Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମ୍ବଲପୁରରେ ରାତି ଚେକିଂ କଡ଼ାକଡ଼ି

Ritu Das
Browse all articles by Ritu Das
·2 years ago·1 min read
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମ୍ବଲପୁରରେ ରାତି ଚେକିଂ କଡ଼ାକଡ଼ି

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାତି ପାହିଲେ ଭୋଟ ଦେବେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଭୋଟର। ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ହେଉଛି ହେଭିୱେଟଙ୍କ ଲଢେଇ। ସାରା ଓଡ଼ିଶାର ନଜର ରହିଛି ଏହି ସଂସଦୀୟ କ୍ଷେତ୍ର ଉପରେ। ଏହାକୁ ଆଖି ଆଗରେ ରଖି ଅନୁଗୁଳ ପୋଲିସ ପକ୍ଷରୁ ଏନଏଚ ଏବଂ ସମସ୍ତ ଏଣ୍ଟ୍ରି ଓ ଏକଜିଟ ପଏଣ୍ଟରେ ଚେକିଂ ବ୍ଲକିଂକୁ ଜୋରଦାର କରାଯାଉଛି। 

ରାସ୍ତାରେ ଯାଉଥିବା ସମସ୍ତ ଗାଡିକୁ ଚେକିଂ କରାଯାଉଛି। ଯଦି କୌଣସି ଗାଡି ଉପରେ ପୋଲିସର ସନ୍ଦେହ ହେଉଛି ସେ ଗାଡିକୁ ତନ ତନ କରି ଯାଞ୍ଚ କରୁଛି ପୋଲିସ। ଚେକିଂକୁ ମଧ୍ୟ ଭିଡିଓଗ୍ରାଫି କରାଯାଉଛି। ସିସିଟିଭି ନଜରରେ ରହିଛି ଏଣ୍ଟ୍ରି ଓ ଏକଜିଟ ପଏଣ୍ଟ। 

ସେହିପରି ସମ୍ବଲପୁର ଲୋକସଭା ତଥା ଆଠମଲ୍ଲିକ ବିଧାନସଭା କ୍ଷେତ୍ର କିଶୋର ନଗର ବ୍ଲକ ରେ ନିର୍ବାଚନ ପାଇଁ ପ୍ରଶାସସନିଜ ସ୍ତରରେ ବ୍ୟାପକ କଡା ସୁରକ୍ଷା ପ୍ରସ୍ତୁତ ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରଯାଇଛି। କିଶୋରନଗର ଥାନା ଅଧୀନରେ ଆସୁଥିବା ସମସ୍ତ ପଞ୍ଚାୟତ ତଥା ଜାତୀୟ ରାଜପଥ 55 ଉପରେ କଡା ନଜର ରଖିଛି ପୋଲିସ। ଛୋଟ ମୋଟ ଅଘଟଣକୁ ଛାଡି ଦେଲେ ଶାନ୍ତି ଶୃଙ୍ଖଳା ସହ କିଶୋର ନଗର ଥାନା ଅଞ୍ଚଳରେ ଆସନ୍ତା କାଲି ଭୋଟ ଗ୍ରହଣ ହେବ ବୋଲି ଆଶା କରାଯାଇଛି। ବୁଥ ରିଗିଙ୍ଗ ହେବ ନାହିଁ ବୋଲି iic କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Sponsored
Night checking is strict | Argus News