Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା, ଲିପନ ସାହୁକୁ ଆଜୀବନ କାରାଦଣ୍ଡ

Odisha

Nikita murder case / ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା, ଲିପନ ସାହୁକୁ ଆଜୀବନ କାରାଦଣ୍ଡ

Bikash Mohanty
Browse all articles by Bikash Mohanty
·3 months ago·3 min read
ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା, ଲିପନ ସାହୁକୁ ଆଜୀବନ କାରାଦଣ୍ଡ
Nikita

Key Points

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା
ସ୍ବାମୀ ଲିପନ ସାହୁକୁ ଆଜୀବନ କାରାଦଣ୍ଡ
ଦଣ୍ଡାଦେଶ ଦେଲେ କୋର୍ଟ

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ହତ୍ୟା ଘଟଣାରେ ସ୍ବାମୀ ଲିପନ ସାହୁକୁ ଆଜୀବନ କାରାଦଣ୍ଡ ହୋଇଛି। କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ବିଚାରପତି ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ମାମଲାର ଶୁଣାଣି କରି ଆଇପିସିର ଦଫା ୩୦୨ରେ ଲିପନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ନିକିତାଙ୍କ ଶ୍ୱଶୁର ଲିଙ୍ଗରାଜ ସାହୁ ଓ ଶାଶୂ କୁନ୍ତଳା ସାହୁଙ୍କୁ ଅଦାଲତ ଉପଯୁକ୍ତ ପ୍ରମାଣ ଅଭାବରୁ ନିଘୋଷରେ ଖଲାସ କରିଛନ୍ତି।
୨୦୧୯ ଜାନୁଆରୀ ୪ରେ କଟକ ମହାନଦୀ ବିହାରରେ ଥିବା ଆପାର୍ଟମେଣ୍ଟ ଛାତରୁ ପଡ଼ିବାରୁ ନିକିତା ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଵାମୀ ଲିପନ ତାଙ୍କୁ ଛାତରୁ ଠେଲି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ନିକିତାଙ୍କ ପରିବାର ଲୋକେ। ଏହା ସହ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିଲା ବୋଲି ମଧ୍ୟ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ। ତେବେ ଏହି ମାମଲାରେ ଏବେ କୋର୍ଟ ଲିପନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
  କଟକ ସଦର ଗୋପାଳପୁରର ଲିଙ୍ଗରାଜ ସାହୁଙ୍କ ପୁଅ ଲିପନକୁ ନିକିତା ବିବାହ କରିଥିଲେ। ବିବାହ ପରେ ନିକିତାଙ୍କୁ ସ୍ଵାମୀଙ୍କ ଘରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ୨୦୧୮ ଅଗଷ୍ଟରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ନିକିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ସେ ସ୍ଵାମୀଙ୍କ ଘରକୁ ଯାଇ ନିର୍ଯାତନାର ଶିକାର ହୋଇ ପୁଅ ସହିତ ଫେରି ଆସିଥିଲେ। ବାପାଙ୍କ ମହାନଦୀବିହାର ଘରେ ନିକିତା ରହୁଥିବା ବେଳେ ୨୦୧୯, ଜାନୁଆରି ସଂଧ୍ୟାରେ ଲିପନ ସେଠାରେ ପହଞ୍ଚିଥିଲା । ଲିପନର ଫୋନକୁ ବାରମ୍ବାର କଲ୍ ଆସୁଥିବା ବେଳେ ସେ ଏହି ଘଟଣା ନିକିତାଙ୍କ ଠାରୁ ଲୁଚାଇବାକୁ ଚେଷ୍ଟା କରୁଥିଲା । ପ୍ରାୟ ରାତି ୯ଟା ବେଳେ ଛାତ ଉପରକୁ ଯିବାକୁ ଲିପନ ନିକିତାଙ୍କୁ ଡାକିଥିଲା। ଉଭୟ ଛାତ ଉପରକୁ ଯିବାର ୧୦/୧୫ ମିନିଟ ପରେ ଏକ ଶବ୍ଦ ହୋଇଥିଲା ପରିବାର ସଦସ୍ୟ ନିକିତା ଛାତରୁ ଗଳି ପଡ଼ିଥିବା ଜାଣିବାକୁ ପାଇଥିଲେ । ପାଚେରି ଓ ପଡୋଶୀଙ୍କ ଘର ଭିତରେ ଥିବା ସ୍ଥାନରେ ନିକିତାଙ୍କ ଶରୀର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୁରୁତର ନିକିତାଙ୍କୁ ପ୍ରଥମେ ମହାନଦୀବିହାରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ସିଡିଏସ୍ଥିତ ଏକ ଘରୋଇ ଡାକ୍ତରଖାନରେ ତାଙ୍କ ମୁଣ୍ଡରେ ଅସ୍ତ୍ରୋପଚାର କରାଯାଇଥିଲା । ୨୦୧୯, ଜାନୁଆରି ୫ରେ ନିକିତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ନିକିତାଙ୍କୁ ଛାତରୁ ଠେଲି ମାରିଦିଆଯିବା ସହିତ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ନେଇ ପରିବାର ତରଫରୁ ଚାଉଳିଆଗଞ୍ଜ ଥାନାରେ ୨୦୧୯, ଜାନୁଆରି ୬ରେ ଏତଲା ଦିଆଯାଇଥିଲା। ପୁଲିସ ନିକିତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚାଉଳିଆଗଞ୍ଜ ଥାନା ଆଇଆଇସି ଅଜୟ କୁମାର ଦାସ ମାମଲାର ତଦନ୍ତ କରି ୨୦୧୯, ମେ ୨ରେ ଚାର୍ଜସିଟ ଦାଖଲ କରିଥିଲେ । ୨୦୨୧ରେ ଚାର୍ଜଫ୍ରେମ ହୋଇଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ଏତଲାକାରୀ ତଥା ନିକିତାଙ୍କ ବାପା, ମା, ଭାଇ, ତଦନ୍ତକାରୀ ଅଧିକାରୀଙ୍କ ସମେତ ୨୩ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା ।

