ଜାଡ଼ରେ ଜଡ଼ସଡ଼ ଓଡ଼ିଶା: ଫୁଲବାଣୀରେ ସର୍ବନିମ୍ନ ରାତି ତାପମାତ୍ରା ୭ ଡିଗ୍ରୀ ରେକର୍ଡ

ଭୁବନେଶ୍ଵର: ଥରୁଛି ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ଆଉ ପଶ୍ଚିମ ସବୁଠି ଥଣ୍ଡାର ପ୍ରକୋପ । ସନ୍ଧ୍ୟାରେ ସାମାନ୍ୟ, ରାତିରେ ଅନୁଭୂତ ହେଉଛି ପ୍ରବଳ ଶୀତ । ରାତି ତାପମାତ୍ରା ହ୍ରାସ ପାଇଥିବା ବେଳେ ଫୁଲବାଣୀରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ସେହିପରି ରାଉରକେଲାର ରାତି ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ, ଝାରସୁଗୁଡାରେ ୭.୭ ଡିଗ୍ରୀ ସେଲସିୟସ, ସୋନପୁରରେ ୯ ଡିଗ୍ରୀ ସେଲସିୟସ, ଭବାନୀପାଟଣାରେ ୯.୯ ଡିଗ୍ରୀ ସେଲସିୟସ, ସୁନ୍ଦରଗଡରେ ୧୦.୨ ଡିଗ୍ରୀ ସେଲସିୟସ ଓ କେନ୍ଦୁଝରରେ ୧୦.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
📱 Get Argus News App
✨ଟ୍ଵିନ୍ ସିଟି କଟକ, ଭୁବନେଶ୍ଵରରେ ବି ରାତି ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଛି । କଟକର ରାତି ତାପମାତ୍ରା ୧୩.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ଵରର ସର୍ବନିମ୍ନ ରାତି ତାପମାତ୍ରା ୧୩.୨ ଡିଗ୍ରୀ ସେଲସିୟସ ରହିଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୨ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ ଓ କଟକ ଜିଲ୍ଲାକୁ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । ରାଜ୍ୟରେ ପାଗ ଶୁଖିଲା ରହିବ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।