Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ତାପମାତ୍ରା ହ୍ରାସ; କେନ୍ଦୁଝରରେ ପାରଦ ସର୍ବାଧିକ ୪.୯ ଡିଗ୍ରୀ ଖସିଲା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାତି ତାପମାତ୍ରା ହ୍ରାସ; କେନ୍ଦୁଝରରେ ପାରଦ ସର୍ବାଧିକ ୪.୯ ଡିଗ୍ରୀ ଖସିଲା

Key Points

ତଳମୁହାଁ ହୋଇଛି ପାରଦ

ସର୍ବନିମ୍ନ ରାତି ତାପମାତ୍ରା ୮ ଡିଗ୍ରୀ ରେକର୍ଡ

ଭୁବନେଶ୍ଵର: ପଶ୍ଚିମା ଝଡ଼ ଅପସାରଣ ପରେ ତଳମୁହାଁ ହୋଇଛି ପାରଦ । ହ୍ରାସ ପାଇଛି ରାତି ତାପମାତ୍ରା । ଝାରସୁଗୁଡା ଓ ରାଉରକେଲା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇଛି । ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ଅଧିକ ଖସିଛି ।


ଝାରସୁଗୁଡ଼ା ଓ ରାଉରକେଲାରେ ସର୍ବନିମ୍ନ ରାତି ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରୀ ଥିବା ବେଳେ ରାଉରକେଲାରେ ୧୧.୪ ଡିଗ୍ରୀ ରେକର୍ଡ ହୋଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଶ୍ଚିମାଝଡ଼ର ଅପସାରଣ ପରେ ରାଜ୍ୟରେ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁର ପ୍ରବାହ ବୃଦ୍ଧି ପାଇଛି । ଏଥିସହ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ହ୍ରାସ ଘଟିଛି ।


ରାଉରକେଲା ଓ ଝାରସୁଗୁଡ଼ାରେ ସର୍ବନିମ୍ନ ରାତି ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କେନ୍ଦୁଝରରେ ୧୧.୨, ସମ୍ବଲପୁରରେ ୧୩.୩, ହୀରାକୁଦରେ ୧୪.୧, ବାଲଲେଶ୍ଵରେ ୧୪.୮, ଚାନ୍ଦବାଲିରେ ୧୭.୬ ଓ ଭୁବନେଶ୍ଵରର ରାତି ତାପମାତ୍ରା ୧୮.୬ ଡିଗ୍ରୀ ରହିଛି । କେନ୍ଦୁଝରରେ ପାରଦ ସର୍ବାଧିକ ୪.୯ ଡିଗ୍ରୀ ଖସିଥିବା ବେଳେ ଭୁବନେଶ୍ଵରରେ ସର୍ବନିମ୍ନ ୧.୯ ଡିଗ୍ରୀ ହ୍ରାସ ପାଇଛି ।

Sponsored
Night Temperature Falls In North Odisha To 8 Degree Celsius | Argus News