Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

NIA Investigation / ରାଜଧାନୀ ବୋମା ବିସ୍ଫୋରଣ ଘଟଣା, ଗାର୍ଲଫ୍ରେଣ୍ଡକୁ ପଚରାଉଚରା କରୁଛି NIA

Bikash Mohanty
Browse all articles by Bikash Mohanty
·3 months ago·2 min read
ରାଜଧାନୀ ବୋମା ବିସ୍ଫୋରଣ ଘଟଣା, ଗାର୍ଲଫ୍ରେଣ୍ଡକୁ ପଚରାଉଚରା କରୁଛି NIA
Blast

Key Points

ରାଜଧାନୀ ବୋମା ବିସ୍ଫୋରଣ ଘଟଣା
ତଦନ୍ତ କରିବ ଏନଆଇଏ
ଗାର୍ଲଫ୍ରେଣ୍ଡ ସମେତ ୭ ଜଣଙ୍କୁ ଜେରା
ଭୁବନେଶ୍ବର ୦୬/୦୪: ରାଜଧାନୀ ବୋମା ବିସ୍ଫୋରଣର ତଦନ୍ତ କରିବ ଏନଆଇଏ। ମୁଖ୍ୟ ଅଭିଯୁକ୍ତ ସହନୱାଜ ମଲ୍ଲିକ ଓରଫ ମଫି ମୃତ୍ୟୁ ପରେ ବ୍ୟାପକ ହେଲା ତଦନ୍ତ । ମଫିର ଗାର୍ଲଫ୍ରେଣ୍ଡ ସମେତ ୭ ଜଣଙ୍କୁ ଜେରା କରୁଛି ଏନଆଇଏ । କମିଶନରେଟ ପୋଲିସ ଠାରୁ ସମସ୍ତ ତଥ୍ୟ ନେଲା ଏନଆଇଏ । ଆନ୍ତଃରାଜ୍ୟ ଲିଙ୍କ ଓ ଜବତ ଆରଡିଏକ୍ସକୁ ନେଇ ହୋଇପାରେ ବଡ଼ ଧରଣର ଖୋଳତାଡ଼।

ଜାନୁଆରୀ ୨୭ ତାରିଖରେ ଏୟାରଫିଲଡ଼ ଥାନା ସୁନ୍ଦରପଦାସ୍ଥିତ ଆଜାଦ ନଗରରେ ହୋଇଥିଲା ଭୟାଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତା' ମା'ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏନଆଇଏ ଏ ନେଇ କେସ ନମ୍ବର ୧ / ୨୦୨୬ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ର ପୂର୍ଣ୍ଣ ଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଛି । ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ ଆରଡିଏକ୍ସର ବ୍ୟବହାର, ମଫି ର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼। ଠିକ ସେହିପରି ଏତେ ପରିମାଣର ଆରଡିଏକ୍ସ କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି ଏନଆଇଏ । ଏପରିକି ମୁଖ୍ୟ ଅଭିଯୁକ୍ତ ତଥା ମୃତ ମଫିର ଗାର୍ଲଫ୍ରେଣ୍ଡ କୁ ଅଧିକ ପଚରାଉଚରା କରୁଛି ଏନଆଇଏ ବୋଲି ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶରତ ସାହୁ କହିଛନ୍ତି।

ପଢନ୍ତୁ ଏହି ଖବର: ମାଟିରେ ମିଶିଲା ଇସଲାମ ନଗର

ବିସ୍ଫୋରକ ବା ବୋମାରୁ ହେକ୍ସାହାଇଡ୍ରୋ ଟ୍ରାଇନାଇଟ୍ରୋ ଭଳି ରାସାୟନିକ ବ୍ୟବହାର ହୋଇଥିଲା । ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଥିଲା ଏନଆଇଏ। ସାମ୍ପୁଲକୁ ରାଜ୍ୟ ଫରେନସିକ ଲ୍ୟାବ କୁ ପଠାଯାଇଥିଲା । ଫରେନସିକ ରିପୋର୍ଟ ଆସିବା ପରେ ବୋମା ବିସ୍ପୋରଣର ଗୁମର ଖୋଲିବା ବୋଲି ଏନଆଇଏ ଆଶା ରଖିଛି । ସେପଟେ ସହଯୋଗୀଙ୍କ ବୟାନ ରେକର୍ଡ ସହ ଜବତ ସିଡ଼ିଆର ରିପୋର୍ଟ ମଧ୍ୟ ଆତଙ୍କିର ମୁଖା ଖୋଲି ଦେଇପାରେ । ଏଭଳି କ୍ଷେତ୍ରରେ ରାଜ୍ୟ ବାହାର ଅପରାଧୀଙ୍କ ସହ ମଫି ଲିଙ୍କ ଓ ଫଣ୍ଡିଂ ନେଇ ତାର ଗାର୍ଲଫ୍ରେଣ୍ଡକୁ ଅଧିକ ପଚରାଉଚରା କରୁଛି ଏନଆଇଏ ବୋଲି ବରିଷ୍ଠ ଆଇନଜୀବୀ ଦିବ୍ୟାନନ୍ଦ ମିଶ୍ର କହିଛନ୍ତି ।

ଦିଲ୍ଲୀ ବିସ୍ଫୋରଣ ସହ ଭୁବନେଶ୍ୱର ବିସ୍ଫୋରଣ ର ଲିଙ୍କ ନେଇ ଚାଲିଛି ଖୋଳତାଡ଼ । ଯଦି ସେମିତି କିଛି ପ୍ରମାଣ ମିଳେ ତେବେ ମଫି ର ସହଯୋଗୀ ଙ୍କ ବଢ଼ିପାରେ ଅଡ଼ୁଆ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NIA Investigation | NIA Investigates Capital Bomb Blast; 7 Including Girlfriend Questioned | Argus News