂ ପରବର୍ତ୍ତୀ ସମୟରେ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଯାତନାର ତଦନ୍ତ କରିବ ଟିମ୍ । ରେଜିଷ୍ଟର ଆଇନ ଯୋଗିନ୍ଦର ସିଂ ଙ୍କ ନେତୃତ୍ତ୍ବରେ ପହଞ୍ଚିଛି ଟିମ୍ । ପୂର୍ବରୁ କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି NHRC । ଟିମ୍‌ ଗଠନ କରି ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତରେ ସହାୟତା କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।


୧୦ ମାର୍ଚ୍ଚ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ। କିଟ୍ ପରିସରର ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଓ ପରେ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଏଥିସହ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା । ସେମାନଙ୍କୁ କିଟ୍ ଅଧିକାରୀ ଶାରୀରିକ, ମାନସିକ, ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ନ୍ୟାୟ ପାଇଁ ନେପାଳ ମାନବାଧିକାର କମିଶନ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NHRC team to investigate Nepali student's death | Argus News