ନିକିତା ହତ୍ୟା ମାମଲାରେ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ କରିବା ସେତେବେଳେ ଚଉଳିଆଗଞ୍ଜ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ନିକିତା ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ସହଜ ନଥିଲା । ତତ୍କାଳୀନ ଚାଉଳିଆଗଞ୍ଜ ଥାନା ଆଇଆଇସି ତଥା ମାମଲାର ତଦନ୍ତକାରୀ ଅଧିକାରୀ ଓ ବର୍ତମାନ ତିର୍ତ୍ତୋଲର ଏସଡିପିଓ ଅଜୟ କୁମାର ଦାସ କହିଛନ୍ତି ଯେ ମୂଳ ବିବାଦ ପାରିବାରିକ ହୋଇଥିବା ବେଳେ ଲିପନକୁ ଜେରା ବେଳେ ବହୁତ ସାବଧାନର ସହ କିଛି ପ୍ରଶ୍ନ କରାଯାଇଥିଲା। ପୁଲିସ ଜେରା ବେଳେ ଲିପନ ପ୍ରକୃତ ଘଟଣା ବୟାନ କରିବା ଓ କରିଥିବା ଅପରାଧ ପାଇଁ ବହୁତ କାନ୍ଦିଥିଲା। ତଦନ୍ତ ବେଳେ ସାଇଣ୍ଟିଫିକ ଟିମ, ଡାକ୍ତରଙ୍କ ସାହାଯ୍ୟ ନିଆଯାଇଥିଲା। ଆଇଆଇସି ଶ୍ରୀ ଦାସ ନିଜେ ଲିପନକୁ ସାତ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲେ | ହତ୍ୟାକାଣ୍ଡର ଗୁମର ଖୋଲିବା ପ୍ରକ୍ରିୟାରେ ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା, ଏସଆଇ ସୁବାସ ମଲ୍ଲିକ, ଥାନା ସ୍ବାଡ ଅନୀଲ କୁମାର ନାଥ, ଅବିନାଶ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ବିବାହ ମଣ୍ଡପରେ ନବବଧୂକୁ ପାଗଳ ପ୍ରେମିକର ଗୁଳି ମାଡ଼
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Nikita murder case | Nikita Death Case Verdict: Husband Lipan Sahu Gets Life Imprisonment | Argus News