Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ପାଇଁ ରାତି ଉଜାଗର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହାତୀ ପାଇଁ ରାତି ଉଜାଗର

ଅର୍ଗସ ବ୍ୟୁରୋ:  ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ନିଜ କଷ୍ଟ ଉପାର୍ଜିତ ଫସଲକୁ ରକ୍ଷା ପାଇଁ ହାତୀ ସହିତ ଛକାପଞ୍ଝା। ରାତି ତମାମ ଚାଲିଛି ହାତୀ-ମଣିଷଙ୍କ ଖେଳ। ହାତୀ ପାଇଁ ଏବେ ଘର ଛାଡ଼ି ରାତିତମାମ ମଞ୍ଚା ଉପରେ ଜୀବନ ବିତାଉଛନ୍ତି ଜଙ୍ଗଲବାସୀ । କଳାହାଣ୍ଡି ନର୍ଲା ରେଞ୍ଜରେ ଏବେ ହାତୀ ଉପଦ୍ରବ ବଢିବାରେ ଲାଗିଛି ।  କମେ ଡ଼ଙ୍ଗର ଠାରୁ କେସିଙ୍ଗା ରେଞ୍ଜର ଗିଗନା ଯାଏଁ ପ୍ରାୟ ଦୁଇମାସ ହେଲା ଜଙ୍ଗଲୀ ହାତୀପଲ ଉତ୍ପାତ ମଚେଇଛନ୍ତି।

ହାତୀ ଭୟରେ ଚାଷୀମାନେ ରାତିରାତି ମଞ୍ଚା ଉପରେ ଜଗି ରହୁଛନ୍ତି। ପ୍ରବଳ ଶୀତରାତିରେ ଉଜାଗର ରହି ନିଜ କଷ୍ଟ ଉପାର୍ଜିତ ଚାଷକୁ ଜଗୁଛନ୍ତି। ଗତ ୬ ବର୍ଷ ହେଲା ଲଗାତାର୍ ଭାବରେ ହାତୀପଲଙ୍କ ଆଗମନ ରହୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।  ନର୍ଲା ରେଞ୍ଜରଙ୍କ ସୂଚନା ମୁତାବକ ୫୦ ଟିକିଆ ହାତୀପଲ ଦିନବେଳା ନର୍ଲା ରେଞ୍ଜ୍ ଅଧିନ କମେ ଡଙ୍ଗରରେ ରହୁଥିବା ବେଳେ ରାତିହେଲେ ବୁର୍ଡିପଡା ଓ ପଲସାପଡାକୁ ଚାଲିଆସି ଫସଲ ନଷ୍ଟ କରୁଛନ୍ତି।

ବାନ୍ୟଜନ୍ତୁ ଓ ବନିକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ନା ଜଙ୍ଗଲ ବୃଦ୍ଧି ହେଉଛି ନା ବାନ୍ୟଜନ୍ତୁ ସୁରକ୍ଷିତ ଭାବେ ରହିପାରୁଛନ୍ତି  l କେବେ ହାତୀ ମଣିଷକୁ ମାରୁଛି ତ ଆଉ କେବେ ମଣିଷ ହାତୀକୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Night waking up for elephants | Argus News